bigbos
ମୁମ୍ବାଇ: ଟେଲିଭିଜନ୍ର ରିଆଲିଟି ଶୋ’ ‘ବିଗ୍ ବସ୍-୧୩’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ନିକଟରେ ଏହା କରଣୀ ସେନାଙ୍କ ଟାର୍ଗେଟ୍ରେ ଆସି ଚର୍ଚ୍ଚାକୁ ଆସିଥିଲା। ଏହା ପରେ ଶୋ’ରୁ ଦଲଜୀତ୍ କୌର୍ ଓ କୋଏନା ମିତ୍ରା ବାହାର ହେବାକୁ ନେଇ ଜୋର ଚର୍ଚ୍ଚା ହୋଇଥିଲା। ବିଶେଷ କରି ଦଲଜୀତ୍ଙ୍କ ଏଲିମିନେସନ୍କୁ କେହି ସହଜରେ ଗ୍ରହଣ କରି ପାରି ନଥିଲେ। ଆଉ ଏବେ ୱାଇଲ୍ଡ କାର୍ଡ ଏଣ୍ଟ୍ରିକୁ ନେଇ ଶୋ’ ଚର୍ଚ୍ଚାରେ ରହିଛି।
https://www.instagram.com/p/BqXGz0kggBh/?utm_source=ig_web_copy_link
ସୂଚନା ଅନୁଯାୟୀ, ଶୋ’ରେ ଭୋଜପୁରୀ ଫିଲ୍ମର ସୁପର୍ଷ୍ଟାର୍ କେଶରୀଲାଲ୍ ଯାଦବ ପ୍ରଥମ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିବେ। ପ୍ରଥମେ କେଶରୀଲାଲ୍ ‘ବିଗ୍ ବସ୍’ର ଏହି ସିଜିନ୍ରେ ଭାଗ ନେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପ୍ରିମିୟର୍ ନାଇଟ୍ରେ ତାଙ୍କର ଏଣ୍ଟ୍ରି ନହେବାରୁ ଦର୍ଶକ ଆଶ୍ଚର୍ଯ୍ୟ ହୋଇଥିଲେ। କୁହାଯାଉଛି, ଫିଲ୍ମକୁ ନେଇ କିଛି କାମ ବାକିଥିବାରୁ ତାଙ୍କ ଏଣ୍ଟ୍ରିରେ ବିଳମ୍ବ ହୋଇଛି। ଆଉ ଏକ ଖବର ଅନୁଯାୟୀ, ଅକ୍ଟୋବର ୨୫ରେ ସେ ‘ବିଗ୍ ବସ୍-୧୩’ରେ ଏଣ୍ଟ୍ରି କରିବେ। ଅନ୍ୟପକ୍ଷରେ ଗତ ସପ୍ତାହରେ ଶୋ’ରୁ ବାହାରିଥିବା ଦଲ୍ଜୀତ୍ କୌର୍ ମଧ୍ୟ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ରି-ଏଣ୍ଟ୍ରି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
https://www.instagram.com/p/Bl-I6HCgwrT/?utm_source=ig_web_copy_link
କେଶରୀଲାଲ୍ ‘ବିଗ୍ ବସ୍’ରେ ଭାଗ ନେଉଥିବା ପ୍ରଥମ ଭୋଜପୁରୀ ଷ୍ଟାର୍ ନୁହନ୍ତି। ତାଙ୍କ ପୂର୍ବରୁ ମନୋଜ ତିୱାରୀ, ରବି କିସନ୍, ମୋନାଲିସା ଓ ସମ୍ଭାବନା ସେଠ୍ଙ୍କ ପରି ଲୋକପ୍ରିୟ ଭୋଜପୁରୀ ଷ୍ଟାର୍ ‘ବିଗ୍ ବସ୍’ ରେ ସାମିଲ୍ ହୋଇସାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/bigbos.jpg)