Advertisment

ଚୌକି ଛାଡ଼ିଲେ ଅମିତାଭ

ମୁମ୍ୱାଇ: ଛୋଟ ପରଦାରେ ପ୍ରସାରିତ ହେଉଥିବା ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ ବନେଗା କରୋଡପତି’କୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଶୋ’ କେବଳ ଲୋକଙ୍କ ଭାଗ୍ୟ ବଦଳାଇ ଦେଉ ନାହିଁ, ତା’ସହିତ ସମାଜରେ ଅନେକ ଭଲ କାମ କରୁଥିବା ଲୋକଙ୍କୁ ବି ସାମ୍ନାକୁ ଆଣୁଛି। ଶୋ’ରେ ଅମିତାଭ କେବଳ ପ୍ରତିଯୋଗୀଙ୍କର ସାହସକୁ ବଢ଼ାଇ ନଥା’ନ୍ତି, ତାଙ୍କ ସହିତ ମଜାମସ୍ତି ମଧ୍ୟ କରନ୍ତି। ତେବେ ନିକଟରେ ଶୋ’ରେ ଏମିତି କିଛି ପରିସ୍ଥିତି ଉପୁଜିଲା ଯେ ଅମିତାଭ ତାଙ୍କ ଚୌକି […]

author-image
Puspanjali Panda
ଚୌକି ଛାଡ଼ିଲେ ଅମିତାଭ

amitav

ମୁମ୍ୱାଇ: ଛୋଟ ପରଦାରେ ପ୍ରସାରିତ ହେଉଥିବା ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ ବନେଗା କରୋଡପତି’କୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଶୋ’ କେବଳ ଲୋକଙ୍କ ଭାଗ୍ୟ ବଦଳାଇ ଦେଉ ନାହିଁ, ତା’ସହିତ ସମାଜରେ ଅନେକ ଭଲ କାମ କରୁଥିବା ଲୋକଙ୍କୁ ବି ସାମ୍ନାକୁ ଆଣୁଛି। ଶୋ’ରେ ଅମିତାଭ କେବଳ ପ୍ରତିଯୋଗୀଙ୍କର ସାହସକୁ ବଢ଼ାଇ ନଥା’ନ୍ତି, ତାଙ୍କ ସହିତ ମଜାମସ୍ତି ମଧ୍ୟ କରନ୍ତି। ତେବେ ନିକଟରେ ଶୋ’ରେ ଏମିତି କିଛି ପରିସ୍ଥିତି ଉପୁଜିଲା ଯେ ଅମିତାଭ ତାଙ୍କ ଚୌକି ଛାଡ଼ି ଛିଡା ହୋଇଯାଇଥିଲେ। ଏହା ଶୁଣି ଆପଣମାନେ କିଛି ଖରାପ ଆଶଙ୍କା କରିଥିବେ ନିଶ୍ଚିତ। ତେବେ ବ୍ୟସ୍ତ ହୁଅନ୍ତୁନି। ଆମେ ଆପଣଙ୍କୁ ପ୍ରକୃତ କଥାଟା କହି ଦେଉଛୁ।

Advertisment

କଥାଟି ହେଲା, ହଟ୍‌ ସିଟ୍‌ରେ ବସିଥିଲେ ଗୁଜରାଟର ଚାନ୍ଦିନୀ ମୋଦି। ହଟ୍‌ ସିଟ୍‌ରେ ବସିବା ପରେ ଚାନ୍ଦିନୀ କହିଥିଲେ, “ଏହି ସିଟ୍‌ରେ ବସିବାର ସ୍ୱପ୍ନ ସମସ୍ତଙ୍କର ରହିଥାଏ। କିନ୍ତୁ ମୁଁ ଆପଣଙ୍କ ସିଟ୍‌ରେ ବସିବାର ସ୍ୱପ୍ନ ଦେଖେ।”

ଚାନ୍ଦିନୀଙ୍କ କଥା ଶୁଣି ଅମିତାଭ ତୁରନ୍ତ ନିଜ ସିଟ୍‌ରୁ ଓହ୍ଲାଇ ଆସିଥିଲେ ଏବଂ ଚାନ୍ଦିନୀଙ୍କୁ ସେଥିରେ ବସିବାକୁ କହିଥିଲେ। ବିବ୍‌ ବିଙ୍କର ଏହି ଆଚରଣକୁ ଦେଖି ସେଠାରେ ଉପସ୍ଥିତ ଅନ୍ୟ ପ୍ରତିଯୋଗୀ ଓ ଦର୍ଶକ ପ୍ରଶଂସା କରି ତାଳି ମାରିଥିଲେ।

Advertisment

ଏହାପରେ ଚାନ୍ଦିନୀ ଅମିତାଭଙ୍କୁ କହିଥିଲେ, “ମୋ ପରିବାର ଲୋକେ ଆପଣଙ୍କୁ ଦେଖା କରିବା ପାଇଁ ଆସିଛନ୍ତି।”  ଏହା ଶୁଣି ଅମିତାଭ ମଜା କରି କହିଥିଲେ, “ଆପଣ ମିଛ କହୁଛନ୍ତି, ସେମାନେ ମୋତେ ନୁହେଁ, ଆପଣଙ୍କୁ ଦେଖିବା ପାଇଁ ଆସିଛନ୍ତି।”