Advertisment

ଘରେ ରହି ବାସନ ମାଜିଲେ, ଜଳ ସଞ୍ଚୟ କରିବାର ଉପାୟ କହିଲେ

ମୁମ୍ବାଇ: ସମସ୍ତ ବଲିଉଡ୍‌ କଳାକାର କରୋନା ଭାଇରସ୍ ପାଇଁ ଏବେ ଘରେ ସମୟ ବିତାଉଛନ୍ତି। ଘରେ ସମସ୍ତେ ନିଜ ନିଜ ଢଙ୍ଗରେ ସମୟ ବିତାଉଛନ୍ତି। ଅଭିନେତ୍ରୀ କ୍ୟାଟ୍ରିନା କୈଫ ଘର କାମରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ବାସକୁସନ ବି ନିଜେ ସଫା କରୁଛନ୍ତି। ସୋଶାଲ୍ ମିଡିଆରେ ସେ ପୋଷ୍ଟ୍ କରିଥିବା ଏକ ଭିଡିଓରୁ ଏହା ଦେଖିବାକୁ ମିଳିଛି। ଏଥିରେ ସେ ଜଳ ସଞ୍ଚୟର ଉପାୟ ବି ବତାଇଛନ୍ତି। ଅର୍ଥାତ୍ ବାସନକୁସନ ମାଜିବା ବେଳେ କେମିତି ଅଧିକ ଜଳ […]

ଘରେ ରହି ବାସନ ମାଜିଲେ, ଜଳ ସଞ୍ଚୟ କରିବାର ଉପାୟ କହିଲେ

katrina

Advertisment

ମୁମ୍ବାଇ: ସମସ୍ତ ବଲିଉଡ୍‌ କଳାକାର କରୋନା ଭାଇରସ୍ ପାଇଁ ଏବେ ଘରେ ସମୟ ବିତାଉଛନ୍ତି। ଘରେ ସମସ୍ତେ ନିଜ ନିଜ ଢଙ୍ଗରେ ସମୟ ବିତାଉଛନ୍ତି। ଅଭିନେତ୍ରୀ କ୍ୟାଟ୍ରିନା କୈଫ ଘର କାମରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ବାସକୁସନ ବି ନିଜେ ସଫା କରୁଛନ୍ତି। ସୋଶାଲ୍ ମିଡିଆରେ ସେ ପୋଷ୍ଟ୍ କରିଥିବା ଏକ ଭିଡିଓରୁ ଏହା ଦେଖିବାକୁ ମିଳିଛି। ଏଥିରେ ସେ ଜଳ ସଞ୍ଚୟର ଉପାୟ ବି ବତାଇଛନ୍ତି। ଅର୍ଥାତ୍ ବାସନକୁସନ ମାଜିବା ବେଳେ କେମିତି ଅଧିକ ଜଳ ନଷ୍ଟ ନହେବ, ସେ ବିଷୟରେ କ୍ୟାଟ୍ କହିଛନ୍ତି।

Advertisment

ଗତକାଲି ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଏହି ଭିଡିଓ ଶେଆର କରିଛନ୍ତି। ଏଥିରେ ସେ ବାସନ ସଫା କରୁଛନ୍ତି। ବାସନ ଧୋଇବା ସମୟରେ କେମିତି ଜଳ ସଞ୍ଚୟ କରିହେବ ସେକଥା ମଧ୍ୟ ବର୍ଣ୍ଣନା କରୁଛନ୍ତି। ବାରମ୍ବାର ଟ୍ୟାପ୍‌ ନ ଖୋଲି ଥରେ ବେସିନରେ ପାଣି ଜମା କରି ଗୋଟେ ପରେ ଗୋଟେ ପ୍ଲେଟକୁ ସଫା କରିସାରିବା ପରେ ଟ୍ୟାପ୍ ଖୋଲି ମଜ଼ା ଯାଇଥିବା ବାସନକୁ ଧୋଇବାକୁ କ୍ୟାଟ୍ ପରାମର୍ଶ ଦେଇଛନ୍ତି। ଏହାଦ୍ୱାର ପାଣି କମ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

https://www.instagram.com/p/B-FEZmEBq73/?igshid=1lkurabl146d5

ଅର୍ଜୁନ କପୁରଙ୍କ ସମେତ ଅନେକ ବଲିଉଡ୍‌ କଳାକାର କ୍ୟାଟ୍‌ଙ୍କ ଏହି ଭିଡିଓକୁ ଲାଇକ୍‌ କରିବା ସହ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି, “ମୋ ଘରକୁ ତୁମକୁ ସ୍ୱାଗତ କାନ୍ତାବେନ୍ ୨.୦।”  ପୂର୍ବରୁ କ୍ୟାଟ ଘରେ ରହି ବରୁଣ ଧୱନ ଏବଂ ଅର୍ଜୁନ କପୁରଙ୍କ ସହ ଭିଡିଓ କଲ୍‌ କରି ମଜ଼ାମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ତିନି ଜଣ ଏକାଠି ଭିଡିଓ କଲରେ ଥିବାର ଏକ ସ୍କ୍ରିନ୍ ଶଟ୍‌ ନେଇ କ୍ୟାଟ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରିଥିଲ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe