Advertisment

କରୋନା ପାଇଁ ବାହାଘର ସ୍ଥଗିତ ରଖିଲେ ପପ୍‌ ସିଙ୍ଗର୍ କେଟି ପେରି

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ଏହାର ପ୍ରଭାବ ବଲିଉଡ୍‌ଠୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ଦେଖିବାକୁ ମଳିଛି। ଖାସ୍ ଏହି କାରଣରୁ ଗୋଟିଏ ପଟେ ବଲିଉଡ୍‌ ଦବଙ୍ଗ ଖାନ୍‌ ନିଜ ଫିଲ୍ମର ଶୁଟିଂ ବନ୍ଦ କରିଦେଲେଣି ତ ଆରପଟେ ହଲିଉଡ୍‌ ପପ୍‌ଷ୍ଟାର୍‌ ଖାଲିଦ୍‌ ତାଙ୍କ ଶୋ’ କ୍ୟାନସଲ୍ କରିଦେଲେଣି। ଏବେ ପୁଣି ଖବର ଆସିଛି ଯେ ହଲିଉଡ୍‌ର ଲୋକପ୍ରିୟ ପପ୍‌ ସିଙ୍ଗର୍‌ କେଟି ପେରି  କରୋନା ଆତଙ୍କକୁ ଦୃଷ୍ଟିରେ ରଖି ନିଜ ବାହାଘର […]

author-image
Chinmayee Roy
କରୋନା ପାଇଁ ବାହାଘର ସ୍ଥଗିତ ରଖିଲେ ପପ୍‌ ସିଙ୍ଗର୍ କେଟି ପେରି

ketty

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ଏହାର ପ୍ରଭାବ ବଲିଉଡ୍‌ଠୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ଦେଖିବାକୁ ମଳିଛି। ଖାସ୍ ଏହି କାରଣରୁ ଗୋଟିଏ ପଟେ ବଲିଉଡ୍‌ ଦବଙ୍ଗ ଖାନ୍‌ ନିଜ ଫିଲ୍ମର ଶୁଟିଂ ବନ୍ଦ କରିଦେଲେଣି ତ ଆରପଟେ ହଲିଉଡ୍‌ ପପ୍‌ଷ୍ଟାର୍‌ ଖାଲିଦ୍‌ ତାଙ୍କ ଶୋ’ କ୍ୟାନସଲ୍ କରିଦେଲେଣି। ଏବେ ପୁଣି ଖବର ଆସିଛି ଯେ ହଲିଉଡ୍‌ର ଲୋକପ୍ରିୟ ପପ୍‌ ସିଙ୍ଗର୍‌ କେଟି ପେରି  କରୋନା ଆତଙ୍କକୁ ଦୃଷ୍ଟିରେ ରଖି ନିଜ ବାହାଘର ବି କ୍ୟାନସଲ୍‌ କରି ଦେଇଛନ୍ତି।

Advertisment

https://www.instagram.com/p/B3h2vQbnYzH/?utm_source=ig_web_copy_link

ସୂଚନା ଅନୁଯାୟୀ କେଟି ପେରି ଓ ଅଭିନେତା  ଓରଲାଣ୍ଡୋ ବ୍ଲୁମ୍‌ ନିଜର ବାହାଘରକୁ ସ୍ଥଗିତ କରିଦେଇଛନ୍ତି। ଏମାନେ ଚଳିତବର୍ଷ ବାହା ହୋଇଥାନ୍ତେ ଓ ବାହାଘର ଜାପାନରେ ହୋଇଥାନ୍ତା। ହେଲେ ଜାପାନ୍‌ରେ ଏବେ କରୋନା ଭାଇରସ୍‌ ବ୍ୟାପିଛି। ତେଣୁ ଦୁହେଁ ନିଜ ବାହାଘରକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଦେଇଛନ୍ତି। ତେବେ ଏମାନେ ଆସନ୍ତାବର୍ଷ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ସେତେବେଳକୁ କେଟି ମା ହୋଇସାରିଥିବେ।

https://www.instagram.com/p/B8lRyG2Hzl4/?utm_source=ig_web_copy_link

ଗତ ବୁଧବାର ପେରି ତାଙ୍କର ନୂଆ ମ୍ୟୁଜିକ୍ ଭିଡିଓ ନେଭର୍ ଓ୍ୱର୍ଣ ହ୍ୱାଇଟ୍ ଲଞ୍ଚ୍‌ କରିଥିଲେ। ଏହି ଭିଡିଓ ଜରିଆରେ ସେ ତାଙ୍କର ପ୍ରଥମ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ଏଥିସହ ସେ ତାଙ୍କ ଇନଷ୍ଟାଗ୍ରାମରେ ଲାଇଭ୍ ଚାଟ୍ ଜରିଆରେ ଫ୍ୟାନ୍‌ମାନଙ୍କୁ ତାଙ୍କ ବେବି ବମ୍ପର ଝଲକ୍‌ ମଧ୍ୟ ଦେଖାଇଥିଲେ। ଜଣାଇଦେବାକୁ ଚାହୁଁ ଯେ ଏହି ବାହାଘର ପେରିଙ୍କର ପ୍ରଥମ ଓ ଓରଲାଣ୍ଡୋଙ୍କ ଦ୍ୱତୀୟ ହିବାହ ଅଟେ। ଏମାନଙ୍କର ୨୦୧୯ ଫବୃଆରୀରେ ନିର୍ବନ୍ଧ ହୋଇଥିଲା। ସେ ନିଜ ଇନ୍‌ଷ୍ଟାଗ୍ରାମରେ ନିର୍ବନ୍ଧ ମୁଦିର ଫଟୋ ମଧ୍ୟ ଶେଆର କରିଥିଲେ।

Advertisment

https://www.instagram.com/p/B9Vuje3nc06/?utm_source=ig_web_copy_link

ସୂଚନାଯୋଗ୍ୟ, ସାରା ବିଶ୍ୱରେ ଏବେ କରୋନା କରୋନା ଭାଇରସ୍‌ର ଆତଙ୍କ ଖେଳିଯାଇଛି। ଚୀନ୍‌ର ଉହାନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୟାନକ ରୋଗ ଧୀରେ ଧୀରେ ସାରା ବିଶ୍ୱରେ କାୟା ବିସ୍ତାର କରିବାକୁ ଲାଗିଲାଣି। ଭାରତରେ ଏବେ ସୁଦ୍ଧା ୩୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।