Advertisment

ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହାନ୍ତି ସାରା

ମୁମ୍ବାଇ: କରନ୍‌ ଜୋହରଙ୍କ ଚାର୍ଟ ଶୋ’ ‘କଫି ଉଇଥ୍‌ କରଣ’ର ୬ଷ୍ଠ ସିଜିନ୍‌ ଆରମ୍ଭ ହୋଇଯାଇଛି। ସବୁ ସିଜିନ୍‌ ପରି ଏହି ସିଜିନ୍‌ରେ ଅନେକ ସେଲିବ୍ରିଟି ଯୋଡ଼ିଙ୍କୁ ଦେଖିବାକୁ ମିଳିଛି। ଶୋ’ର ଗୋଟିଏ ଏପିସୋଡ୍‌ରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ସାରା ଅଲ୍ଲୀ ଖାନ୍‌  ଏକାଠି ନଜର ଆସିଛନ୍ତି।ଆଉ ଶୋ’ରେ ବାପା ଝିଅଙ୍କର ଏକ ସ୍ୱତନ୍ତ୍ର ବଣ୍ଡିଂ ମଧ୍ୟ ଦେଖିବାକୁ ମିଳିଛି।  ଏହା ଛଡ଼ା ସାରା ବି ନିଜ ଜୀବନର ପସନ୍ଦ ନାପସନ୍ଦ ଓ କାହାକୁ ନିଜ […]

ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହାନ୍ତି ସାରା

Kc

Advertisment

ମୁମ୍ବାଇ: କରନ୍‌ ଜୋହରଙ୍କ ଚାର୍ଟ ଶୋ’ ‘କଫି ଉଇଥ୍‌ କରଣ’ର ୬ଷ୍ଠ ସିଜିନ୍‌ ଆରମ୍ଭ ହୋଇଯାଇଛି। ସବୁ ସିଜିନ୍‌ ପରି ଏହି ସିଜିନ୍‌ରେ ଅନେକ ସେଲିବ୍ରିଟି ଯୋଡ଼ିଙ୍କୁ ଦେଖିବାକୁ ମିଳିଛି। ଶୋ’ର ଗୋଟିଏ ଏପିସୋଡ୍‌ରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ସାରା ଅଲ୍ଲୀ ଖାନ୍‌  ଏକାଠି ନଜର ଆସିଛନ୍ତି।ଆଉ ଶୋ’ରେ ବାପା ଝିଅଙ୍କର ଏକ ସ୍ୱତନ୍ତ୍ର ବଣ୍ଡିଂ ମଧ୍ୟ ଦେଖିବାକୁ ମିଳିଛି।  ଏହା ଛଡ଼ା ସାରା ବି ନିଜ ଜୀବନର ପସନ୍ଦ ନାପସନ୍ଦ ଓ କାହାକୁ ନିଜ ଜୀବନସାଥୀ କରିବାକୁ ଚାହୁଁଛନ୍ତି ସେ ବିଷୟରେ କହିଛନ୍ତି। ଯାହାର ପ୍ରମୋ ଏବେ ଭାଇରାଲ୍‌ ହେଉଛି।

Advertisment

ଶୋ’ର ଏକ ପ୍ରମୋ ଭିଡ଼ିଓ ଆସିଯାଇଛି। କରନ୍‌ ଜୋହର ସୈଫ୍‌ଙ୍କୁ ପଚାରିଥିଲେ ସାରାଙ୍କ ବୟଫ୍ରେଣ୍ଡ୍‌କୁ ସେ କ’ଣ ପ୍ରଶ୍ନ କରିବେ ବୋଲି। ଯାହାର ଉତ୍ତରରେ ସୈଫ୍‌ କହିଥିଲେ, ସେ ତାଙ୍କ ପଲିଟିକାଲ୍‌ ଭ୍ୟୁଜ୍‌ ସମ୍ପର୍କରେ ପ୍ରଶ୍ନ କରିବେ। ଖାଲି ସେତିକି ନୁହେଁ ଡ୍ରଗ୍ସ ସେବନ ବାବଦରେ ମଧ୍ୟ ପ୍ରଶ୍ନ କରିବେ ବୋଲି କହିଥିଲେ।  କରନ୍‌ ତାଙ୍କୁ ସଜେଷ୍ଟ୍‌ କରି ପଚାରିଥିଲେ, ‘ଟଙ୍କା ବିଷୟରେ କିଛି କହିବେ କି ନାହିଁ।’ ଏକଥା ଶୁଣି ସୈଫ୍‌ ବି ସହମତି ଜଣାଇଥିଲେ।

ଏହାପରେ ସାରା  ତାଙ୍କ ପସନ୍ଦ ବିଷୟରେ କହିଥିଲେ ଯେ, ସେ ରଣବୀର କପୁର୍‌ଙ୍କୁ ବିବାହ କରିବାକୁ ଚାହାନ୍ତି। କିନ୍ତୁ ଡେଟ୍ କରିବାକୁ ଚାହନ୍ତି ନାହିଁ। ସେ କର୍ତ୍ତୀକ୍‌ ଆର୍ୟନ୍‌ଙ୍କୁ ଡେଟ୍‌ କରିବାକୁ ଚାହାନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe