Advertisment

ଦୀପକ ବିଶ୍ୱକର୍ମା- ଦିନେ ଖବରକାଗଜ ବିକ୍ରି କରୁଥିଲେ

ନୂଆଦିଲ୍ଲୀ: ଅନ୍ୟତମ ଲୋକପ୍ରିୟ ଟେଲିଭିଜନ୍‌ ରିଆଲିଟି ଶୋ’ ‘କୌନ୍ ବନେଗା କରୋଡପତି’ରେ ଏମିତି ଅନେକ ପ୍ରତିଯୋଗୀ ଭାଗ ନେଇଛନ୍ତି, ଯେଉଁମାନଙ୍କ କାହାଣୀ ସମାଜ ପାଇଁ ପ୍ରେରଣାଦାୟକ ହୋଇଥାଏ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପକ ବିଶ୍ୱକର୍ମା। ତାଙ୍କ ଘର ମଧ୍ୟପ୍ରଦେଶରେ। ଦିନେ ଟ୍ୟୁସନ୍‌ ପଇସା ଦେବା ପାଇଁ ଦୀପକ ଖବରକାଗଜ ବିକ୍ରି କରୁଥିଲେ। ହେଲେ ଆଜି ସେ ଏକ ବଡ଼ ମଲ୍‌ଟି ନ୍ୟାସ୍‌ନାଲ୍‌ କମ୍ପାନୀରେ କନ୍‌ସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି। ହଟ୍‌ସିଟ୍‌ରେ ଅମିତାଭଙ୍କ ସହିତ କଥାବାର୍ତ୍ତା ବେଳେ […]

author-image
Puspanjali Panda
ଦୀପକ ବିଶ୍ୱକର୍ମା- ଦିନେ ଖବରକାଗଜ ବିକ୍ରି କରୁଥିଲେ

paper

ନୂଆଦିଲ୍ଲୀ: ଅନ୍ୟତମ ଲୋକପ୍ରିୟ ଟେଲିଭିଜନ୍‌ ରିଆଲିଟି ଶୋ’ ‘କୌନ୍ ବନେଗା କରୋଡପତି’ରେ ଏମିତି ଅନେକ ପ୍ରତିଯୋଗୀ ଭାଗ ନେଇଛନ୍ତି, ଯେଉଁମାନଙ୍କ କାହାଣୀ ସମାଜ ପାଇଁ ପ୍ରେରଣାଦାୟକ ହୋଇଥାଏ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପକ ବିଶ୍ୱକର୍ମା। ତାଙ୍କ ଘର ମଧ୍ୟପ୍ରଦେଶରେ।

Advertisment

ଦିନେ ଟ୍ୟୁସନ୍‌ ପଇସା ଦେବା ପାଇଁ ଦୀପକ ଖବରକାଗଜ ବିକ୍ରି କରୁଥିଲେ। ହେଲେ ଆଜି ସେ ଏକ ବଡ଼ ମଲ୍‌ଟି ନ୍ୟାସ୍‌ନାଲ୍‌ କମ୍ପାନୀରେ କନ୍‌ସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ହଟ୍‌ସିଟ୍‌ରେ ଅମିତାଭଙ୍କ ସହିତ କଥାବାର୍ତ୍ତା ବେଳେ ଦୀପକ କହିଥିଲେ ଯେ ହାଇସ୍କୁଲ୍‌ରେ ପଢ଼ିବା ବେଳେ ତାଙ୍କ ପାଖରେ ଟ୍ୟୁସନ୍‌ ଯିବା ପାଇଁ ପଇସା ନଥିଲା। ତାଙ୍କୁ ଟ୍ୟୁସନ୍ ପଠାଇବା ପାଇଁ ତାଙ୍କ ବାପାଙ୍କର ସାମର୍ଥ୍ୟ ନଥିଲା। ସେଥିପାଇଁ ସେ ଖବରକାଗଜ ବିକିବା ଆରମ୍ଭ କରିଥିଲେ। ପାରିଶ୍ରମିକ ବାବଦକୁ ତାଙ୍କୁ ଦିନକୁ ୬୦ ଟଙ୍କା ମିଳୁଥିଲା। ସେହି ଟଙ୍କାରୁ ସେ ତାଙ୍କ ଟ୍ୟୁସନ୍ ଫି’ ଦେଉଥିଲେ।

Advertisment

https://www.instagram.com/tv/B3UI_frlKzr/?utm_source=ig_web_copy_link

ଆଗକୁ ବଢ଼ିବା ପାଇଁ ସେ ଏମିତି ଆହୁରି ଅନେକ କାମ କରି ରୋଜଗାର କରିଥିଲେ। ଚପରାସୀ ଭାବେ ଚାକିରି କରିଥିଲେ, ସାଇନ୍‌ ବୋର୍ଡ ତିଆରି କରୁଥିଲେ ଓ ପିଲାଙ୍କୁ କମ୍ପ୍ୟୁଟର ଶିଖାଉ ଥିଲେ। ଜୀବନର ବିଭିନ୍ନ ପର୍ଯ୍ୟାୟରେ ସେ ଏସବୁ କାମ କରିଥିଲେ। ଏକ ମହିଳା କଲେଜରେ କିଛି ଦିନ ଶିକ୍ଷକତା ମଧ୍ୟ କରିଥିଲେ।

ଦୀପକଙ୍କ ସଂଘର୍ଷର କାହାଣୀ ଶୁଣି ଅମିତାଭ ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଦୀପକ ଶୋ’ରେ ମୋଟ ୧ ଲକ୍ଷ ୬୦ ହଜାର ଟଙ୍କା ଜିତିଥିଲେ। ସେ ‘ବିଗ୍ ବି’ଙ୍କୁ ଏକ ପେଣ୍ଟିଂ ଉପହାର ସ୍ୱରୂପ ଦେଇଥିଲେ।