Advertisment

୧୫ ଦିନରେ ୧୩୩ କୋଟିରେ ପହଞ୍ଚିଲାଣି “କେଶରୀ”ର କଲେକ୍ସନ୍‌

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଫିଲ୍ମ “କେଶରୀ” ବକ୍ସ ଅଫିସ୍‌ରେ  ନିଜ ଜଲ୍‌ୱା ଜାରି ରଖିଛି। ଏହି ପିଲ୍ମର ବିଜ୍‌ନେସ୍‌ ୧୩୩ କୋଟି ୪୫ ଲକ୍ଷରେ ପହଞ୍ଚି ସାରିଛି।      କିନ୍ତୁ ପ୍ରଥମ ସପ୍ତାହ ଅପେକ୍ଷା ଦ୍ୱିତୀୟ ସପ୍ତାହରେ ରୋଜଗାର ଅଳ୍ପ କମିଛି। ପୂର୍ବ ସପ୍ତାହରେ ଫିଲ୍ମ ୪ କୋଟି ୪୫ ଲକ୍ଷ ଟଙ୍କା ରୋଜଗାର କରିଥିଲା। ଗତ ଶୁକ୍ରବାର ୪  କୋଟି ୪୫ ଲକ୍ଷ, ଶନିବାର ୬ କୋଟି ୪୫ ଲକ୍ଷ ଏବଂ […]

୧୫ ଦିନରେ ୧୩୩ କୋଟିରେ ପହଞ୍ଚିଲାଣି “କେଶରୀ”ର କଲେକ୍ସନ୍‌

k11

Advertisment

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଫିଲ୍ମ “କେଶରୀ” ବକ୍ସ ଅଫିସ୍‌ରେ  ନିଜ ଜଲ୍‌ୱା ଜାରି ରଖିଛି। ଏହି ପିଲ୍ମର ବିଜ୍‌ନେସ୍‌ ୧୩୩ କୋଟି ୪୫ ଲକ୍ଷରେ ପହଞ୍ଚି ସାରିଛି।      କିନ୍ତୁ ପ୍ରଥମ ସପ୍ତାହ ଅପେକ୍ଷା ଦ୍ୱିତୀୟ ସପ୍ତାହରେ ରୋଜଗାର ଅଳ୍ପ କମିଛି।

Advertisment

ପୂର୍ବ ସପ୍ତାହରେ ଫିଲ୍ମ ୪ କୋଟି ୪୫ ଲକ୍ଷ ଟଙ୍କା ରୋଜଗାର କରିଥିଲା। ଗତ ଶୁକ୍ରବାର ୪  କୋଟି ୪୫ ଲକ୍ଷ, ଶନିବାର ୬ କୋଟି ୪୫ ଲକ୍ଷ ଏବଂ ରବିବାର ଏହି ଫିଲ୍ମ ୮ କୋଟି ୨୫ ଲକ୍ଷ ଟଙ୍କା ରୋଜଗାର କରିଥିଲା।

ରବିବାର ପରେ ଫିଲ୍ମର  ଗ୍ରାଫ୍‌ ଏତେ ବଢିପାରିନଥିଲା। ସୋମବାର ଏହି ଫିଲ୍ମ ୩ କୋଟି ୨୭ ଲକ୍ଷ, ବୁଧବାର ୨ କୋଟି ୪୨ ଲକ୍ଷ ରୋଜଗାର କରିଥିଲା। ଆଉ ଏବେ ଫିଲ୍ମ ୧୩୩ କୋଟି ଫିଗର ଛୁଇଁ ସାରିଲାଣି।
https://twitter.com/taran_adarsh/status/1113720141286522880

Advertisment

ପୂର୍ବ ସପ୍ତାହ ଭଳି ଉତ୍ତର ଭାରତର ଦର୍କଶ ଅଧିକ ଏହି ପିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ପୂର୍ବ ସପ୍ତାହରେ ଏହି ଫିଲ୍ମ ୧୦୦ କୋଟି ଟଙ୍କା ରୋଜଗାର କରିଥିଲା। ଫିଲ୍ମର ଟିମ୍‌ଙ୍କ କହିବା ଅନୁସାରେ ୩ ସପ୍ତାହ ଭିତରେ ଏହା ୧୫୦ କୋଟିରେ  ପହଞ୍ଚି ସାରିଥିବ।

ଶୁକ୍ରବାର ଜନ୍‌ଙ୍କ ଫିଲ୍ମ ର’ ମଧ୍ୟ ରିଲିଜ୍‌ ହେଉଛି। ଏହାର ଟ୍ରେଲର୍‌କୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଥିଲେ। ତେବେ ଏହାକୁ ଆଧାରକୁ ନେଇ କୁହାଯିବ ଯଦି ‘କେଶରୀ’ ପାଇଁ ୧୫୦ କୋଟି ରୋଜଗାର କରିବା ଏତେ ସହଜ ନୁହେଁ।

ଅକ୍ଷୟ କୁମାର ଏବଂ ପରିଣିତି ଚୋପ୍ରାଙ୍କ ଫିଲ୍ମ ‘କେଶରୀ’ ଦେଶ ଏବଂ ବିଦେଶରେ ୪୨୦୦ ହଲ୍‌ରେ ରିଲିଜ୍‌ ହୋଇଛି। ଫିଲ୍ମରେ ଅକ୍ଷୟ କୁମାର୍‌ଙ୍କ ଜବର୍‌ଦସ୍ତ ଆକ୍ସନ୍‌ ଦର୍ଶକଙ୍କ ମନ ଜିତିସାରିଛି। ଏହି ଫିଲ୍ମଟି ‘ଧର୍ମା ପ୍ରଡକ୍ସନ’ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂ। ଫିଲ୍ମର କାହାଣୀ ଗିରୀଶ କୋହଲି ଓ ଅନୁରାଗ ସିଂ ମିଳିତ ଭାବେ ଲେଖିଛନ୍ତି।

‘କେଶରୀ’ର କାହାଣୀ ‘ସରାଗଡ଼ି’ ଯୁଦ୍ଧ ଉପରେ ଆଧାରିତ। ୧୮୯୭ରେ ସରାଗଡ଼ି ଯୁଦ୍ଧରେ ୨୧ ଜଣ ଶିଖ୍ ଅସୀମ ବୀରତ୍ୱ ଓ ସାହସ ଦେଖାଇ ୧୦ ହଜାର ଆଫ୍ଗାନୀଙ୍କ ସହିତ ଯୁଦ୍ଧ କରିଥିଲେ, ଯାହାକୁ ପରଦାରେ ଅତି  ନିଖୁଣ ଭାବେ ପରିବେଷଣ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe