Advertisment

ଯାତ୍ରା ପ୍ରାକ୍ଟିସ ଚାଲିଛି, ପରମିସନ୍‌ ପାଇଁ ରହିଛି କେଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଖଣ୍ଡଗିରିରେ ଜଳିବନି ଝିଲ୍‌ମିଲ୍‌ ଆଲୁଅ! କି ଶୁଭିବନି ଗୁରୁ ଗମ୍ଭୀର ଡାଇଲଗ୍‌। ଗତବର୍ଷ ଯେଉଁଠି ନାୟକ ଓ ନାୟିକାଙ୍କ ରୋମାଣ୍ଟକ ସଂଳାପ ଖଣ୍ଡଗିରିର ଛାତିରେ ଗୁଞ୍ଜରିତ ହେଉଥିଲା, ଆଜି ସେଠି ଆଜି ଖାଁ ଖାଁ ପରିବେଶ। ନା ଲାଗିଛି ଯାତ୍ରା ପାର୍ଟିଙ୍କ ବ୍ୟାନର ନା ପଡ଼ିଆରେ ପୋତା ଯାଇଛି ବାଉଁଶ। ଅନାବନା ଘାସରେ ଢ଼ାଙ୍କୁଡ଼ି ହୋଇପଡ଼ିଛି ନାଟ ବେଦି। କାଳ ରୂପୀ କରୋନା ପାଇଁ ନାଟ କରିବାକୁ ଅନୁମତି ଦେଉନି ଭୁବନେଶ୍ୱର […]

ଅଦ୍ୟତନ ହୋଇଛି
ଯାତ୍ରା ପ୍ରାକ୍ଟିସ ଚାଲିଛି, ପରମିସନ୍‌ ପାଇଁ ରହିଛି କେଁ’

jatra-khandagiri

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଖଣ୍ଡଗିରିରେ ଜଳିବନି ଝିଲ୍‌ମିଲ୍‌ ଆଲୁଅ! କି ଶୁଭିବନି ଗୁରୁ ଗମ୍ଭୀର ଡାଇଲଗ୍‌। ଗତବର୍ଷ ଯେଉଁଠି ନାୟକ ଓ ନାୟିକାଙ୍କ ରୋମାଣ୍ଟକ ସଂଳାପ ଖଣ୍ଡଗିରିର ଛାତିରେ ଗୁଞ୍ଜରିତ ହେଉଥିଲା, ଆଜି ସେଠି ଆଜି ଖାଁ ଖାଁ ପରିବେଶ। ନା ଲାଗିଛି ଯାତ୍ରା ପାର୍ଟିଙ୍କ ବ୍ୟାନର ନା ପଡ଼ିଆରେ ପୋତା ଯାଇଛି ବାଉଁଶ। ଅନାବନା ଘାସରେ ଢ଼ାଙ୍କୁଡ଼ି ହୋଇପଡ଼ିଛି ନାଟ ବେଦି। କାଳ ରୂପୀ କରୋନା ପାଇଁ ନାଟ କରିବାକୁ ଅନୁମତି ଦେଉନି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଯାତ୍ରା କଳାକାରମାନେ ନାଟକ କରିବା ପାଇଁ ନିବେଦନ କରୁଥିଲେ ମଧ୍ୟ ସରକାରଙ୍କ ପ୍ରତିଶ୍ରୁତିରେ ରାଜି ହୋଇପାରୁ ନାହାନ୍ତି ଯାତ୍ରା ପାର୍ଟି ମାଲିକ ଓ ଆୟୋଜକ। ଘନ ଘନ ବୈଠକ ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନି। ତେଣୁ ଚଳିତବର୍ଷ ମାଘ ମେଳାରେ ଖଣ୍ଡଗିରିରେ ଯାତ୍ରା ହେଲା ପରି ଲାଗୁନି।

Advertisment

ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ୧୫ ଦିନ ଧରି ୧୦ରୁ ଅଧିକ ଯାତ୍ରା ପାଟି ନାଟକ ପରିବେଷଣ କରିଥାନ୍ତି। ପ୍ରତିଦିନ ୫୦,୦୦୦ରୁ ଅଧିକ ଲୋକ ବିଭିନ୍ନ ମଞ୍ଚରେ ଯାତ୍ରା ଦେଖିଥାଆନ୍ତି। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ମେଳା ଓ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଲାଗିଛି। ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡଗିରି ମେଳା ପାଇଁ ଅନୁମତି ଦେବା ଅସମ୍ଭବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧରୀ। ମେଳାରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ସେହି ସ୍ଥାନରେ କୋଭିଡ୍‌ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ଯାତ୍ରା ହେଉଥିବା ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କୋଭିଡ୍‌ କଟକଣା ପାଳନ କରିବା ମଧ୍ୟ ସମ୍ଭବ ହୋଇନପାରେ। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ୍‌ ପୃଥକ୍‌ ଭାବେ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ବାବଦରେ ଆଲୋଚନା କରି ପରାମର୍ଶ ନିଆଯାଇଛି। ଯାତ୍ରା ନେଇ ବିକଳ୍ପ ସ୍ଥାନ ଖୋଜା ଚାଲିଥିବା କହିଛନ୍ତି ବିଏମ୍‌ସି କମିଶନର। ଆୟୋଜକଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କମିଶନର କହିଛନ୍ତି।

ପୂର୍ବରୁ କମିଶନର କହିଥିଲେ ୫୦% ଦର୍ଶକରେ ଯାତ୍ରାକୁ ଅନୁମତି ଦିଆଯାଇପାରିବ। ହେଲେ ଏଥିରେ ଯାତ୍ରା ପାର୍ଟି ମାଲିକମାନେ ରାଜି ନାହାନ୍ତି। ସେମାନେ ପଚାରିଛନ୍ତି ୫୦%ରେ କେତେ ଦର୍ଶକ ଯାତ୍ରା ଦେଖିପାରିବେ। ଯଦି ବିଏମ୍‌ସି କେତେ ଦର୍ଶକ ଯାତ୍ରା ଦେଖିବେ ବୋଲି କହିବେ, ତାହା ପରେ ଯାତ୍ରା ପରିବେଷଣ ନେଇ ଆଲୋଚନା କରାଯିବ।

Advertisment

ଅଧିକ ପଢ଼ନ୍ତୁ >>ଉତ୍ତରାଖଣ୍ଡ ପ୍ରଳୟ ପରେ ଓଡ଼ିଆ ପୁଅ ନିଖୋଜ

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe