Advertisment

ପ୍ରିୟଙ୍କାଙ୍କ ଏକ୍ସ ବୟଫେଣ୍ଡ, ସ୍ୱାମୀ ନିକ୍‌ଙ୍କୁ ଦେଲେ ଏମିତି ଉପଦେଶ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସାହିଦ୍‌ କପୁର୍‌ ଓ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଆଫାୟାର୍‌ କଥା କାହାକୁ ବା ଅଛପା। ଦୁହେଁ ଫିଲ୍ମ ‘କମିନେ’ରେ ଏକାଠି କାମ କରିବା ସମୟରେ ସେମାନଙ୍କ ଆଫାୟାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ ସେ ସମ୍ପର୍କ ଭାଙ୍ଗିଯାଇଥିଲା। ଆଉ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ। ନିକଟରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କୁ ବିବାହ କରିଛନ୍ତି। ସାହିଦ୍‌ ମଧ୍ୟ ନିଜ ପତ୍ନୀ ମୀରା ରାଜ୍‌ପୁତ୍‌ ଓ ଦୁଇ ପିଲାଙ୍କ […]

ଅଦ୍ୟତନ ହୋଇଛି
ପ୍ରିୟଙ୍କାଙ୍କ ଏକ୍ସ ବୟଫେଣ୍ଡ, ସ୍ୱାମୀ ନିକ୍‌ଙ୍କୁ ଦେଲେ ଏମିତି ଉପଦେଶ

vvb

Advertisment

ମୁମ୍ବାଇ : ବଲିଉଡ୍‌ ଅଭିନେତା ସାହିଦ୍‌ କପୁର୍‌ ଓ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଆଫାୟାର୍‌ କଥା କାହାକୁ ବା ଅଛପା। ଦୁହେଁ ଫିଲ୍ମ ‘କମିନେ’ରେ ଏକାଠି କାମ କରିବା ସମୟରେ ସେମାନଙ୍କ ଆଫାୟାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ ସେ ସମ୍ପର୍କ ଭାଙ୍ଗିଯାଇଥିଲା। ଆଉ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।

Advertisment

ନିକଟରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କୁ ବିବାହ କରିଛନ୍ତି। ସାହିଦ୍‌ ମଧ୍ୟ ନିଜ ପତ୍ନୀ ମୀରା ରାଜ୍‌ପୁତ୍‌ ଓ ଦୁଇ ପିଲାଙ୍କ ସହ ଭାରି ଖୁସିରେ ଅଛନ୍ତି।

ଯେହେତୁ ସାହିଦ୍‌ ପ୍ରିୟଙ୍କାଙ୍କ କୋଷ୍ଟାର୍‌ ରହିସାରିଛନ୍ତି ତେଣୁ ତାଙ୍କୁ ପ୍ରିୟଙ୍କାଙ୍କ ସମ୍ବନ୍ଧିତ କିଛି ପ୍ରଶ୍ନ କରିବା ଭୁଲ୍‌ ନୁହେଁ।

Advertisment

ନିକଟରେ ‘କଫି ଉଇଥ୍‌ କରନ୍‌୬’ର ଏକ ସିଜିନ୍ ସରିବା ପରେ ଆଉ ଏକ ସିଜିନ୍‌ରେ ପ୍ରୋମ ଦେଖାଯାଇଛି। ସେଥିରେ ଦେଖିବାକୁ ମିଳିଛି  ସେ ଛୋଟ ଭାଇ ଇଶାନ୍‌ ଖଟର୍‌ଙ୍କ ସହ ଆସିଛନ୍ତି। କରନ୍‌ ଶୋ’ରେ ସାହିଦ୍‌ଙ୍କୁ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ଙ୍କୁ ସେ କେଉଁ ଉପଦେଶ ଦେବାକୁ ଚାହିଁବେ ପଚାରୁଥିବା ପ୍ରୋମୋରେ ଦେଖିବାକୁ ମିଳିଥିଲା। ଏହାର ଉତ୍ତର ରଖି ସାହିଦ୍‌ କହିଥିଲେ, ‘ମୁଁ ନିକ୍‌ଙ୍କୁ ବାସ୍‌ ଏତିକି କହିବି କି ନିକ୍‌ ଏହି ସଂପର୍କକୁ ଭାଙ୍ଗିବା କଥା ନ ଭାବନ୍ତୁ। କାରଣ ସେ ଅସଲି ‘ଦେଶୀ ଗର୍ଲ’ଙ୍କୁ ବିବାହ କରିଛନ୍ତି।’

ସୂଚନା ମୁତାବକ୍‌ ସାହିଦ୍‌ ଓ ପ୍ରିୟଙ୍କା ‘କମିନେ’ ଫିଲ୍ମର ଶୁଟିଂ ସମୟରେ ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ଦୁହେଁ ଏ ସମ୍ପର୍କ କେବେ ସ୍ୱୀକାର କରିନଥିଲେ । ପରେ ପରସ୍ପର ଜୀବନରେ ଆଗକୁ ବଢ଼ିଥିଲେ।

ଶୋ’ ପ୍ରୋମୋରେ ସାହିଦ୍‌ ଇଶାନ୍‌ଙ୍କୁ ଜାହ୍ନବୀଙ୍କ ନାଁ ନେଇ ଚିଡ଼ାଉ ଥିବାର ଦେଖା ଯାଇଥିବା ବେଳେ ଇଶାନଙ୍କ ଫୋନରେ ଜାହ୍ନବୀଙ୍କ ନମ୍ବର କେଉଁ ନାଁରେ ସେଭ୍‌ ରହିଛି ତାହା ଇଶାନ କହୁଥିବା ଦେଖା ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe