କେବିସି ପ୍ରତିଯୋଗୀ କହିଲେ ମୋ ମା’ଙ୍କର ସ୍ୱାମୀ ଶାହରୁଖ୍‌ ଖାନ୍‌

ମୁମ୍ୱାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ରେ ସୋମବାର ହଟ୍‌ ସିଟ୍‌ରେ ବସିଥିଲେ ରାଜସ୍ଥାନର ପ୍ରତିଯୋଗୀ ପ୍ରେରଣା। ପ୍ରେରଣାଙ୍କ ସହିତ ଅମିତାଭଙ୍କର କଥାବାର୍ତ୍ତା ବହୁତ ମଜାଦାର ରହିଥିଲା। ସୋନି ଟିଭିର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ପ୍ରେରଣା ଓ ଅମିତାଭଙ୍କ କଥାବାର୍ତ୍ତାର ଏକ ଟିଜର୍‌ ଭିଡିଓକୁ ଶେଆର୍ କରାଯାଇଛି। ଯେଉଁଥିରେ ଅମିତାଭ ପ୍ରେରଣାଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ କରିଛନ୍ତି। ଯାହାର ଉତ୍ତର ଶୁଣିବା ପରେ ସମସ୍ତେ ହସିବା ସହିତ ଆଶ୍ଚର୍ଯ୍ୟ ହୋଇଛନ୍ତି। […]

kbc

kbc

Puspanjali Panda
  • Published: Wednesday, 20 November 2019
  • Updated: 20 November 2019, 02:55 PM IST

Sports

Latest News

ମୁମ୍ୱାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ରେ ସୋମବାର ହଟ୍‌ ସିଟ୍‌ରେ ବସିଥିଲେ ରାଜସ୍ଥାନର ପ୍ରତିଯୋଗୀ ପ୍ରେରଣା। ପ୍ରେରଣାଙ୍କ ସହିତ ଅମିତାଭଙ୍କର କଥାବାର୍ତ୍ତା ବହୁତ ମଜାଦାର ରହିଥିଲା।

ସୋନି ଟିଭିର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ପ୍ରେରଣା ଓ ଅମିତାଭଙ୍କ କଥାବାର୍ତ୍ତାର ଏକ ଟିଜର୍‌ ଭିଡିଓକୁ ଶେଆର୍ କରାଯାଇଛି। ଯେଉଁଥିରେ ଅମିତାଭ ପ୍ରେରଣାଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ କରିଛନ୍ତି। ଯାହାର ଉତ୍ତର ଶୁଣିବା ପରେ ସମସ୍ତେ ହସିବା ସହିତ ଆଶ୍ଚର୍ଯ୍ୟ ହୋଇଛନ୍ତି।

ବଲିଉଡ୍‌ରେ ଅମିତାଭ ବଚ୍ଚନ ତାଙ୍କର ଏକ ବଡ଼ ପ୍ରଶଂସକ ବୋଲି ପ୍ରେରଣା ଶୋ’ରେ କହିଥିଲେ। ଏହାପରେ କେମିତି ବର ପସନ୍ଦ ବୋଲି ଅମିତାଭ ପ୍ରେରଣାଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ପ୍ରେରଣା ଶାହରୁଖ୍‌ ଖାନ୍‌ଙ୍କ ପରି ପୁଅ ପସନ୍ଦ ବୋଲି କହିଥିଲେ।

https://www.instagram.com/p/B5C-eIuFbIk/?utm_source=ig_web_copy_link

ଆହୁରି ମଧ୍ୟ କହିଥିଲେ, ମୋର ମା’ ଶାହରୁଖ୍‌ ଖାନ୍‌ଙ୍କର ସବୁଠାରୁ ବଡ଼ ପ୍ରଶଂସକ। ଶାହରୁଖ୍‌ ଖାନ୍‌ ମୋ ମା’ଙ୍କର ସ୍ୱାମୀ। ଏହା ଶୁଣିବା ପରେ ଶୋ’ରେ ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଏହା କିପରି ବୋଲି ପ୍ରଶ୍ନ କରୁଛନ୍ତି।

ଉତ୍ତରରେ ପ୍ରେରଣା କହୁଛନ୍ତି, ମୋ ମା’ଙ୍କର ନାମ ଗୌରୀ। ଏଥିପାଇଁ ସେ ଶାହରୁଖ୍‌ ଖାନ୍‌ଙ୍କୁ ନିଜର ସ୍ୱାମୀ ବୋଲି କହିଥା’ନ୍ତି। ପ୍ରେରଣାଙ୍କର ଏହି ଉତ୍ତର ଶୁଣିବା ପରେ ଶୋ’ ସମସ୍ତେ ହସିବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos