Advertisment

କିଆରା ଚାହାନ୍ତି ହ୍ରିତିକ୍, ଆଦିତ୍ୟ କେବେ ନ ଗାଧାନ୍ତୁ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ଖୁବ୍ ଚର୍ଚ୍ଚାରେ। ନିକଟରେ ସେ ନେହା ଧୁପିଆଙ୍କ ଚ୍ୟାଟ୍ ଶୋ’ ‘ନୋ ଫିଲଟର୍ ନେହା’ରେ ନଜରକୁ ଆସିଥିଲେ। ଶୋ’ରେ କିଆରା ନିଜ ମନ କଥା ଖୋଲି କହିଥିଲେ। ଏହାର ଏକ ଭିଡିଓ ନେହା ନିଜ ସୋଶାଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ନେହାଙ୍କ ଶୋ’ରେ କିଆରା କିଛି ଏମିତି କହିଛନ୍ତି, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ.. ନେହା କିଆରାଙ୍କୁ ଏକ କାଳ୍ପନିକ ସ୍ଥିତିର ଉଦାହରଣ ଦେଇ ପଚାରିଥିଲେ […]

କିଆରା ଚାହାନ୍ତି ହ୍ରିତିକ୍, ଆଦିତ୍ୟ କେବେ ନ ଗାଧାନ୍ତୁ

kiara

Advertisment

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ଖୁବ୍ ଚର୍ଚ୍ଚାରେ। ନିକଟରେ ସେ ନେହା ଧୁପିଆଙ୍କ ଚ୍ୟାଟ୍ ଶୋ' 'ନୋ ଫିଲଟର୍ ନେହା'ରେ ନଜରକୁ ଆସିଥିଲେ। ଶୋ'ରେ କିଆରା ନିଜ ମନ କଥା ଖୋଲି କହିଥିଲେ। ଏହାର ଏକ ଭିଡିଓ ନେହା ନିଜ ସୋଶାଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି।

Advertisment

ନେହାଙ୍କ ଶୋ'ରେ କିଆରା କିଛି ଏମିତି କହିଛନ୍ତି, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ.. ନେହା କିଆରାଙ୍କୁ ଏକ କାଳ୍ପନିକ ସ୍ଥିତିର ଉଦାହରଣ ଦେଇ ପଚାରିଥିଲେ ଯେ, ଯଦି ଗୋଟିଏ ଘରେ ବଲିଉଡ୍ ସେଲିବ୍ରିଟିମାନେ ଫସି ରହିଥିବେ। ତେବେ କିଏ ମନୋରଞ୍ଜନ କରିବେ? ଏହାର ଉତ୍ତରରେ ସେ କହିଛନ୍ତି, ଅକ୍ଷୟ କୁମାରଙ୍କ ନାଁ ନେଇଥିଲେ।

ଏହାପରେ ନେହା ପୁଣି ପଚାରିଥିଲେ. କେଉଁ ସେଲିବ୍ରିଟି ଗାଧୋଇବେ ନାହିଁ। ଏହାର ଉତ୍ତରରେ ନେହା କହିଥିଲେ, ହ୍ରିତିକ୍ ରୋଶନ ଏବଂ ଆଦିତ୍ୟ ରଏ କପୁର କେବେ ନ ଗାଧାନ୍ତୁ ବୋଲି ମୁଁ ଚାହୁଁଛି, ସେମାନେ ଏମିତି ହିଁ କୁଲ୍ ଲାଗୁଛନ୍ତି। ନେହା ଏହି ଭିଡିଓଟିକୁ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯାହାକୁ ଫ୍ୟାନମାନେ ଖୁବ୍ ପସନ୍ଦ କରୁଛନ୍ତି।

Advertisment

https://www.instagram.com/p/CGkY_wNnWGi/?utm_source=ig_web_copy_link

ସୂଚନା ଯେ, ଏହା ଛଡ଼ା ନିଜ ଫିଲ୍ମି କ୍ୟାରିୟରକୁ ନେଇ ମଧ୍ୟ କିଆରା ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଖୁବ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ତାଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇସାରିଛି। ନଭେମ୍ବର 9ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେଳେ ଫ୍ୟାନମାନେ ଅକ୍ଷୟଙ୍କୁ ଜଣେ କିନ୍ନର ଭୂମିକାରେ ଦେଖିବେ।

Bollywood Kiara Advani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe