Advertisment

ସୁପର୍‌ ହିରୋ ଭୂମିକାରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ସେହିଭଳି ଜେନର୍‌ର ଫିଲ୍ମ୍‌ ସାଇନ୍‌ କରନ୍ତି  ଯାହା ସେ ଆଗରୁ କରିସାରିଥିବେ ବା ଯାହାର ବକ୍ସ ଅଫିସ୍‌ରେ ଚାଲିବାର ସମ୍ଭାବନା ଥିବ। ହେଲେ ଅଭିନେତ୍ରୀ କ୍ୟାଟ୍ରୀନା କୈଫ୍‌ କିନ୍ତୁ ସବୁବେଳେ ଅଲଗା ଅଲଗା ଭୂମିକାରେ ନଜର ଆସିଥାନ୍ତି। ତାଙ୍କୁ ପରଦାରେ କେତେବେଳେ ନଟଖଟି ଓ ଚୁଲ୍‌ବୁଲି ନାୟିକା ଭୂମିକାରେ ତ କେତେବେଳେ ପୁଣି  ବୋଲ୍ଡ୍‌ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଆଉ ଏବେ ତାଙ୍କୁ […]

ସୁପର୍‌ ହିରୋ ଭୂମିକାରେ ନଜର ଆସିବେ କ୍ୟାଟ୍ରିନା

katrina

Advertisment

ମୁମ୍ବାଇ: ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ସେହିଭଳି ଜେନର୍‌ର ଫିଲ୍ମ୍‌ ସାଇନ୍‌ କରନ୍ତି  ଯାହା ସେ ଆଗରୁ କରିସାରିଥିବେ ବା ଯାହାର ବକ୍ସ ଅଫିସ୍‌ରେ ଚାଲିବାର ସମ୍ଭାବନା ଥିବ। ହେଲେ ଅଭିନେତ୍ରୀ କ୍ୟାଟ୍ରୀନା କୈଫ୍‌ କିନ୍ତୁ ସବୁବେଳେ ଅଲଗା ଅଲଗା ଭୂମିକାରେ ନଜର ଆସିଥାନ୍ତି। ତାଙ୍କୁ ପରଦାରେ କେତେବେଳେ ନଟଖଟି ଓ ଚୁଲ୍‌ବୁଲି ନାୟିକା ଭୂମିକାରେ ତ କେତେବେଳେ ପୁଣି  ବୋଲ୍ଡ୍‌ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଆଉ ଏବେ ତାଙ୍କୁ ସୁପର୍‌ ହିରୋ ଭୂମିକାରେ ଦେଖିବାକୁ ମିଳିବ।

Advertisment

https://www.instagram.com/p/B73PhhBh1Gj/?utm_source=ig_web_copy_link

ସୂଚନା ଅନୁଯାୟୀ କ୍ୟାଟ୍ରିନାଙ୍କ ବନ୍ଧୁ ତଥା ଫିଲ୍ମ ନିର୍ମାତା ଅଲ୍ଲି ଆବାସ୍‌ ଜାଫର୍‌ ଏକ ସୁପର୍‌ ହିରୋ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଆଉ ଏଥିରେ କ୍ୟାଟ୍ରିନା ଲିଡ୍‌ ରୋଲ୍‌ରେ ନଜର ଆସିବେ।  ଅଲ୍ଲି ନିଜେ ଫିଲ୍ମର କାହାଣୀ ଲେଖୁଛନ୍ତି। ଏହା ସହ ସେ ଏହାର ନିର୍ଦ୍ଦେଶନା ଓ ପ୍ରଯୋଜନା ମଧ୍ୟ କରିବେ। ଫିଲ୍ମର ଲିଡ୍‌ ରୋଲ୍‌ ପାଇଁ କ୍ୟାଟ୍ରିନା ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ।

https://www.instagram.com/p/BzsDyphBjTk/?utm_source=ig_web_copy_link

କୁହାଯାଉଛି ଯେ ଫିଲ୍ମରେ ଏପର୍ଯ୍ୟନ୍ତ ସବୁଠୁ ଖତରନାକ୍‌ ଷ୍ଟଣ୍ଟ ଦେଖିବାକୁ ମିଳିବ ଯାହାକୁ ପୂର୍ବରୁ କୌଣସି ଅଭିନେତ୍ରୀ କରିନାହାଁନ୍ତି। ସୂଚନା ଅନୁଯାୟୀ ଅଲ୍ଲୀ ଏବେ ସ୍କ୍ରିପ୍ଟ ଫାଇନାଲ୍‌ କରୁଛନ୍ତି। ଏହି କାମ ସରିଯିବା ପରେ ସେ ଫିଲ୍ମର ଷ୍ଟାର୍‌ କାଷ୍ଟ ଫାଇନାଲ୍‌ କରିବେ ଓ ଶୁଟିଂ ଆରମ୍ଭ କରିବେ। ଏହା ପୂର୍ବରୁ କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ। ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ ୨୭ରେ  ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe