Advertisment

ଦିଶାଙ୍କ ଫିଟ୍‌ନେସ୍‌ ମନ୍ତ୍ର

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଦିଭା ଦିଶା ପାଟନୀ। ଅଭିନୟ ସହ ନିଜ ସୁନ୍ଦର ଚେହେରା ଓ  ଆକର୍ଷଣୀୟ ଫିଟ୍‌ ବଡ଼ି ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି। ତାଙ୍କର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ ଚାଲିଥାଏ। ସେ କ’ଣ ଖାଆନ୍ତି? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କ’ଣ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି। ତେବେ ଆଜି ଆମେ ଦିଶାଙ୍କ ଫିଟ୍‌ନେସ୍‌ ରାଜ୍‌ ଉପରୁ ପରଦା ହଟାଇବୁ। https://www.instagram.com/p/B7Akujpg_2x/?utm_source=ig_web_copy_link ଦିଶା ନିଜର ଆକର୍ଷଣୀୟ ଫିଗର […]

ଅଦ୍ୟତନ ହୋଇଛି
ଦିଶାଙ୍କ ଫିଟ୍‌ନେସ୍‌ ମନ୍ତ୍ର

disha

Advertisment

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଦିଭା ଦିଶା ପାଟନୀ। ଅଭିନୟ ସହ ନିଜ ସୁନ୍ଦର ଚେହେରା ଓ  ଆକର୍ଷଣୀୟ ଫିଟ୍‌ ବଡ଼ି ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି। ତାଙ୍କର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ ଚାଲିଥାଏ। ସେ କ’ଣ ଖାଆନ୍ତି? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କ’ଣ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି। ତେବେ ଆଜି ଆମେ ଦିଶାଙ୍କ ଫିଟ୍‌ନେସ୍‌ ରାଜ୍‌ ଉପରୁ ପରଦା ହଟାଇବୁ।

Advertisment

https://www.instagram.com/p/B7Akujpg_2x/?utm_source=ig_web_copy_link

ଦିଶା ନିଜର ଆକର୍ଷଣୀୟ ଫିଗର ପାଇ ବହୁତ ପରିଶ୍ରମ କରନ୍ତି। ସେ ବାହାରର ମସଲାଯୁକ୍ତ ଓ ଫାଷ୍ଟଫୁଡ୍‌ ନଖାଇ ସହବୁବେଳେ ସୁସ୍ଥ ଖାଦ୍ୟ ଖାଇଥାନ୍ତି। ଫିଗର୍‌କୁ ମେଣ୍ଟେନ୍‌ ରଖିବା ପାଇଁ ସେ ଜିମ୍‌ ଯିବା ସହ ଯୋଗାଭ୍ୟାସ ମଧ୍ୟ କରିଥାନ୍ତି। ଦିଶା ସପ୍ତାହରେ ଅତି କମ୍‌ରେ ୪ଦିନ ଜିମ୍‌ ଯାଇଥାନ୍ତି ଓ ପ୍ରତ୍ୟେକଦିନ ଘରେ ଯୋଗାଭ୍ୟାସ କରିଥାନ୍ତି।

https://www.instagram.com/p/B2zKdXYAvGE/?utm_source=ig_web_copy_link

ଦିଶା ବ୍ୟାୟାମ ପ୍ରତି ଯେତିକି ଧ୍ୟାନ ଦିଅନ୍ତି , ସେତିକି ହେଲଦି ଡାଏଟିଂ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି। ବିଶେଷକରି ସେ ନିଜର ଖାଇବାରେ ପ୍ରୋଟିନ୍‌ ଓ ଭିଟାମିନ୍ସ ଅଧିକ ଖାଇଥାନ୍ତି। ଆଜି ସେ ନିଜର ଅକ୍ଳାନ୍ତ ପରିଶ୍ରମ ଓ ଫିଟ୍‌ନେସ୍‌ ପାଇଁ ବଲିଉଡ୍‌ରେ ସ୍ୱତନ୍ତ୍ର ଚେହେରା ପାଲଟିଯାଇଛନ୍ତି ।

Advertisment

publive-imageସୂଚନାଯୋଗ୍ୟ, ଆଗକୁ ଦିଶା ଆଦିତ୍ୟ ରାୟ କପୁରଙ୍କ ସହ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିବେ। କିଛିଦିନ ତଳେ ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହାକି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏହା ବ୍ୟତୀତ ଆସନ୍ତା ଇଦ୍‌ରେ ସେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଟେଡ୍‌ ଭାଇ’ରେ ଲିଡ୍‌ ରୋଲ୍‌ରେ ନଜର ଆସିବେ।

https://www.instagram.com/p/Byg9kC7g7Hb/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe