/odisha-reporter/media/post_attachments/uploads/2020/04/Rishi-kapoor-1-1.jpg)
Rishi kapoor
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେରି ଉମିଦ୍ ତେରା ଇନ୍ତଜାର କରତେ ହେଁ....ତୁ ତୁ ହେ ଓ୍ୱହି... ମେ ଶାୟର ତୋ ନେହିଁ, ଚେହେରା ହେ ୟା..ଚାନ୍ଦ ଖିଲା ହେ..ଦରଦେ ଦିଲ୍, ଦରଦେ ଜୀଗର୍... ଏଭଳି ଅନେକ ଏଭରଗ୍ରୀନ ରୋମାଣ୍ଟିକ୍ ବଲିଉଡ୍ ଗୀତର ଚେହେରା ଥିଲେ ଅତୁଳନୀୟ ପ୍ରତିଭାର ଅଧିକାରୀ ଋଷି କପୁର। ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକୁ ନିରେଖି ଦେଖିଲେ, ସେ ଜଣେ ବହୁମୁଖୀ ଅଭିନେତା ବୋଲି ଦ୍ୱିମତ ହେବ ନାହିଁ। ସେ ଅଭିନେତା ସହ ଜଣେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଥିଲେ। ୨୦୨୦ ଏପ୍ରିଲ ୩୦ରେ ୬୭ ବର୍ଷ ବୟସରେ ଋଷି ନିଜ ଇହଧାମ ତ୍ୟାଗ କରିଛନ୍ତି।
୧୯୫୨ ସେପ୍ଟେମ୍ୱର ୪ ବମ୍ୱେ (ମୁମ୍ୱାଇ)ରେ ରାଜ କପୁର ଓ କ୍ରିଷ୍ଣା ରାଜ କପୁରଙ୍କ ସନ୍ତାନ ଭାବେ ଋଷି କପୁର ଜନ୍ମ ଗ୍ରହଣ କରିଥିଲେ। ଅଭିନେତା ତଥା ନିର୍ଦ୍ଦେଶକ ରାଜ କପରୁଙ୍କ ଋଷି ଥିଲେ ଦ୍ୱିତୀୟ ପୁତ୍ର ଏବଂ ପୃଥ୍ୱୀରାଜ କପୁରଙ୍କ ନାତି ଥିଲେ। କପୁର ବଂଶ ଏକ ପଞ୍ଜାବୀ ପରିବାର ଥିଲା। ଋଷିଙ୍କ ପୂରା ନାମ ଥିଲା ଋଷି ରାଜ କପୁର। ହେଲେ ସେ ଚିଣ୍ଟୁ କପୁର ଭାବେ ମଧ୍ୟ ପରିଚିତ ଥିଲେ।
/odisha-reporter/media/post_attachments/wp-content/uploads/2020/04/Rsj-kapoor.jpg)
ଋଷି ମୁମ୍ୱାଇରେ ନିଜ ସ୍କୁଲ୍ ପାଠ୍ୟକ୍ରମ ଶେଷ କରିବା ପରେ ଅଜମେର ମାୟୋ କଲେଜରୁ ଗ୍ରାଜୁଏସ କରିଥିଲେ। ବଲିଉଡ୍ ଦୁନିଆରେ ଆବାହମାନ କାଳରୁ କପୁର ବଂଶର ରାଜୁତି ଚାଲିଆସିଛି। ଏହି କ୍ରମରେ ଋଷି କପୁରଙ୍କ ଭାଇ ରଣଧୀର କପୁର, ରାଜୀବ କପୁର, ଦାଦା ଶଶି କପୁର, ଶମି କପୁର, ପତ୍ନୀ ନିତୁ ସିଂ, ପୁଅ, ରଣବୀର କପୁର, ଝିଆରୀ କରିସ୍ମା କପୁର, କରୀନା କପୁର ପ୍ରମୁଖ ହିନ୍ଦୀ ଚଳଚ୍ଚିତ୍ର ଜଗତର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ତାରକା।
ଅଭିନେତ୍ରୀ ଯାସ୍ମିନଙ୍କ ସହ ନିଜ କିଶୋରାବସ୍ଥାରେ ପ୍ରେମରେ ପଡ଼ିଥିଲେ ଋଷି। ପରେ ସେମାନଙ୍କ ସମ୍ପର୍କରେ ଫାଟ ଆସିଥିଲା। ପରେ ଯୁବାବସ୍ଥାରେ ଫିଲ୍ମ 'ବବି'ର ଶୁଟିଂ ସମୟରେ ସେ ସହଅଭିନେତ୍ରୀ ନିତୁ ସିଂଙ୍କ ପ୍ରତି ଆକର୍ଷିତ ହେଲେ। ସେହି ସମୟରେ ହିଁ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସହ ମଧ୍ୟ ପ୍ରେମରେ ପଡ଼ିଥିଲେ ଋଷି। ହେଲେ ଡିମ୍ପଲଙ୍କ ପରିବାରର ଆପତ୍ତି ଥିବା କାରଣରୁ ଋଷିଙ୍କ ସହ ତାଙ୍କ ସମ୍ପର୍କ ଆଉ ଆଗକୁ ବଢ଼ିପାରି ନ ଥିଲା। ଶେଷରେ ସେ ନିତୁଙ୍କ ସହ ୧୯୮୦ ଜାନୁୟାରୀ ୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ଋଷି-ନିତୁ ଦୁଇ ସନ୍ତାନର ଜନକ ଜନନୀ ହେଲେ। ସେମାନେ ହେଲେ ରଣବୀର କପୁର ଓ ରିଦ୍ଦିମା କପୁର ଶାହାଣୀ।
/odisha-reporter/media/post_attachments/wp-content/uploads/2020/04/Rishi-dimple.jpg)
ଋଷିଙ୍କ ପ୍ରଥମେ ବାପା ରାଜ କପୁରଙ୍କ ଫିଲ୍ମ ଶ୍ରୀ ୪୨୦ରେ ଶିଶୁ କଳାକାର ଭାବେ ଅଭିନୟ କରିବାର ସୁଯୋଗ ପାଇଥିଲେ। ବହୁ ଲୋକପ୍ରିୟ ତଥା ଚିରସବୁଜ ଗୀତ "ପ୍ୟାର ହୁଆ ଇକରାର୍ ହୁଆ..."ରେ ଋଷିଙ୍କୁ ଅନ୍ୟ ଦୁଇ କୁନି କଳାକାରଙ୍କ ସହ ଦେଖିବାକୁ ମିଳିଥିଲା।
୧୯୭୦ରେ ରାଜ କପୁରଙ୍କ ଫିଲ୍ମ 'ମେରା ନାମ ଜୋକର୍'ରୁ ଋଷି ନିଜର ପ୍ରଥମ ବଲିଉଡ ଡେବ୍ୟୁ କରିଥିଲେ। ଫିଲ୍ମରେ ନିଜ ବାପାଙ୍କ ବାଲ୍ୟବସ୍ଥାର ଚରିତ୍ର ଅର୍ଥାତ ରାଜ କପୁରଙ୍କ ପିଲାବେଳେର ଚରିତ୍ରରେ ଋଷି ରୂପେଲୀ ପରଦାକୁ ଆସିଲେ।୧୯୭୩ରେ ଫିଲ୍ମ 'ବବି'ରେ ପ୍ରଥମେ ମୁଖ୍ୟ ଭୂମିକାରେ ନଜରକୁ ଆସିଲେ। ଫିଲ୍ମରେ ଡିମ୍ପଲ ଓ ଋଷିଙ୍କ ଯୋଡ଼ି ଯୁବପିଢ଼ିଙ୍କ ମନପସନ୍ଦ ଯୋଡ଼ି ପାଲଟିଥିଲା।
୧୯୭୪ରୁ ୧୯୯୭ ଭିତରେ ଋଷିଙ୍କ ଅଭିନୀତ ୧୧ଟି ଫିଲ୍ମ ହିଟ୍ ହୋଇଥିବା ବେଳେ ୪୦ଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ରହିଥିଲା। ତେବେ ଋଷିଙ୍କ ସେହି ସୋଲୋ ଲିଡ୍ ୧୧ଟି ହିଟ୍ ଫିଲ୍ମଗୁଡ଼ିକ ହେଲା, ବବି, ଲୈଲା ମଜନୁ, ରଫୁ ଚକ୍କର, ସଂଗ୍ରାମ, କର୍ଜ, ପ୍ରେମ ରୋଗ, ନଗିନା, ହନିମୁନ, ବଞ୍ଜାରା, ହିନା ଏବଂ ରାଧା ବୋଲ୍।
/odisha-reporter/media/post_attachments/wp-content/uploads/2020/04/nitu-rishi.jpg)
୧୯୭୪-୧୯୮୧ ମଧ୍ୟରେ ଋଷି ନିଜ ଭବିଷ୍ୟତର ପତ୍ନୀଙ୍କ ନିତୁଙ୍କ ସହ ଏକ ହିଟ୍ ଯୋଡ଼ି ଭାବେ ପରିଚିତ ଥିଲେ। ହେଲେ ଏହି ହିଟ୍ ଯୋଡ଼ି ଏକାକି କୌଣସି ଫିଲ୍ମକୁ ହିଟ୍ କରିପାରିଲା ନାହିଁ। ଉଭୟଙ୍କ କେବଳ ମଲଟି-ଷ୍ଟାରର୍ ଫିଲ୍ମ ବକ୍ସ ଅଫିସରେ ସଫଳ ରହିଥିଲା। ଯେପରି- ଖେଲ୍ ଖେଲ୍ ମେଁ, କଭି କଭି, ଅମର ଆକବର ଆନଥୋନୀ, ପତି, ପତ୍ନୀ ଔର୍ ଓ୍ୱ, ଦୁନିଆ ମେରି ଜେବ୍ ମେଁ। ତେବେ ଋଷି-ନିତୁଙ୍କ ସୋଲୋ ଲିଡ୍ ଫିଲ୍ମ ଜିନ୍ଦା ଦିଲ୍, ଦୁସରା ଆଦମୀ, ଜେହରିଲା ଇନସାନ, ଧନ ଦୌଲତ, ଝୁଟା କହିଁ କା ଆଦି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ରହିଥିଲା।
୧୯୭୬-୨୦୦୦ ମଧ୍ୟରେ ଋଷି ୪୧ଟି ମଲଟି-ଷ୍ଟାରର୍ ଫିଲ୍ମରେ ଦ୍ୱିତୀୟ କିମ୍ୱା ତୃତୀୟ ଲିଡ୍ ହିରୋ ଭାବେ ଅଭିନୟ କରିଥିଲେ। ଏଥିରୁ ୨୫ଟି ବକ୍ସ ଅଫିସରେ ହିଟ୍ ରହିଥିବା ବେଳେ ୧୬ଟି ଫ୍ଲପ୍ ରହିଥିଲା। ତେବେ ୯୦ ଦଶକରେ ଋଷିଙ୍କ ଫିଲ୍ମ ଦିଓ୍ୱାନା, ଦାମିନି ଓ ଇନା ମିନା ଡିକା ଖୁବ୍ ହିଟ୍ ରହିଥିଲା। ସେହିପରି ଦୁଇଟି ମୁଖ୍ୟ ହିରୋ ଥିବା ଫିଲ୍ମ ହମ୍ କିସିସେ କମ୍ ନେହି, ବଦଲତେ ରିସ୍ତେ, ଆପକେ ଦିଓ୍ୱାନେ, ସାଗର, ଚାନ୍ଦନୀ(୯୦ ଦଶକ), ଦିଓ୍ୱାନା (୧୯୯୯୨), ଦାମିନୀ (୧୯୯୩) ଏବଂ ଗୌରବ (୧୯୯୪) ବକ୍ସ ଅଫିସରେ ସଫଳ ରହିଥିଲା।
୧୯୯୯ରେ ଋଷି କପୁର 'ଆ ଅବ୍ ଲୌଟ୍ ଚଲେ' ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ୨୦୦୦ରେ ଫିଲ୍ମ 'କାରୋବାର: ଦି ବିଜନେସ୍ ଲଭ୍'ରେ ତାଙ୍କୁ ଶେଷଥର ପାଇଁ ରୋମାଣ୍ଟିକ୍ ଅବତାରରେ ଦେଖିବାକୁ ମିଳିଥିଲା। ତେବେ ଲଗାତର ଲିଡ୍ ରୋଲ୍ ଥିବା ଫିଲ୍ମଗୁଡ଼ିକ ଫ୍ଲପ୍ ହେବା ପରେ ଋଷି ୨୦୦୦ ମସିହାରୁ ସହଅଭିନେତା ଭାବେ ପରଦାକୁ ଆସିଲେ।
/odisha-reporter/media/post_attachments/wp-content/uploads/2020/04/Rishi-kapoor-family.jpg)
ଭେଟେରାନ୍ ଅଭିନେତା ଋଷିଙ୍କୁ ବ୍ରିଟିଶ୍ ଫିଲ୍ମ 'ଡୋନଟ୍ ଷ୍ଟପ୍ ଡ୍ରିମିଂ ଆଣ୍ଡ ସାମ୍ୱର ସାଲସା'ରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୦ରେ ସେ ପୁଣି ପତ୍ନୀ ନିତୁ କପୁରଙ୍କ ସହ 'ଦୋ ଦୁନି ଚାର୍' ଫିଲ୍ମରେ ନଜରକୁ ଆସିଲେ। ୨୦୧୨ରେ ଫିଲ୍ମ 'ଅଗ୍ନିପଥ'ରେ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ। ୨୦୧୮ରେ ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ସହ ଫିଲ୍ମ '୧୦୨ ନଟ୍ ଆଉଟ୍' ରେ ଋଷି ନଜରକୁ ଆସିଥିଲେ। ଉଭୟ ବର୍ଷୀୟାନ ଅଭିନେତା ଏହି ଫିଲ୍ମରେ ବାପା-ପୁଅ ଭୂମିକାରେ ଅଭିନୟ କରିଥିଲେ।
ଆଗକୁ 'ଦି ଇଣ୍ଟର୍ନ' ଏବଂ 'ନମକିନ୍' ଫିଲ୍ମରେ ଋଷି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତେ। କିନ୍ତୁ ଏହାରି ଭିତରେ ସେ ସମସ୍ତଙ୍କୁ ଦୁଃଖର ସାଗରରେ ଭସାଇ ଦେଇ ଚାଲିଗଲେ। ୨୦୧୮ରେ ଋଷି ଅସ୍ଥି ମଜ୍ଜା କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଲା। ସେ ନ୍ୟୁ-ୟର୍କରେ ଚିକିତ୍ସିତ ହୋଇ ବର୍ଷେ ପରେ ୨୦୧୯ରେ ଭାରତ ଫେରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
