Advertisment

କାଟ୍ରିନାଙ୍କ ମାୟାରେ ବଲିଉଡ୍ ଖାନ୍

(କୃତାର୍ଥ ସାରଥୀ ସାମନ୍ତରାୟ): ରଣବୀର କାପୁରଙ୍କ ଦିୱାନୀ ପାଲଟିଥିବା ମିସ୍ କାଟ୍ରିନା ପୂର୍ବରୁ ଭଲ ପାଉଥିଲେ ସଲମନ ଖାନଙ୍କୁ। ଭାଇଜାନ୍ ଏବଂ କାଟ୍ରିନାଙ୍କ ଯୋଡି ବଲିଉଡରେ ଅନେକ ଥର କ୍ରିଏଟ୍ କରିଛି ହିଷ୍ଟ୍ରି। ଏପରିକି ଏହି ରିଲ୍ ଯୋଡି ଗସିପ ଦୁନିଆର ହେଡଲାଇନ୍ ସାଜିଥିଲା କହିଲେ ଜମାରୁ ଭୁଲ ହବନି।

ଅଦ୍ୟତନ ହୋଇଛି
କାଟ୍ରିନାଙ୍କ ମାୟାରେ ବଲିଉଡ୍ ଖାନ୍

katrinakaif

Advertisment

(କୃତାର୍ଥ ସାରଥୀ ସାମନ୍ତରାୟ): ରଣବୀର କାପୁରଙ୍କ ଦିୱାନୀ ପାଲଟିଥିବା ମିସ୍ କାଟ୍ରିନା ପୂର୍ବରୁ ଭଲ ପାଉଥିଲେ ସଲମନ ଖାନଙ୍କୁ। ଭାଇଜାନ୍ ଏବଂ କାଟ୍ରିନାଙ୍କ ଯୋଡି ବଲିଉଡରେ ଅନେକ ଥର କ୍ରିଏଟ୍ କରିଛି ହିଷ୍ଟ୍ରି। ଏପରିକି ଏହି ରିଲ୍ ଯୋଡି ଗସିପ ଦୁନିଆର ହେଡଲାଇନ୍ ସାଜିଥିଲା କହିଲେ ଜମାରୁ ଭୁଲ ହବନି।

Advertisment

salmankhan

ଏହି ଅଭିନେତ୍ରୀ ନିଜ କ୍ୟାରିୟରର ସବୁଠୁ ବଡ ସଫଳତା ପାଇଛନ୍ତି ଜଣେ ଖାନଙ୍କ ସହ ଅଭିନୟ କରି। ଆଉ ସେ ଖାନ୍ ସଲ୍ଲୁ ଭାଇଜାନ ନୁହନ୍ତି, ସେ ହେଉଛନ୍ତି ମିଷ୍ଟର ପର୍ଫେକ୍ସନିଷ୍ଟ ଅମିର ଖାନ। ‘ଧୁମ ଥ୍ରୀ’ ଫିଲ୍ମ ଜରିଆରେ ଏହି ଖାନ ବଲିଉଡ ବକ୍ସ ଅଫିସରେ କରିଥିଲେ ଦମଦାର ରେକର୍ଡ।

amirkatrina

ଅନ୍ ସ୍କ୍ରିନ୍ କିସିଙ୍ଗ କରିବେନି ବୋଲି କହୁଥିବା ମିଷ୍ଟର କିଙ୍ଗ୍ ଖାନ୍ ତାଙ୍କର ସବୁ ରୁଲକୁ ବ୍ରେକ କରି ଫିଲ୍ମ 'ଜବ ତକ ହୈ ଜାନ'ରେ ଦେଇଥିଲେ ଏକ ଦମଦାର କିସିଙ୍ଗ୍ ସିନ୍। ଏହି ସିନ୍ କ’ଣ ଫିଲ୍ମରେ ଆବଶ୍ୟକତା ଥିଲା ନା କାଟ୍ରିନାଙ୍କ କମାଲ, ଏକଥା ତ କେବଳ କିଙ୍ଗ୍ ଖାନ ହିଁ କହିପାରିବେ।

Advertisment

Phantom1

କବିର ଖାନଙ୍କ 'ଫ୍ୟାଣ୍ଟମ୍', ଫିଲ୍ମ 'ଏକ ଥା ଟାଇଗର' ପରି  ଏତେ ଆପ୍ରେସିଏଟିଙ୍ଗ୍ ହୋଇ ନ ଥିଲେ ମଧ୍ୟ ବଲିଉଡରେ ଭଲ କଲେକ୍ସନ କରୁଛି। ସୈଫ ଅଲ୍ଲି ଖାନ ଏବଂ ମିସ କୈଫଙ୍କ କେମେଷ୍ଟ୍ରୀ ବଲିଉଡ୍ ବକ୍ସଅଫିସ ପ୍ରଥମ ସପ୍ତାହ କଲେକ୍ସନ ଲିଷ୍ଟରେ  ସପ୍ତମ ସ୍ଥାନରେ ଥିଲା ବେଳେ ବଲିଉଡ ଯୁବରାଜ କାଟ୍ରିନାଙ୍କୁ ଲକି ହିରୋଇନ କହୁଥିବାର ଶୁଣିବାକୁ ମିଳୁଛି। ଏହି ଫିଲ୍ମର ଆଫଗାନ ଜଲେବି ଗୀତରେ ପ୍ରସଂଶାର ପାତ୍ର ପାଲଟିଛନ୍ତି ଏହି ବଲିଉଡ ସୁନ୍ଦରୀ।

