ପରଦାକୁ ଆସିଲା ‘କେହି ନୁହେଁ କାହାର’ ଓ ‘ରଙ୍ଗିଲା ବାବା’

ଭୁବନେଶ୍ୱର: ଆଜି ରିଲିଜ୍ ହୋଇଛି ‘କେହି ନୁହେଁ କାହାର’ ଓ ‘ରଙ୍ଗିଲା ବାବା’। ନୂଆ ରୋମାଣ୍ଟିକ୍ ମିଷ୍ଟ୍ରି ସିନେମା ‘କେହି ନୁହେଁ କାହାର’। ଓଲିଉଡର ଷ୍ଟାଇଲିସ୍ ଡିରେକଟର ସୁଶାନ୍ତ ମଣିଙ୍କ ଏହି ସିନେମାରେ ଏକାଠି ହୋଇଛନ୍ତି ଅନେକ ନାମୀ କଳାକାର। ଅନୟୁଜୁୟାଲ ଗେଟଅପରେ ଏହି ସବୁ କଳାକାରମାନେ ଅଭିନୟ କରିଛନ୍ତି। ଏହି ସିନେମାର କାହାଣୀ ଲେଖିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା। ଏହି ଫିଲ୍ମରେ ପୂରା ଭିନ୍ନ ଅନ୍ଦାଜରେ ଆସିଛନ୍ତି ଅଭିନେତ୍ରୀ ଏଲିନା। ଗୁଣ୍ଡାଙ୍କ ସହ ଫାଇଟ୍ କରିଛନ୍ତି ସେ। ଷ୍ଟଇଲିସ୍ ଏଲିନାଙ୍କ ସହ ‘କେହି ନୁହେଁ କାହାର’ରେ ଅଛନ୍ତି ଅଭିଷେକ। ଟିନ୍ ଏଜର ଏହି ଦୁଇ ଯୋଡି କମାଲ ଅଭିନୟ କରିଛନ୍ତି। ଏଲିନାଙ୍କର ଏକ ଧମାଲ ଡ୍ୟାନସ୍ ନମ୍ୱର ବି ରହିଛି ଏହି ସିନେମାରେ। ଏହି ଫିଲ୍ମର ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ଡେବ୍ୟୁଟାଣ୍ଟ ବିଶ୍ୱସ୍ୱରୂପ।

ବାବା ମାନଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ରିଲିଜ୍ ହୋଇଛି ‘ରଙ୍ଗିଲା ବାବା’। ରଙ୍ଗିଲା ବାବା ବନିଛନ୍ତି ଭର୍ସାଟାଇଲ୍ ଆକ୍ଟର କୁନା ତ୍ରିପାଠୀ। ସାଥୀରେ ଅଛନ୍ତି ଚନ୍ଦନ। ଗିମିକ ମାଷ୍ଟର ସଞ୍ଜୟ ନାୟକଙ୍କ ନୂଆ ଗିମିକ ରଙ୍ଗିଲା ବାବା। ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ମନ୍ନଥ ମିଶ୍ର। ରାଶେଶ୍ୱରୀ ଏଣ୍ଟରଣ୍ଟେନମେଣ୍ଟର ଦ୍ୱିତୀୟ ଅବଦାନ ହେଉଛି ‘ରଙ୍ଗିଲା ବାବା’।