Advertisment

ଆଜି ନୁହେଁ, କାଲି ପଡ଼ିବ ହାତଗଣ୍ଠି

କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ୧୦୦ରୁ ୧୫୦ ଅତିଥି ଯୋଗଦେବେ। ଏହି ଗେଷ୍ଟ ତାଲିକାରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ମଧ୍ୟ ସାମିଲ ଅଛି।

Sidharth-Malhotra-and-Kiara-Advani

Sidharth-Malhotra-and-Kiara-Advani

Advertisment

ଆଜି ନୁହେଁ କାଲି ସାତଫେରା ନେବେ ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଓ କିଆରି ଆଡଭାନୀ। ଉଭୟଙ୍କ ବିବାହ ପାଇଁ ସଜେଇ ହୋଇଛି ରାଜସ୍ଥାନର ଜୈସଲମେର୍‌ ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ।

Advertisment

ଏହି ଯୋଡ଼ିଙ୍କ ବିବାହ ଫେବୃୟାରୀ ୬ ତାରିଖରେ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ସୂଚନା ମୁତାବକ ଉଭୟ ଆସନ୍ତା କାଲି ଅର୍ଥାତ ଫେବୃୟାରୀ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। ଅର୍ଥାତ ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭରେ ହିଁ ବିବାହ କରିବା ନିମନ୍ତେ ଏହି ପ୍ରେମ ଯୋଡ଼ି ନିଷ୍ପତ୍ତି ନେଇଛନ୍ତି ।

ଏହାପୂର୍ବରୁ ଗତ ରାତିରେ ମେହେନ୍ଦୀ ଫଙ୍କସନ୍‌ ଶେଷ ହୋଇଥିବା ବେଳେ ଆଜି ସଙ୍ଗୀତ ସେରିମନିର ଆୟୋଜନ ହେବ । କିଆରାଙ୍କ ଭାଇ ମିଶାଲ ଜଣେ କୋରିଓଗ୍ରାଫର ଓ ସିଙ୍ଗର ହୋଇଥିବା ବେଳେ ସେ ନିଜ ଭଉଣୀ ଭିଣୋଇଙ୍କ ପାଇଁ ସ୍ପେଶାଲ ଟ୍ରାକ୍‌ର ଆୟୋଜନ କରିଥିବା ଜଣାଯାଇଛି।

Advertisment
Isha Ambani with husbandଏୟାରପୋର୍ଟ ସ୍ୱାମୀ ଆନନ୍ଦ ପିରାମିଲଙ୍କ ସହ ଇଶା ।

କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ୧୦୦ରୁ ୧୫୦ ଅତିଥି ଯୋଗଦେବେ। ଏହି ଗେଷ୍ଟ ତାଲିକାରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ମଧ୍ୟ ସାମିଲ ଅଛି। ସିଦ୍ଧାର୍ଥ- କିଆରାଙ୍କ ବିବାହ ନିମନ୍ତେ ପତ୍ନୀ ମୀରାଙ୍କ ସହ ସାହିଦ କପୁର, କରନ ଜୋହର, ମନିଷ ମଲହୋତ୍ରା ପ୍ରମୁଖ ଜୈସଲମେର୍‌ରେ ପହଞ୍ଚି ସାରିଛନ୍ତି। ଏହାବାଦ ଇଶା ଅମ୍ବାନୀ କିଆରାଙ୍କ ପିଲା ଦିନର ବାନ୍ଧବୀ ହୋଇଥିବା ବେଳେ ସେ ମଧ୍ୟ ବିବାହ ଉତ୍ସବରେ ଯୋଗ ଦେବାକୁ ନିଜ ସ୍ୱାମୀ ଆନନ୍ଦ ପିରାମିଲଙ୍କ ସହ ଜୈସଲମେର୍‌ରେ ପହଞ୍ଚି ସାରିଛନ୍ତି। ଭିକି କୌଶଲ, ବରୁଣ ଧୱନଙ୍କ ପରି ସେଲିବ୍ରିଟି ବି ବିବାହରେ ଯୋଗ ଦେବେ ବୋଲି ଜଣାଯାଇଛି।

jaisalmer fortରାଜସ୍ଥାନର ଜୈସଲମେର୍‌ ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ ।

ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ସାତଫେରା ନେବେ। ବିବାହ ପରେ ଉଭୟ ସେଠାରେ ଏକ ଭବ୍ୟ ପାର୍ଟିର ଆୟୋଜନ କରିବେ। ସେଠାରେ ଅତିଥିଙ୍କୁ ରୟାଲ ରାଜସ୍ଥାନୀ ଡିସ୍‌ ସହ ପଞ୍ଜାବୀ ଡିସ୍‌ ବି ପରସାଯିବ । ମୁମ୍ବାଇ ଫେରି ଏଠାରେ ମଧ୍ୟ ଏକ ଗ୍ରାଣ୍ଡ ରିସେପସନ୍‌ ପାର୍ଟି ଦେବେ ବୋଲି କୁହାଯାଉଛି।

Kiara Advani Sidhartha Malhotra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe