Advertisment

କେବିସିରେ ୨୫ ଲକ୍ଷ ଜିତି ଯବାନଙ୍କ ପରିବାରକୁ ଦାନ କଲେ ଏସଏନ ପ୍ରଧାନ

ମୁମ୍ୱାଇ: ‘କୌନ ବନେଗା କରୋଡ଼ପତି’ର କରମବୀର ସ୍ପେଶାଲ ଏପିସୋଡ଼ରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ଦେଖିବାକୁ ମିଳିଥିଲା। ଅମିତାଭ ବଚ୍ଚନଙ୍କ ସହିତ ହଟ୍‌ ସିଟ୍‌ରେ ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, କମାଣ୍ଡାଣ୍ଟ୍‌ ଅନୁପମ ଶ୍ରୀବାସ୍ତବ ଓ ପ୍ରଦୀପ କୁମାର ଶ୍ରୀବାସ୍ତବ ବସିଥିଲେ। ଖେଳ ଆରମ୍ଭରୁ ଅମିତାଭ ବଚ୍ଚନ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସମସ୍ତଙ୍କ ସହିତ ପରିଚିତ କରି ସେମାନଙ୍କ ସାହାସିକତାର କାହାଣୀ ଶୁଣାଇଥିଲେ। ବିଗ୍‌ ବି’ଙ୍କ ପ୍ରଶ୍ନର ଉତ୍ତର ଦେଇ ତିନି ଜଣ ୨୫ ଲକ୍ଷ ଟଙ୍କା ଜିତିଥିଲେ। […]

କେବିସିରେ ୨୫ ଲକ୍ଷ ଜିତି ଯବାନଙ୍କ ପରିବାରକୁ ଦାନ କଲେ ଏସଏନ ପ୍ରଧାନ

kbc2

Advertisment

ମୁମ୍ୱାଇ: ‘କୌନ ବନେଗା କରୋଡ଼ପତି’ର କରମବୀର ସ୍ପେଶାଲ ଏପିସୋଡ଼ରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ଦେଖିବାକୁ ମିଳିଥିଲା। ଅମିତାଭ ବଚ୍ଚନଙ୍କ ସହିତ ହଟ୍‌ ସିଟ୍‌ରେ ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, କମାଣ୍ଡାଣ୍ଟ୍‌ ଅନୁପମ ଶ୍ରୀବାସ୍ତବ ଓ ପ୍ରଦୀପ କୁମାର ଶ୍ରୀବାସ୍ତବ ବସିଥିଲେ।

Advertisment

ଖେଳ ଆରମ୍ଭରୁ ଅମିତାଭ ବଚ୍ଚନ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସମସ୍ତଙ୍କ ସହିତ ପରିଚିତ କରି ସେମାନଙ୍କ ସାହାସିକତାର କାହାଣୀ ଶୁଣାଇଥିଲେ।

ବିଗ୍‌ ବି’ଙ୍କ ପ୍ରଶ୍ନର ଉତ୍ତର ଦେଇ ତିନି ଜଣ ୨୫ ଲକ୍ଷ ଟଙ୍କା ଜିତିଥିଲେ। ତିନୋଟି ଲାଇଫ୍‌ ଲାଇନ୍‌ ବ୍ୟବହାର କରି ୨୫ ଲକ୍ଷ ଜିତିବା ପରେ ଏହି ରାଶିକୁ ‘ଭାରତ ବୀର’ ପୋର୍ଟାଲ୍‌ ଫଣ୍ଡରେ ଜମା କରାଯିବ ଏବଂ ସହିଦ୍‌ଙ୍କ ପରିବାର ପାଇଁ ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Advertisment

https://twitter.com/SonyTV/status/1167416747273543680

ଏସ୍‌.ଏନ୍‌. ପ୍ରଧାନ ହେଉଛନ୍ତି ଝାଡ଼ଖଣ୍ଡ କ୍ୟାଡର୍‌ରେ ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ବଙ୍ଗୋପସାଗରରେ ଫଣୀ ବାତ୍ୟାରେ କାର୍ଯ୍ୟରତ ଥିବା ସମୟର କିଛି ଅନୁଭୂତି ଶୋ’ରେ ସମସ୍ତଙ୍କୁ ଶୁଣାଇଥିଲେ। ଏହି ସମୟରେ ସେ ତାଙ୍କର ୯ ଜଣ ସାଥୀଙ୍କୁ ମଧ୍ୟ ହରାଇଥିଲେ। ସେମାନଙ୍କୁ ସମର୍ପଣ କରି ଶ୍ରୀ ପ୍ରଧାନ ଏକ ଦେଶ ଭକ୍ତି ପୂର୍ଣ୍ଣ ଗୀତ ଗାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe