Advertisment

ଷ୍ଟାର୍ ବି ଦେଲେ ଭୋଟ୍; ଲାଇନ୍‌ରେ ଛିଡ଼ା ହେଲେ, ନେତା ବାଛିଲେ

ତାମିଲନାଡ଼ୁର ବିଭିନ୍ନ ପୁଲିଂ ବୁଥରେ ଜମିଛି ଅଭିନେତାଙ୍କ ଭିଡ଼। ମୁଣ୍ଡ ଫଟା ଖରାରେ ଲାଇନ୍‌ରେ ଛିଡ଼ା ହୋଇ ନିଜ ନାଗରିକ ଧର୍ମ ପାଳନ କରୁଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ବହୁ ସୁପର ଷ୍ଟାର।

Caste Vote

Caste Vote

Advertisment

ଷ୍ଟାର୍ ବି ଦେଉଛନ୍ତି ଭୋଟ୍। ସାବ୍ୟସ୍ତ କରୁଛନ୍ତି ନିଜ ମତାଧିକାର। ତାମିଲନାଡ଼ୁର ବିଭିନ୍ନ ପୁଲିଂ ବୁଥରେ ଜମିଛି ଅଭିନେତାଙ୍କ ଭିଡ଼। ମୁଣ୍ଡ ଫଟା ଖରାରେ ଲାଇନ୍‌ରେ ଛିଡ଼ା ହୋଇ ନିଜ ନାଗରିକ ଧର୍ମ ପାଳନ କରୁଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ବହୁ ସୁପର ଷ୍ଟାର।

Advertisment

ଚେନ୍ନାଇରେ ଭୋଟ୍ ଦେଇ ନିଜ ମତ ସାବ୍ୟସ୍ତ କରିଛନ୍ତି ଥଲାଇଭା ରଜନୀକାନ୍ତ। ସାଧାରଣ ଭୋଟରଙ୍କ ସହ ଗୋଟିଏ ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଇଛନ୍ତି। ସେହିପରି .ଚେନ୍ନାଇରେ ଧନୁଷ, ବିଜୟ ସେତୁପତି ବି ମତଦାନ ସାବ୍ୟସ୍ତ କରିଛନ୍ତି। ତିରୁବନମେୟୁରରେ ଭୋଟ୍ ଦେଇଛନ୍ତି ଅଭିନେତା ଅଜିତ୍।

ଗଣତନ୍ତ୍ରର ମହାପର୍ବରେ ନିଜ ମତାଧିକାର ସାବ୍ୟସ୍ତ କରିବା ପରେ ତାମିଲ ସୁପରଷ୍ଟାର ରଜନୀକାନ୍ତ କହିଥିଲେ, ନିଜ ନେତା ବାଛିବା ନିମନ୍ତେ ଭୋଟ ଦେବା ଗର୍ବ ଓ ଗୌରବର କଥା। ଆଜି ଏହି ପ୍ରକ୍ରିୟାରେ ସାମିଲ ହୋଇ ମୁଁ ଖୁବ୍‌ ଗର୍ବିତ ଅନୁଭବ କରୁଛି।

Advertisment

ଅଭିନେତା ଅଜିତ୍ ଏକ ଧଳା ଶାର୍ଟ ପିନ୍ଧି ସମର ଲୁକ୍‌ରେ ଭୋଟ ଦେବାକୁ ଏଣ୍ଟ୍ରି କରିଥିଲେ। ଧନୁଷ ଏକ ଲକଜୁରିଅସ କାର୍‌ରେ ଭୋଟ କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିବା ବେଳେ ଭୋଟ ଦେଇ ସଙ୍ଗେ ସଙ୍ଗେ ଚାଲି ଯାଇଥିଲେ। ସେହିପରି ତାମିଲ ଅଭିନେତା ଶିଭାକାର୍ତ୍ତିକେୟନ ନିଜ ପତ୍ନୀଙ୍କ ସହ ଭୋଟ ଦେବାକୁ ପହଞ୍ଚିଥିଲେ। ଏହି ଅବସରରେ ଦେଶ ଗଠନ ନିମନ୍ତେ ସମସ୍ତେ ନିଜ ମୂଲ୍ୟବାନ ଭୋଟ ଦେବା ଆବଶ୍ୟକ ବୋଲି କହିଛନ୍ତି। ଏମାନଙ୍କୁ ବାଦ ଦେଲେ ଆହୁରି ବହୁ ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ ବି ଲାଇନ୍‌ରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି। ନିଜ ପ୍ରିୟ ଅଭିନେତାଙ୍କୁ ଦେଖିବାକୁ ମତଦାନ କେନ୍ଦ୍ର ସମ୍ମୁଖରେ ପ୍ରବଳ ଭୋଟରଙ୍କ ଭିଡ଼ ଜମିଥିଲା।

କୋଏମ୍ବାଟୁରରେ ସଦଗୁରୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି। ଉତ୍ତରାଖଣ୍ଡ ହରିଦ୍ୱାରରେ ଭୋଟ୍ ଦେଇଛନ୍ତି ଯୋଗଗୁରୁ ରାମଦେବ।

Election Tamil Nadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe