Advertisment

ଫିଟ୍‌ନେସ୍‌ ଟିପ୍ସ ଦେଲେ କ୍ୟାଟ୍ରିନା

ମୁମ୍ବାଇ: କରୋନାକୁ ନେଇ ଚାରିଆଡ଼େ ସତର୍କତା ପରାମର୍ଶ ଓ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଲୋକେ ଜନସମାବେଶଠାରୁ ଦୂରେଇ ରହୁଛନ୍ତି। ନୂଆ ନିର୍ଦ୍ଦେଶ କ୍ରମେ କ୍ଲବ୍‌ ତଥା ଜିମ୍‌କୁ ମଧ୍ୟ ବନ୍ଦ କରିବାକୁ କୁହାଯାଇଛି। ଫଳରେ ବଲିଉଡ୍ ତାରକା ନିଜକୁ ଫିଟ୍‌ ରଖିବାକୁ ଆଉ ଜିମ୍ ଯାଇପାରୁ ନାହାନ୍ତି। ତେବେ ଏଭଳି ସ୍ଥିତିରେ ନିଜକୁ ଫିଟ୍ ରଖିବାକୁ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଉପାୟ ବାହାର କରିଛନ୍ତି। https://www.instagram.com/p/B9n3jP5hBgR/?utm_source=ig_web_copy_link କ୍ୟାଟ୍ରିନା ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ କିଛି ଫିଟ୍‌ନେସ୍‌ ଭିଡିଓ […]

ଅଦ୍ୟତନ ହୋଇଛି
ଫିଟ୍‌ନେସ୍‌ ଟିପ୍ସ ଦେଲେ କ୍ୟାଟ୍ରିନା

katrina kaif

Advertisment

ମୁମ୍ବାଇ: କରୋନାକୁ ନେଇ ଚାରିଆଡ଼େ ସତର୍କତା ପରାମର୍ଶ ଓ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଲୋକେ ଜନସମାବେଶଠାରୁ ଦୂରେଇ ରହୁଛନ୍ତି। ନୂଆ ନିର୍ଦ୍ଦେଶ କ୍ରମେ କ୍ଲବ୍‌ ତଥା ଜିମ୍‌କୁ ମଧ୍ୟ ବନ୍ଦ କରିବାକୁ କୁହାଯାଇଛି। ଫଳରେ ବଲିଉଡ୍ ତାରକା ନିଜକୁ ଫିଟ୍‌ ରଖିବାକୁ ଆଉ ଜିମ୍ ଯାଇପାରୁ ନାହାନ୍ତି। ତେବେ ଏଭଳି ସ୍ଥିତିରେ ନିଜକୁ ଫିଟ୍ ରଖିବାକୁ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଉପାୟ ବାହାର କରିଛନ୍ତି।

Advertisment

https://www.instagram.com/p/B9n3jP5hBgR/?utm_source=ig_web_copy_link

କ୍ୟାଟ୍ରିନା ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ କିଛି ଫିଟ୍‌ନେସ୍‌ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଫ୍ୟାନ୍‌ମାନେ ଖୁବ୍ ପସନ୍ଦ କରୁଛନ୍ତି। ‍ଭିଡିଓଗୁଡ଼ିକରେ କ୍ୟାଟ୍ ଘରେ ରହି ମଧ୍ୟ କେବଳ ୨୦ ମିନିଟ୍‌ରେ ନିଜକୁ କିଭଳି ଫିଟ୍ ଓ ଖୁସି ରଖିପାରିବେ ତାହା ବୁଝାଇଛନ୍ତି। ନିଜ ଫିଟ୍‌ନେସ ଟ୍ରେନର ସହ ସେ ଫ୍ୟାନ୍‌ମାନଙ୍କୁ ବିଭିନ୍ନ ପ୍ରକାର ବ୍ୟାୟାମ କରି ଦେଖାଉଛନ୍ତି। ଏହାସହ ବ୍ୟାୟାମ କରିବାର ସୁଫଳ କ’ଣ ସବୁ ରହିଛି ତାହା ମଧ୍ୟ କହୁଛନ୍ତି କ୍ୟାଟ୍ରିନା।

https://www.instagram.com/p/B9zMwQJBoz_/?utm_source=ig_web_copy_link

ଏହି ବିଶ୍ୱ ମହାମାରୀ ସମୟରେ କ୍ୟାଟ୍‌ଙ୍କ ଏଭଳି ପରାମର୍ଶକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଭିଡିଓଗୁଡ଼ିକୁ ୧୩ ଲ‍କ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଦେଶରେ କରୋନା ଭୂତାଣୁର ବଢ଼ୁଥିବା ସଂକ୍ରମଣ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ ପ୍ରଭାବିତ ହୋଇଛି। ଅନେକ ଫିଲ୍ମର ଶୁଟିଂ ଅଧାରୁ ବନ୍ଦ କରିଦିଆଯାଇଛି ତ ଅନେକ ରିଲିଜ୍ ହୋଇପାରୁ ନାହିଁ। ସେହିଭଳି ଅନେକ ଇଭେଣ୍ଟ ମଧ୍ୟ ବାତିଲ ହୋଇଯାଇଛି। ଏହାରି ଭିତରେ କ୍ୟାଟ୍ରିନାଙ୍କ ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍ ତାରିଖ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe