କେବିସି ହଟ୍‌ ସିଟ୍‌ରେ ବିଲେଇ !

ମୁମ୍ବାଇ : କୌନ ବନେଗା କରୋଡପତିର ସିଜନ୍‌-୧୧ରେ ହୋଷ୍ଟ ଭାବରେ ଅମିତାଭ ବଚ୍ଚନ କେବଳ ଶିକ୍ଷଣୀୟ ମେସେଜ୍‌ ଦେଇନଥା’ନ୍ତି, ଖେଳିବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହିତ ମଜାମସ୍ତି ମଧ୍ୟ କରିଥା’ନ୍ତି। ନିକଟରେ କେବିସିର ଶୁଟିଂ ସେଟ୍‌ରେ ଏମିତି ଜଣେ ପ୍ରତିଯୋଗୀ ଖେଳିବା ପାଇଁ ଆସି ପହଞ୍ଚିଥିଲେ, ଯାହାର ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରିବା ପାଇଁ ବିଗ୍‌ ବି ଭୁଲି ନାହାନ୍ତି। ସେହି ପ୍ରତିଯୋଗୀ କେହି ବ୍ୟକ୍ତି ନୁହଁନ୍ତି, ବରଂ ଗୋଟିଏ ବିଲେଇ। ଯାହାର ଫଟୋକୁ ଶେଆର୍‌ କରି […]

kbc

kbc

Puspanjali Panda
  • Published: Thursday, 31 October 2019
  • Updated: 31 October 2019, 02:08 PM IST

Sports

Latest News

ମୁମ୍ବାଇ : କୌନ ବନେଗା କରୋଡପତିର ସିଜନ୍‌-୧୧ରେ ହୋଷ୍ଟ ଭାବରେ ଅମିତାଭ ବଚ୍ଚନ କେବଳ ଶିକ୍ଷଣୀୟ ମେସେଜ୍‌ ଦେଇନଥା’ନ୍ତି, ଖେଳିବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହିତ ମଜାମସ୍ତି ମଧ୍ୟ କରିଥା’ନ୍ତି।

ନିକଟରେ କେବିସିର ଶୁଟିଂ ସେଟ୍‌ରେ ଏମିତି ଜଣେ ପ୍ରତିଯୋଗୀ ଖେଳିବା ପାଇଁ ଆସି ପହଞ୍ଚିଥିଲେ, ଯାହାର ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରିବା ପାଇଁ ବିଗ୍‌ ବି ଭୁଲି ନାହାନ୍ତି। ସେହି ପ୍ରତିଯୋଗୀ କେହି ବ୍ୟକ୍ତି ନୁହଁନ୍ତି, ବରଂ ଗୋଟିଏ ବିଲେଇ।

ଯାହାର ଫଟୋକୁ ଶେଆର୍‌ କରି ବିଗ୍‌ ବି ଲେଖିଛନ୍ତି, ବିଲେଇ, ବିଲେଇ..କେବିସିରେ ଖେଳିବା ପାଇଁ ବିଲେଇ ଆସିଛି।

https://twitter.com/SrBachchan/status/1189620886443180033

ଅମିତାଭ ଶେଆର୍ କରିଥିବା ଗୋଟିଏ ଫଟୋରେ ବିଲେଇଟି ତାଙ୍କୁ ଏକ ଲୟରେ ଚାହିଁ ରହିଛି। ସେହିପରି ଅନ୍ୟ ଏକ ଫଟୋରେ ବିଲେଇଟି କେବିସିର ଚଟାଣରେ ଗଡ଼ି ଖେଳୁଛି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

ଏକ ରିପୋର୍ଟ ଅନୁଯାୟୀ, ‘କୌନ୍‌ ବନେଗା କରୋଡପତି’ର ଶୁଟିଂ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଅମିତାଭ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ମୁମ୍ୱାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେ ସେଠାରେ ତିନି ଦିନ ରହିଥିଲେ। ତାଙ୍କୁ ୧୮ ଅକ୍ଟୋବରରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ସୁସ୍ଥ ହେବା ପରେ ଅମିତାଭ ପୁଣି ଥରେ ‘କୌନ୍ ବନେଗା କରୋଡପତି’ର ଶୁଟିଂ ଆରମ୍ଭ କରି ସାରିଛନ୍ତି। ଟ୍ୱିଟ୍‌ କରି ଅମିତାଭ ଏହି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଆଗାମୀ ଦିନରେ ବିଗ୍‌ ବି’ଙ୍କୁ ଦର୍ଶକମାନେ ‘ବ୍ରହ୍ମାସ୍ତ୍ର’, ‘ଗୁଲାବୋ ସୀତାବୋ’ ଓ ‘ଝୁଣ୍ଡ’ ପରି ଫିଲ୍ମରେ ଦେଖିବାକୁ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos