shimura
ମୁମ୍ବାଇ: ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏହା ୩୩ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ବେଳେ ୭ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ଅଛନ୍ତି। କରୋନା ସଂକ୍ରମିତ ହୋଇ ଜାପାନର ଲୋକପ୍ରିୟ ହାସ୍ୟ ଅଭିନେତା କେନ୍ ଶିମୁରାଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳେ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଆଜି ଏ ସଂପର୍କରେ ସୂଚନା ଦିଆଯାଇଛି। ଏହା ସହିତ କୋଭିଡ୍-୧୯ରେ ପୀଡ଼ିତ ହୋଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ଜାପାନର ମନୋରଞ୍ଜନ ଦୁନିଆର ପ୍ରଥମ ସେଲେବ୍ରିଟି।
https://twitter.com/CGTNOfficial/status/1244443568971759616?s=20
ସୂଚନା ଅନୁଯାୟୀ, ଜ୍ୱର ଓ ନିମୋନିଆ ହେବା ଯୋଗୁ ଶିମୁରାଙ୍କୁ ମାର୍ଚ୍ଚ ୨୦ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୨୩ରେ ତାଙ୍କୁ କରୋନା ପଜିଟିଭ୍ ଭାବେ ଚିହ୍ନଟ କରାଗଲା।
ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ବଲିଉଡ୍ ଗାୟିକା କନିକା କପୁର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/shimura.jpg)