କାଟ୍ରିନା ପ୍ରଥମେ ଶହେ କୋଟି କ୍ଲବରେ ଏଣ୍ଟ୍ରି କରିଥିଲେ ଫିଲ୍ମ 'ଏକ ଥା ଟାଇଗର'ରେ। ତାଙ୍କ ସହିତ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିଥିଲେ ମିଷ୍ଟର ଦବଙ୍ଗ ଖାନ। ବଲିଉଡ ଭାଇଜାନଙ୍କ ଏହି ରିଲ ରୋମାନ୍ସକୁ ସିନେଦର୍ଶକ ଦେଇଥିଲେ ବିପୁଳ ସମର୍ଥନ।

ଥରେ କି ଦୁଇ ଥର ନୁହେଁ ତିନି ତିନି ଥର କବିର ଖାନ ଏହି ଏଭିନେତ୍ରୀଙ୍କୁ ନେଇ କରିଛନ୍ତି ପରୀକ୍ଷାନିରୀକ୍ଷା। ନ୍ୟୁୟର୍କ, ଏକ୍ ଥା ଟାଇଗର, ଫ୍ୟାଣ୍ଟମ ଭଳି ଫିଲ୍ମରେ କବୀର ଖାନଙ୍କ ପ୍ରଥମ ପସନ୍ଦ ଥିଲେ ଏହି ବଲିଉଡ୍ ଗ୍ଲାମର ଗାର୍ଲ।

katrina

ଅମୀର ଖାନ, ସଲମନ ଖାନ, ଶାହାରୁଖ ଖାନଙ୍କ ଭଳି ସିନିୟର ଟ୍ୟାଲେଣ୍ଟେଡ ଅଭିନେତାଙ୍କ ସହ ଅଭିନୟ କଲାପରେ ଏବେ ୟଙ୍ଗର ଜେନେରେସନର ଖାନମାନଙ୍କ ପସନ୍ଦ ପାଲଟିଛନ୍ତି ଏହି ଟିନସେଲ କୁଇନ୍। ଫିଲ୍ମ 'ମେରେ ବ୍ରଦର କି ଦୁଲହନ'ରେ କାଟ୍ରିନାଙ୍କ ସହ ଦେଖା ଦେଇଥିଲେ ଇମରାନ ଖାନ। ଫିଲ୍ମଟିରେ ଏହି ନାୟିକାଙ୍କ ସ୍କ୍ରିନ ପ୍ରେଜେନ୍ସ ଏତେ ଦମଦାର ଥିଲା ଯେ ଦର୍ଶକ ପାଇଥିଲେ ଆଉ ଏକ ସଫଳ ଯୋଡ଼ି।

ନିଜର ଅଭିନୟରେ କିଛିଟା ନୂତନତା ଆଣିବା ଲକ୍ଷ୍ୟରେ କାଟ୍ରିନା ସବୁବେଳେ କରନ୍ତି ଆପ୍ରାଣ ଉଦ୍ୟମ। ଏହାର ଏକ ଦମଦାର ଉଦାହରଣ ଦେଖିବାକୁ ମିଳେ ଅମିର ଖାନ ଏବଂ କାଟ୍ରିନା ଷ୍ଟାରର ଫିଲ୍ମ ଧୁମ ଥ୍ରୀରେ। କମଲି ଗୀତ ପାଇଁ ସେ କରିଥିଲେ ଅକ୍ଲାନ୍ତ ପରିଶ୍ରମ। ନେଇଥିଲେ ରିଗରସ ଟ୍ରେନିଂ। ସେଇଥିପାଇଁ ସେ ସାଜିଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

dhoom

ଗ୍ଲାମର କୁଇନ କାଟ୍ରିନା କୈଫ ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତ୍ରୀ ଯେକି ପ୍ରାୟ ସବୁ ଖାନଙ୍କ ସହିତ କାମ କରିଛନ୍ତି କହିଲେ ଆଦୌ ଭୁଲ ହବନି। ଏପରିକି ଫିଲ୍ମ ନ୍ୟୁୟର୍କ'ରେ ତାଙ୍କୁ ଦେଖିବାକୁ ମିଳିଥିଲା ଇର୍ଫ।ନ ଖାନଙ୍କ ଅପୋଜିଟରେ।

sheela ki jawani

କାଟ୍ରିନାଙ୍କୁ ନିଜ ନାରେ କିଏ ଚିହ୍ନୁ ବା ନଚିହ୍ନୁ , ଶୀଲା କହିଲେ ସମସ୍ତେ ଜାଣି ପାରନ୍ତି ମିସ୍ କୈଫଙ୍କୁ। ଶୀଲା କି ଜୱାନୀ ସଙ୍ଗଟି ତାଙ୍କୁ ଦେଇଥିଲା ଅପୂର୍ବ ସଫଳତା। ଫାରା ଖାନଙ୍କ ‘ତିସ୍ ମାର ଖାନ' ଫିଲ୍ମଟି ଏତେ ସଫଳତା ପାଇ ନଥିଲେ ମଧ୍ୟ ଶୀଲା କି ଜୱାନୀ  ଗୀତଟି କାଟ୍ରିନାଙ୍କୁ ଆଇଟମ୍ ଦୁନିଆରେ ଦେଇଥିଲା ଗୋଟେ ନୂଆ ପରିଚିତି।

କାଟ୍ରିନା କୈଫ ନିଜର ଗ୍ଲାମର, ଅଭିନୟ, ଡ୍ୟାନ୍ସ ବଳରେ ବାନ୍ଧିପାରିଛନ୍ତି ସିନେ ଦୁନିଆର ଖାନମାନଙ୍କୁ। ଆଉ ଏ ସବୁକୁ ଦେଖିଲେ ଲାଗୁଛି ସତେ ଯେପରି  କାଟ୍ରିନାଙ୍କ ମାୟାରେ ଦିୱାନା ପାଲଟି ଯାଇଛନ୍ତି ବଲିଉଡ୍ ଖାନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe