Advertisment

ରିଲିଜ୍‌ ହେଲା ‘ଖୁସି-ଇଟ୍ସ ନଟ୍ ଏ ଫେରି ଟେଲ୍’ର ଟ୍ରେଲର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍ ଶୀଘ୍ର ପରଦାକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଥିବା ଫିଲ୍ମ ‘ଖୁସି-ଇଟ୍ସ ନଟ୍ ଏ ଫେରି ଟେଲ୍’। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍। ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ୍‌ରେ […]

ରିଲିଜ୍‌ ହେଲା ‘ଖୁସି-ଇଟ୍ସ ନଟ୍ ଏ ଫେରି ଟେଲ୍’ର ଟ୍ରେଲର୍‌

khusi-620x330

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍ ଶୀଘ୍ର ପରଦାକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଥିବା ଫିଲ୍ମ ‘ଖୁସି-ଇଟ୍ସ ନଟ୍ ଏ ଫେରି ଟେଲ୍’। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି।

Advertisment

ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍। ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ୍‌ରେ ପଡିଛି ଖୁସି। ଏହି ସମୟରେ କ’ଣ ହେଉଛି ପରିବାରର ଅବସ୍ଥା, କେମିତି ପରିସ୍ଥିତି ଦେଇ ଗତି କରୁଥିବେ ବାପା ମା’। ଏମିତି କିଛି ଅସୁମାରୀ ଭାବାବେଗକୁ ନିଖୁଣ ଭାବେ ନେଇ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଖୁସି-ଇଟ୍ସ ନଟ୍ ଏ ଫେରି ଟେଲ୍’।

ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ସେ କନ୍ଧମାଳ କୋଟଗଡ଼ର ସଦ୍ୟତମ ଘଟଣା ହେଉ କି ସାଲେପୁର ଓ ନୀଳଗିରିରେ ନାବାଳିକା ଦୁଷ୍କର୍ମ ଘଟଣା ହେଉ । ପ୍ରତିଦିନ, ପ୍ରତି ଘଣ୍ଟା ଏମିତିକି ପ୍ରତି ମୁହୂର୍ତ୍ତରେ ରାଜ୍ୟରେ ନାବାଳିକାଙ୍କ ବିରୋଧରେ ଘଟୁଛି ଘୃଣ୍ୟ ଅପରାଧ। ଯୌନ ପିପାସୁଙ୍କ ଲୋଲୁପ ଦୃଷ୍ଟିରେ ଦଗ୍ଧ ହେଉଛି କୋମଳମତି ଓ ନିଷ୍ପାପ କନ୍ୟାରତ୍ନଙ୍କ ଜୀବନ। ଏଭଳି ଘଟଣା ରୋକିବା ଲାଗି ଆରମ୍ଭ ହୋଇଥିବା ଜନସଚେତନା ଅଭିଯାନରେ ସାମିଲ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ।

Advertisment

ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ନିର୍ମାଣ ହେଉଛି ବାସ୍ତବଧର୍ମୀ ଚଳଚ୍ଚିତ୍ର ‘ଖୁସି-ଇଟ୍ସ ନଟ୍ ଏ ଫେରି ଟେଲ୍’। ତେବେ କାହାଣୀଟି କେଉଁ ମୋଡ଼ ନେଉଛି ତାହା ଆପଣ ଫିଲ୍ମ ଦେଖିଲେ ଜାଣିପାରିବେ। ଷ୍ଟୋରୀ, ସ୍କ୍ରିନ୍ ପ୍ଲେ, ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତାପସ ସରଘରିଆ। ରଞ୍ଜନ ଶତ୍‌ପଥୀ-କ୍ରିଏଟିଭ୍ ହେଡ୍ ଥିଲା ବେଳେ ମିହିର ଦାସ୍, ସରୋଜ ପରିଡ଼ା, କାବ୍ୟା କିରଣ, ସୌମା ଭୌମିକ୍, ଡ୍. ଚିତ୍ତ ମିଶ୍ର , ଶିଶୁ କଳାକାର ଐଶ୍ୱର୍ଯ୍ୟା ଓ କୁମାରଆଦିତ୍ୟ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe