/odisha-reporter/media/post_attachments/uploads/2022/10/kiara-1.jpg)
kiara & sidhartha
ମୁମ୍ବାଇ: ବି- ଟାଉନ୍ର ବିୟୁଟିଫୁଲ ଅଭିନେତ୍ରୀ କିଆରା ଆଡଭାନୀ ଖୁବ୍ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। କିଆରା ନିଜ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ସିଦ୍ଧାର୍ଥ ମଲହୋତ୍ରାଙ୍କୁ କରିବେ ଜୀବନସାଥୀ। ଆଗାମୀ ବର୍ଷ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଶୁଣିବାକୁ ମିଳିଛି। ତେବେ ଏହା ପୂର୍ବରୁ ମିଳିଛି ଆଉ ଏକ ରୋଚକ ଖବର ।
ଆର ବର୍ଷ ପତିପତ୍ନୀ ସାଜିଲେ ବି ଆଉ ଦୂରେଇ ରହିବାକୁ ପସନ୍ଦ କରୁ ନାହାନ୍ତି ଏହି ପ୍ରେମ ପକ୍ଷୀ । ତେଣୁ ସେମାନେ ନୂଆ ଠିକଣା ଖୋଜୁଛନ୍ତି। ଅର୍ଥାତ ଖୁବ୍ ଶୀଘ୍ର ଲିଭ୍-ଇନ୍ରେ ରହିବେ ଏହି ବିୟୁଟିଫୁଲ କପଲ୍ ।
ବିବାହ ପୂର୍ବରୁ ପରସ୍ପର ସହ ସମୟ ବିତାଇବା ସହ ଭଲ ଭାବେ ବୁଝିବାକୁ ସେମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସିଦ୍ଧାର୍ଥ ଏବଂ କିଆରା ଏବେ ମୁମ୍ବାଇରେ ନିଜ ପାଇଁ ନୂଆ ଘର ଖୋଜୁଥିବା ଜଣାଯାଇଛି । ଯେଉଁଠାରେ ଦୁହେଁ ସେମାନଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରିବେ । ଯଦି ମନପସନ୍ଦର ଘର ନ ମିଳେ ତେବେ କିଆରା ସିଦ୍ଧାର୍ଥଙ୍କ ଘରକୁ ହିଁ ସିଫ୍ଟ ହୋଇଯିବେ ବୋଲି ସୂଚନା ମିଳିଛି ।
ନିକଟରେ କରଣ ଜୋହରଙ୍କ ଶୋ ‘କଫି ଉଇଥ୍ କରଣ’ରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ପରୋକ୍ଷରେ ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ଏହାବାଦ ସଲମାନ ଖାନଙ୍କ ବିଗ ବସ୍ରେ ପହଞ୍ଚିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବିବାହ ବିଷୟରେ ପଚାରିବାରୁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ଏହି ହ୍ୟାଣ୍ଡସମ୍ ହିରୋ ।
ସିଦ୍ଧାର୍ଥ ଏବଂ କିଆରା ଆସନ୍ତା ବର୍ଷ ଦିଲ୍ଲୀରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ଉଭୟ କୌଣସି ଗ୍ରାଣ୍ଡ ସେରିମନିରେ ନୁହେଁ, ପାରିବାରିକ ଉତ୍ସବରେ ବିବାହ କରିବେ ବୋଲି ଜଣାଯାଇଛି। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
