Advertisment

ବଲିଉଡ୍‌ରେ “ମେଁ ଭି ଚୌକିଦାର୍‌”ର ପ୍ରଭାବ

ମୁମ୍ବାଇ: ୨୦୧୯ ଲୋକସଭା ନିବାଚନ ପାଇଁ ମଇଦାନ ପୂରାପୂରି ଗରମ ରହିଛି। ଆଉ ଏଥିପାଇଁ ପ୍ରତ୍ରକ ରାଜନୈତିକ ଦଳ ନିଜ ନିଜ ଶୈଳୀରେ ପ୍ରଚାର କରୁଛନ୍ତି। କଂଗ୍ରେସ୍‌ ପାର୍ଟି ନରେନ୍ଦ୍ର ମୋଦିଙ୍କୁ ନେଇ ଚଳାଇଥିବା “ଚୌକିଦାର୍‌ ଚୋର୍‌ ହେ” ଅଭିଯାନର ଜବାବ୍‌ ଦେବାକୁ ଯାଇ ବିଜେପି ମଧ୍ୟ “ମେଁ ଭି ଚୌକିଦାର୍‌” ପ୍ରଚାର ଚଳାଇଛି। ବିଜେପି ନେତା ଆଉ କାର୍ଯ୍ୟକର୍ତ୍ତାମାନେ ସୋଶାଲ୍‌ ମିଡିଆ ବିଷେଶ କରି ଟ୍ୱିଟର୍‌ରେ ନିଜ ନାମ ପୂର୍ବରୁ “ଚୌକିଦାର୍‌” ଶବ୍ଦ ଯୋଡ଼ି ମୋଦିଙ୍କୁ […]

ଅଦ୍ୟତନ ହୋଇଛି
ବଲିଉଡ୍‌ରେ “ମେଁ ଭି ଚୌକିଦାର୍‌”ର ପ୍ରଭାବ

ca1

Advertisment

ମୁମ୍ବାଇ: ୨୦୧୯ ଲୋକସଭା ନିବାଚନ ପାଇଁ ମଇଦାନ ପୂରାପୂରି ଗରମ ରହିଛି। ଆଉ ଏଥିପାଇଁ ପ୍ରତ୍ରକ ରାଜନୈତିକ ଦଳ ନିଜ ନିଜ ଶୈଳୀରେ ପ୍ରଚାର କରୁଛନ୍ତି। କଂଗ୍ରେସ୍‌ ପାର୍ଟି ନରେନ୍ଦ୍ର ମୋଦିଙ୍କୁ ନେଇ ଚଳାଇଥିବା “ଚୌକିଦାର୍‌ ଚୋର୍‌ ହେ” ଅଭିଯାନର ଜବାବ୍‌ ଦେବାକୁ ଯାଇ ବିଜେପି ମଧ୍ୟ “ମେଁ ଭି ଚୌକିଦାର୍‌” ପ୍ରଚାର ଚଳାଇଛି।

Advertisment

ବିଜେପି ନେତା ଆଉ କାର୍ଯ୍ୟକର୍ତ୍ତାମାନେ ସୋଶାଲ୍‌ ମିଡିଆ ବିଷେଶ କରି ଟ୍ୱିଟର୍‌ରେ ନିଜ ନାମ ପୂର୍ବରୁ “ଚୌକିଦାର୍‌” ଶବ୍ଦ ଯୋଡ଼ି ମୋଦିଙ୍କୁ ସମର୍ଥନ ଜଣାଉଛନ୍ତି। ଏବେ ବଲିଉଡ୍‌ ଅଭନେତ୍ରୀ କିରଣ ଖେର୍‌ ମଧ୍ୟ ଟ୍ୱିଟର୍‌ ପେଜ୍‌ରେ ନିଜ ନାମ ଆଗରୁ ଚୌକିଦାର୍‌ ଶବ୍ଦ ଯୋଡ଼ିଛନ୍ତି।  ସେ ମୋଦିଙ୍କୁ ସମର୍ଥନ କରି ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।
https://twitter.com/KirronKherBJP/status/1107230188696469509

ସେହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, “ମୁଁ ମା’ ଅଟେ”, “ମୁଁ ଭଉଣୀ ଅଟେ”, “ଭଲପାଇବା ଅଟେ”, “ଆଉ ରାକ୍ଷାସଙ୍କ ବଦ୍ଧ କରିବା ପାଇଁ ମୁଁ ବାଘ ଉପରେ ବିରାଜମାନ ଅଟେ“, “ଆଉ ମୁଁ ବି ଚୌକିଦାର୍‌ ଅଟେ”। ଏହିପରି ଭାବରେ କିରଣ ଖେର୍‌ ସୋଶାଲ୍‌ ମିଡିଆରେ ତାଙ୍କ ବିପକ୍ଷମାନଙ୍କୁ ଜବାବ୍‌ ଦେଇଛନ୍ତି। କିରଣଙ୍କ ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓକୁ କିରଣ ନିଜର ଟ୍ୱିଟର୍‌ ପେଜ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର୍‌ କରିଛନ୍ତି।

Advertisment

ବଲିଉଡ୍‌ ଅଭିନେତ୍ରୀ ଏବଂ ବିଜେପି ସାଂସଦ କିରଣ ଖେର୍‌ ବଲିଉଡ୍‌ରୁ ନେଇ ଟେଲିଭିଜନ୍‌ ପର୍ଯ୍ୟନ୍ତ ସବୁଠି ଲୋକପ୍ରିୟ କଳାକାର ଭାବେ ପରିଚିତ। କିରଣ ଖେର୍‌ ୧୯୮୩ରେ ପଞ୍ଜାବୀ ଫିଲ୍ମରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ଙ୍କ ପତ୍ନୀ ହେଉଛନ୍ତି କିରଣ ଖେର୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe