Advertisment

କାଟଜୁ ସତ କହୁଛନ୍ତି, ମୋ ମୁଣ୍ଡରେ କିଛି ନାହିଁ: ଅମିତାଭ

ମୁମ୍ବାଇ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କେଣ୍ଡୟ କାଟଜୁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ନେଇ ଦେଇଥିବା ମନ୍ତବ୍ୟ ବିବାଦୀୟ ହେବାରେ ଲାଗିଛି। ଦୁଇଦିନ ପୂର୍ବରୁ କାଟଜୁ ଫେସବୁକରେ ଅମିତାଭଙ୍କ ମୁଣ୍ଡରେ କିଛି ନାହିଁ ବୋଲି ଉଲ୍ଲେଖ କରି ପୋଷ୍ଟ କରିଥିଲେ। ଯାହାର ଉତ୍ତର ମଧ୍ୟ ଅମିତାଭ ଦେଇଛନ୍ତି। ସେ କହିଛନ୍ତି,“କାଟଜୁ ଯାହା କହିଛନ୍ତି ତାହା ସତ୍ୟ। କାଟଜୁଙ୍କ ସହିତ ମୋର କୌଣସି ବିବାଦ ନାହିଁ। କାଟଜୁ ଜଣେ ପୂର୍ବତନ ବିଚାରପତି, ତେଣୁ ମୁଁ ତାଙ୍କ ଆଗରେ ହାତ […]

କାଟଜୁ ସତ କହୁଛନ୍ତି, ମୋ ମୁଣ୍ଡରେ କିଛି ନାହିଁ: ଅମିତାଭ

amitabh

Advertisment

ମୁମ୍ବାଇ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କେଣ୍ଡୟ କାଟଜୁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ନେଇ ଦେଇଥିବା ମନ୍ତବ୍ୟ ବିବାଦୀୟ ହେବାରେ ଲାଗିଛି। ଦୁଇଦିନ ପୂର୍ବରୁ କାଟଜୁ ଫେସବୁକରେ ଅମିତାଭଙ୍କ ମୁଣ୍ଡରେ କିଛି ନାହିଁ ବୋଲି ଉଲ୍ଲେଖ କରି ପୋଷ୍ଟ କରିଥିଲେ। ଯାହାର ଉତ୍ତର ମଧ୍ୟ ଅମିତାଭ ଦେଇଛନ୍ତି। ସେ କହିଛନ୍ତି,“କାଟଜୁ ଯାହା କହିଛନ୍ତି ତାହା ସତ୍ୟ। କାଟଜୁଙ୍କ ସହିତ ମୋର କୌଣସି ବିବାଦ ନାହିଁ। କାଟଜୁ ଜଣେ ପୂର୍ବତନ ବିଚାରପତି, ତେଣୁ ମୁଁ ତାଙ୍କ ଆଗରେ ହାତ ଯୋଡି ଛିଡା ହେବୁ।”

Advertisment

କାଟଜୁଙ୍କ ଏପରି ପୋଷ୍ଟର କାରଣ ଜାଣିବାକୁ ବହୁ ଲୋକ ଚାହିଁଥିଲେ। ସେ ଅନ୍ୟ ଏକ ପୋଷ୍ଟ କରି କହିଛନ୍ତି, “କାଲମାର୍କସଙ୍କ ମତରେ ଧର୍ମ ଯେପରି ଏକ ନିଶା, ଫିଲ୍ମ, ଟିଭି ଓ ମିଡିଆ ମଧ୍ୟ ଜନତାଙ୍କ ପାଇଁ ଏକ ନିଶା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe