ଖଣିଖାଦାନର କଥା କହୁଛି ‘ସୁଖ ଆସୁଛି ‘

ଭୁବନେଶ୍ୱର: ଖୁବଶୀଘ୍ର ପରଦାକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମି ‘ସୁଖ ଆସୁଛି’। ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦେଶିତ  ଏହି ଫିଲ୍ମିର ଭୁବନେଶ୍ୱର ଇଡକଲ ଅଡିଟୋରିୟମରେ ସ୍କ୍ରିନିଂ କରାଯାଇଛି ।

ରାଜ୍ୟର ଖଣିଖାଦାନ ବ୍ୟବସାୟ କିପରି ଚାଲୁଛି ଏବଂ ସାଧାରଣ ଲୋକଙ୍କ କ୍ଷେତ୍ରରେ ଖଣି ଖାଦାନର ପ୍ରଭାବ କଭଳି ରହୁଛି ତାହା ହିଁ ‘ସୁଖ ଆସୁଛି’ର କଥା ବସ୍ତୁ। ୪ଜଣ ବନ୍ଧୁଙ୍କ କହାଣୀକୁ ନେଇ ତିଆରି ଗତିଶୀଳ ହୋଇଛି ଏହି ପିଲ୍ମି ।

ଏହି ଫିଲ୍ମିରେ ଶ୍ରୀତମ ଦାସ, କୁନା ତ୍ରିପାଠୀ ଏବଂ ପ୍ରିତୀରାଜ ନାୟକଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ଫିଲ୍ମିଟି ଓଡ଼ିଶାର ଅଧିକାଂଶ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ନିର୍ଦେଶିତ ସୂଚନା ଦେଇଛନ୍ତି।