Advertisment

କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର

ମୁମ୍ୱାଇ : ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ ବାସୁ ଦିବଂଗତ ପ୍ରସିଦ୍ଧ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ ତିଆରି କରିବାକୁ ଯାଉଛନ୍ତି। ଏଥିରେ କିଶୋର କୁମାରଙ୍କ ଚରିତ୍ରରେ ଅଭିନୟ କରିବେ ରଣବୀର କପୁର। ୨୦୧୮ରେ ଏହି ବାୟୋପିକ ତିଆରି କରିବା ପାଇଁ ଚର୍ଚ୍ଚା ହୋଇଥିଲା। କିନ୍ତୁ କୌଣସି କାରଣ ବଶତଃ ଏହାକୁ ସ୍ଥଗିତ ରଖାଯାଇଥିଲା। ଏ ନେଇ ଅନୁରାଗ କହିଛନ୍ତି, “ଯାହା ବି ହେଉ ମୁଁ ଏହି ବାୟୋପିକ୍ ତିଆରି କରିବି।” https://www.instagram.com/p/B7_kVSuhiaE/?utm_source=ig_web_copy_link କିଶୋର କୁମାରଙ୍କ […]

ଅଦ୍ୟତନ ହୋଇଛି
କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର

rrr

Advertisment

ମୁମ୍ୱାଇ : ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ ବାସୁ ଦିବଂଗତ ପ୍ରସିଦ୍ଧ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ ତିଆରି କରିବାକୁ ଯାଉଛନ୍ତି। ଏଥିରେ କିଶୋର କୁମାରଙ୍କ ଚରିତ୍ରରେ ଅଭିନୟ କରିବେ ରଣବୀର କପୁର।

Advertisment

୨୦୧୮ରେ ଏହି ବାୟୋପିକ ତିଆରି କରିବା ପାଇଁ ଚର୍ଚ୍ଚା ହୋଇଥିଲା। କିନ୍ତୁ କୌଣସି କାରଣ ବଶତଃ ଏହାକୁ ସ୍ଥଗିତ ରଖାଯାଇଥିଲା। ଏ ନେଇ ଅନୁରାଗ କହିଛନ୍ତି, “ଯାହା ବି ହେଉ ମୁଁ ଏହି ବାୟୋପିକ୍ ତିଆରି କରିବି।”

https://www.instagram.com/p/B7_kVSuhiaE/?utm_source=ig_web_copy_link

କିଶୋର କୁମାରଙ୍କ ବାୟୋପିକ୍‌ ପାଇଁ ଅନୁରାଗଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ରଣବୀର କପୁର। କିନ୍ତୁ ରଣବୀର ଓ ତାଙ୍କର ସମୟ ଉପରେ ଫିଲ୍ମର ନିର୍ମାଣ ସମୟ ନିର୍ଭର କରୁଛି ବୋଲି ସେ କହିଛନ୍ତି।

Advertisment

ଅନୁରାଗ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଲୁଡୋ’ର ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରାଜକୁମାର ରାଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଏପ୍ରିଲ ୨୦ ତାରିଖରେ ରିଲିଜ୍‌ ହେବ।

ଅନ୍ୟପଟେ ରଣବୀର କପୁରଙ୍କ କଥା କହିଲେ, ସେ ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂ କରୁଛନ୍ତି। ଏଥିରେ ତାଙ୍କ ସହିତ ଆଲିଆ ଭଟ୍ଟ ରହିଛନ୍ତି। ଶେଷଥର ପାଇଁ ଅନୁରାଗ ବାସୁଙ୍କ ସହିତ ସେ ଫିଲ୍ମ ‘ବର୍ଫି’ରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ ସଫଳତା ଅର୍ଜନ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe