କିଙ୍ଗ୍ ଖାନ୍ @ ୫୦

ମୁମ୍ବାଇ: ବଲିଉଡର ବେତାଜ ବାଦଶାହା ଶାହାରୁଖ ଖାନ୍ ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏନେଇ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ୫୦ବର୍ଷ ବୟସରରେ ବି ତାଙ୍କ କ୍ରେଜ୍ କମିନାହିଁ। ସର୍କସ ଓ ଫୌଜି ପରି ଟେଲିସିରିଅଲରୁ କରିଅର ଆରମ୍ଭ କରିଥିବା ଶାହାରୁଖ ଏବେ ବଲିଉଡର ବାଦଶାହା।

ଏବେବି ସେ ତାଙ୍କ ଟିପିକାଲ ଅନ୍ଦାଜରେ ଦର୍ଶକଙ୍କୁ ଦିୱାନା କରୁଛନ୍ତି। ଆଗକୁ ଶାହାରୁଖଙ୍କର ଆସୁଛି ରଇସ୍, ଦିଲୱାଲେ ଓ ଫ୍ୟାନ୍। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ ଫିଲ୍ମର ଟ୍ରେଲର ରିଲିଜ୍ ହେବ।