Advertisment

ନିଜ ଜୀବନର ଗୁମର ଖୋଲିଲେ ଅଭିିନେତ୍ରୀ: କହିଲେ, ଝିଅମାନେ ବାପାଙ୍କ ସହ କେବେବି ପ୍ରଥମ ଡ୍ରାଇଭିଂରେ ଯିବା ଉଚିତ ନୁହେଁ

ଆପଣ ଯଦି ପ୍ରଥମେ ପ୍ରଥମେ ଚାରିଚକିଆ ଗାଡ଼ି ଚଲେଇବା ଶିଖୁଛନ୍ତି, ତେବେ ପ୍ରଥମ ଡ୍ରାଇଭରେ ନିଜ ବାପାଙ୍କୁ କେବେ ସାଙ୍ଗରେ ନିଅନ୍ତୁ ନାହିଁ। ନିଜ ଜୀବନର ଏମିତି ଏକ ଗୁମର ଖୋଲିଛନ୍ତି ଅଭିନେତ୍ରୀ କୀର୍ତ୍ତି ସାନୁନ। ଏକ ନୂଆ କାର୍ ଉନ୍ମୋଚନ ଉତ୍ସବରେ ସେ ଏହି କଥା କହି ତାଙ୍କ ଫ୍ୟାନମାନଙ୍କୁ ଚକିତ କରିଦେଇଛନ୍ତି। ଏହାର କାରଣ କ’ଣ ତାକୁ ନେଇ ମଧ୍ୟ ଖୁବ୍ ଉତ୍କଣ୍ଠା ଦେଖା ଦେଇଥିଲା। କଥା ହେଲା କୀର୍ତ୍ତି ଗତକାଲି ଜର୍ମାନର ପ୍ରସିଦ୍ଧ […]

ଅଦ୍ୟତନ ହୋଇଛି
ନିଜ ଜୀବନର ଗୁମର ଖୋଲିଲେ ଅଭିିନେତ୍ରୀ: କହିଲେ, ଝିଅମାନେ ବାପାଙ୍କ ସହ କେବେବି ପ୍ରଥମ ଡ୍ରାଇଭିଂରେ ଯିବା ଉଚିତ ନୁହେଁ

kirtee

Advertisment

ଆପଣ ଯଦି ପ୍ରଥମେ ପ୍ରଥମେ ଚାରିଚକିଆ ଗାଡ଼ି ଚଲେଇବା ଶିଖୁଛନ୍ତି, ତେବେ ପ୍ରଥମ ଡ୍ରାଇଭରେ ନିଜ ବାପାଙ୍କୁ କେବେ ସାଙ୍ଗରେ ନିଅନ୍ତୁ ନାହିଁ। ନିଜ ଜୀବନର ଏମିତି ଏକ ଗୁମର ଖୋଲିଛନ୍ତି ଅଭିନେତ୍ରୀ କୀର୍ତ୍ତି ସାନୁନ। ଏକ ନୂଆ କାର୍ ଉନ୍ମୋଚନ ଉତ୍ସବରେ ସେ ଏହି କଥା କହି ତାଙ୍କ ଫ୍ୟାନମାନଙ୍କୁ ଚକିତ କରିଦେଇଛନ୍ତି। ଏହାର କାରଣ କ'ଣ ତାକୁ ନେଇ ମଧ୍ୟ ଖୁବ୍ ଉତ୍କଣ୍ଠା ଦେଖା ଦେଇଥିଲା।
publive-imageକଥା ହେଲା କୀର୍ତ୍ତି ଗତକାଲି ଜର୍ମାନର ପ୍ରସିଦ୍ଧ କାର୍ କମ୍ପାନୀ ଅଡ଼ିର ଏକ ନୂଆ ବ୍ରାଣ୍ଡ ଏ-5 ଟ୍ରିଓର ବଜାର ପ୍ରବେଶ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ତାଙ୍କ ଭାଷଣରେ କହିଲେ ଯେ- ମୁଁ ଲଙ୍ଗ୍ ଡ୍ରାଇଭ୍ ଯିବାକୁ ଖୁବ୍ ଭଲ ପାଏ। ଏହା ମଧ୍ୟ ମୋର ଏକ ଅଭ୍ୟାସ। ତା ପରେ ସେ ତାଙ୍କ ପ୍ରଥମ ଗାଡ଼ି ଚଢ଼ା ବେଳର ସ୍ମୃତି ସେଠି ଥିବା ତାଙ୍କ ଫ୍ୟାନଙ୍କୁ କହିଲେ। କହିଲେ ଯେ, ମୋର ଜନ୍ମ ଓ ଲାଳନପାଳନ ସବୁ ଦିଲ୍ଲୀରେ। କଲେଜ ବେଳରୁ ହିଁ ମୁଁ କାର୍ ଚଢ଼ା ଶିଖିଲି। ସେତେବେଳେ ବାପା ମୋ ପାଇଁ ଗୋଟେ ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ଆଣିଥିଲେ। ଫାଷ୍ଟ ଡ୍ରାଇଭିଂର ମଜ୍ଜା ଅଲଗା ଥିଲା। ମନରେ ଖୁବ୍ ଉତ୍କଣ୍ଠା ଥିଲା। ସେଦିନ ବାପା ବି ମୋ ସାଙ୍ଗରେ ଯାଇଥିଲେ। ମୁଁ ଡ୍ରାଇଭିଂ ସିଟରେ। ବାପା ମୋ ପାଖ ସିଟରେ ବସିଥିଲେ। ତେବେ ଷ୍ଟିଅରିଂ ଚାଳନାକୁ ନେଇ ଟିକିଏ ଅସୁବିଧା ଥିଲା। ଯେହେତୁ ପ୍ରଥମେ ପ୍ରଥମେ ଡ୍ରାଇଭିଂ ସେମିତି ତ ଟିକିଏ ଅସୁବିଧା ହେବ। କିନ୍ତୁ ବାପା ମତେ ଏତେ ଡରେଇ ଦେଲେ ଯେ, ମୁଁ କନଫ୍ୟୁଜ୍ ହେବା ସ୍ୱାଭାବିକ ଥିଲା। ରାସ୍ତା କ୍ଲିଅର୍ ଥିଲା। କିନ୍ତୁ ବାପା ନିଜେ ଏତେ ଡରି ଯାଉଥିଲେ ଯେ ତାଙ୍କ ଡର ମୋ ଭିତରେ ବି ପଶି ଯାଇଥିଲା। ଫଳରେ ମୁଁ ଗୋଟେ ଡିଭାଇଡର ଉପରେ ଗାଡି ଚଢେଇ ଦେଲି। ତେଣୁ ମୁଁ ଆପଣମାନଙ୍କୁ ହାତ ଯୋଡ଼ିକି ଅନୁରୋଧ କରୁଛି, ଯେତେବେଳେ ଆପଣ ଫାଷ୍ଟ ଡ୍ରାଇଭିଂରେ ଯିବେ ଦୟକରି ନିଜ ବାପାଙ୍କୁ ସାଙ୍ଗରେ କେବେ ନେବେନି। ବିଶେଷକରି ଝିଅମାନେ। ସେଇ ଆକ୍ସିଡେଣ୍ଟ ମୋର ପ୍ରଥମ ଓ ଶେଷ ଥିଲା। ସତ କହୁଛି, ଏହାପରେ ମୋ ଗାଡ଼ି କେବେ ଆକ୍ସିଡେଣ୍ଟର ସମ୍ମୁଖୀନ ହୋଇନି।publive-image
ଏହା କହି କୀର୍ତ୍ତି ଜୋରରେ ହସି ପକାଇଥିଲେ। ସୂଚନାଯୋଗ୍ୟ ଯେ, କୀର୍ତ୍ତି ଖୁବ୍ ଡେଙ୍ଗୀ ଝିଅ ହୋଇଥିବାରୁ ସେ ସବୁବେଳେ ଏସୟୁଭି ହିଁ ଚଲାଇଥାନ୍ତି। ଏବେ ତାଙ୍କର ଗାଡ଼ି ବ୍ରାଣ୍ଡ ହେଲା ଅଡ଼ି-କ୍ୟୁ-7। କିନ୍ତୁ ଡ୍ରାଇଭର ସିଟରେ ବସିବାର ସୌଭାଗ୍ୟ ଏବେ ତାଙ୍କୁ ଖୁବ୍ କମ୍ ମିଳୁଛି। ସବୁବେଳେ ଡ୍ରାଇଭର ହିଁ ଗାଡ଼ି ଚଳାଇଥାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe