Advertisment

ସାତ ଜନ୍ମର ସାଥୀ ହେଲେ ରାହୁଲ ଓ ଆଥିୟା, ସାମ୍ନାକୁ ଆସିଲା ବାହାଘରର ପ୍ରଥମ ଫଟୋ

ଆଜି ଉଭୟ ସାତଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି। ଦୀର୍ଘ ୩ ବର୍ଷ ଧରି ପରସ୍ପରକୁ ଡେଟିଂ କରିବେ ପରେ ଆଜି ଉଭୟ ପତି ଓ ପତ୍ନୀ ହୋଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
kl-rahul

kl-rahul

କ୍ରିକେଟର କେଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଶେଷରେ ବିବାହ ବିନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ଉଭୟ ସାତଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି। ଦୀର୍ଘ ୩ ବର୍ଷ ଧରି ପରସ୍ପରକୁ ଡେଟିଂ କରିବେ ପରେ ଆଜି ଉଭୟ ପତି ଓ ପତ୍ନୀ ହୋଇଛନ୍ତି। ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ହେଉଛନ୍ତି ଆଥିୟା। ଆଜି ସୁନୀଲଙ୍କ କାଣ୍ଡାଲା ଫାର୍ମ ହାଉସରେ ପରିବାର ଓ କିଛି ହାତ ଗଣତି ବନ୍ଧୁକଙ୍କ ଉପସ୍ଥିତିରେ କେଏଲ ରାହୁଲ ଓ ଆଥିୟା ପରସ୍ପରକୁ ଜୀବନ ସାଥୀ ଭାବେ ବାଛିଛନ୍ତି। ବାହାଘର ସରିବା ପରେ ଏବେ ଉଭୟଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଉଭୟ ବାହାର ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗଣମାଧ୍ୟମରୁ ଦୂରରେ ରହିବା ପାଇଁ ବାହାଘର ବେଳେ ଫୋନ ବ୍ୟାନ କରାଯାଇଥିଲା। ତେବେ ବାହାଘର ସରିବା ପରେ ଆଥିୟା ନିଜେ ହିଁ ରାହୁଲଙ୍କ ସହ ବାହାଘର ବେଳର କିଛି ରୋମାଣ୍ଟିନକ ମୁର୍ହୂତ୍ତର ଫଟୋ ପୋଷ୍ଟ କରିଛନ୍ତି। ସେହିପରି ସେମାନଙ୍କ ଫଟୋ ଉଠାଇବାକୁ ଅପେକ୍ଷା କରିଥିବା ସାମ୍ବାଦିକମାନଙ୍କୁ ମଧ୍ୟ ନବଦମ୍ପତି ପୋଜ ଦେଇଛନ୍ତି।

ଆଥିୟା ଫଟୋ ଶେୟାର କରି କହିଛନ୍ତି, ତୁମ ଚମକରେ ମୁଁ ପ୍ରେମ କରିବା ଶିଖିଛି। ଆଜି ଆମ ପ୍ରିୟଜନଙ୍କ ଉପସ୍ଥିତିରେ ଆମେ ବାହା ହୋଇଛେ। ଏହା ଆମକୁ ବହୁତ ଖୁସି ଦେଇଛି। ଆଗାମୀ ଯାତ୍ରା ପାଇଁ ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ମଧ୍ୟ ସେ କାମନା କରିଛନ୍ତି।

Advertisment

ବାହାଘର ଫଟୋ ସାମ୍ନାକୁ ଆସିବା ପରେ ନବଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Bollywood News KL Rahul