Advertisment

ଖାକି ପୋଷାକରେ 'ତବୁ'

ମୁମ୍ବାଇ: ଦେହରେ ଖାକି ପୋଷାକ। ଆଖିରେ କଳା ଷ୍ଟାଇଲିସ ଗ୍ଲାସ। ସତ୍ୟ ଓ ନ୍ୟାୟକୁ ଧରି ଅପରାଧୀଙ୍କ ଉପରେ ପୁଲିସଗିରି ଦେଖାଇବାକୁ ଆସୁଛନ୍ତି ଆଉ ଜଣେ ଅଭିନେତ୍ରୀ। ସିଏ ଆଉ କିଏ ନୁହେଁନ୍ତି । ସେ ହେଉଛନ୍ତି ଭର୍ସାଟାଇଲ ଆକ୍ଟ୍ରିସ୍ ‘ତବୁ’। ସିଲଭର ସ୍କ୍ରିନକୁ ଫେରୁଛନ୍ତି ‘ଚିନିକମ୍’ ଓ ‘ଚାଦିନିବାର’ ପରି ନାରୀ ଭିତ୍ତିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ନବେ ଦଶକର ବଲିଉଡ ନାୟିକା ‘ତବୁ’। ଏହାସହ ‘ହାଇଦର’ ଚଳଚ୍ଚିତ୍ରରେ ମା’ରୋଲ ନିଭାଇ ସାରିଥିବା ତବୁ ଏବେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖାକି ପୋଷାକରେ 'ତବୁ'

tabu

ମୁମ୍ବାଇ: ଦେହରେ ଖାକି ପୋଷାକ। ଆଖିରେ କଳା ଷ୍ଟାଇଲିସ ଗ୍ଲାସ। ସତ୍ୟ ଓ ନ୍ୟାୟକୁ ଧରି ଅପରାଧୀଙ୍କ ଉପରେ ପୁଲିସଗିରି ଦେଖାଇବାକୁ ଆସୁଛନ୍ତି ଆଉ ଜଣେ ଅଭିନେତ୍ରୀ। ସିଏ ଆଉ କିଏ ନୁହେଁନ୍ତି । ସେ ହେଉଛନ୍ତି ଭର୍ସାଟାଇଲ ଆକ୍ଟ୍ରିସ୍ 'ତବୁ'। ସିଲଭର ସ୍କ୍ରିନକୁ ଫେରୁଛନ୍ତି 'ଚିନିକମ୍' ଓ 'ଚାଦିନିବାର' ପରି ନାରୀ ଭିତ୍ତିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ନବେ ଦଶକର ବଲିଉଡ ନାୟିକା 'ତବୁ'। ଏହାସହ 'ହାଇଦର' ଚଳଚ୍ଚିତ୍ରରେ ମା’ରୋଲ ନିଭାଇ ସାରିଥିବା ତବୁ ଏବେ ନୂଆରୂପରେ ଦର୍ଶକଙ୍କ ପ୍ରଶାଂସା ସାଉଣ୍ଟିବାକୁ ଆସୁଛନ୍ତି 'ତବୁ'। 'ତ‍ବୁ' ଏବେ ଆଇଜି ମୀରା ଦେଶମୁଖ ଭାବେ ନଜରକୁ ଆସିବେ 'ଦୃଶ୍ୟମ ଏ ଥ୍ରଲର' ଚଳଚ୍ଚିତ୍ରରେ।

Advertisment

ଏହି ଚଳଚ୍ଚିତ୍ରରେ ଦମଦାର ଡାଇଲଗ ସହ କିଛି ଫାଇଟ ମଧ୍ୟ ରହିଛି ତବୁଙ୍କର। ଏହି ଚଳଚ୍ଚିତ୍ରକୁ ନିଶିକାନ୍ତ କାମତ୍ ନିର୍ଦ୍ଦେଶନା ଦେଇଥିବାବେଳେ ଭିନ୍ନ ଭୁମିକାରେ ଦେଖାଦେବେ ସିଙ୍ଘମ ଷ୍ଟାର ଅଜୟ ଦେବଗାନ୍। ସେ ବିଜୟ ଶାଲଗୋନକାର ଭୁମିକାରେ ନଜରକୁ ଆସିବେ। ଏହି ଚଳଚ୍ଚିତ୍ରକୁ କୁମାର ମଙ୍ଗତ ପାଠକ୍, ଅଜିତ୍ ଅନ୍ଧାରେ ଓ ଅଭିଶେଖ ପାଠକଙ୍କ ଦ୍ୱାରା ପ୍ରେଯୋଜିତ ହୋଇଛି। ଏହାର ସୁଟିଂକାର୍ଯ୍ୟ ମୁମ୍ବାଇ ଓ ଏହାର ଅଞ୍ଚଳରେ ହେବ ବୋଲି ଜଣାପଡିଛି। ତେବେ ଏହି ଚଳଚ୍ଚିତ୍ର କେବେ ବକ୍ସ ଅଫିସକୁ ଆସିବ ତାହା  ଏପର୍ଯ୍ୟନ୍ତ ନିର୍ଣ୍ଣୟ ହୋଇନାହିଁ।