Advertisment

ଅଲଗା ହେବେ କୋଙ୍କଣା-ରଣବୀର୍‌ !

ମୁମ୍ୱାଇ: ବଲିଉଡ୍‌ର ଗ୍ଲାମରସ୍‌ ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା ଓ ଫିଲ୍ମ ନିର୍ମାତା ରଣବୀର୍‌ ଶୌରୀ ଆନୁଷ୍ଠାନିକ ଭାବେ ଅଲଗା ହେବାକୁ ଯାଉଛନ୍ତି। ପାଞ୍ଚ  ବର୍ଷ ହେବ ଅଲଗା ରହୁଥିବା ଏହି ଦମ୍ପତି ଏବେ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। କୋଙ୍କଣା ଓ ରଣବୀର୍ ‘ଟ୍ରାଫିକ୍‌ ସିଗ୍‌ନାଲ୍‌’, ‘ମିକ୍ସଡ୍‌ ଡବଲ୍‌ସ’ ପରି ଫିଲ୍ମରେ ଏକାଠି ଅଭିନୟ କରିବା ସମୟରେ ପ୍ରେମରେ ପଡ଼ିଥିଲେ ଏବଂ ୨୦୧୦ରେ ବିବାହ କରିଥିଲେ। କିନ୍ତୁ ବିବାହ କରିବାର ୫ […]

ଅଲଗା ହେବେ କୋଙ୍କଣା-ରଣବୀର୍‌ !

kkk

Advertisment

ମୁମ୍ୱାଇ: ବଲିଉଡ୍‌ର ଗ୍ଲାମରସ୍‌ ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା ଓ ଫିଲ୍ମ ନିର୍ମାତା ରଣବୀର୍‌ ଶୌରୀ ଆନୁଷ୍ଠାନିକ ଭାବେ ଅଲଗା ହେବାକୁ ଯାଉଛନ୍ତି। ପାଞ୍ଚ  ବର୍ଷ ହେବ ଅଲଗା ରହୁଥିବା ଏହି ଦମ୍ପତି ଏବେ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି।

Advertisment

କୋଙ୍କଣା ଓ ରଣବୀର୍ ‘ଟ୍ରାଫିକ୍‌ ସିଗ୍‌ନାଲ୍‌’, ‘ମିକ୍ସଡ୍‌ ଡବଲ୍‌ସ’ ପରି ଫିଲ୍ମରେ ଏକାଠି ଅଭିନୟ କରିବା ସମୟରେ ପ୍ରେମରେ ପଡ଼ିଥିଲେ ଏବଂ ୨୦୧୦ରେ ବିବାହ କରିଥିଲେ। କିନ୍ତୁ ବିବାହ କରିବାର ୫ ବର୍ଷ ପରେ ଅର୍ଥାତ୍‌ ୨୦୧୫ରେ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିଦିନ ଠାରୁ ସେମାନେ ଅଲଗା ରହୁଥିଲେ। ଦୁହିଁଙ୍କର ହରୁନ୍‌ ନାମରେ ଏକ ୬ ବର୍ଷର ପୁଅ ମଧ୍ୟ ରହିଛି। ତେବେ ତାଙ୍କୁ କିଏ ରଖିବେ, ତାହା କୋର୍ଟ ହିଁ ଫଇସଲା କରିବେ।

https://www.instagram.com/p/BoY2BhLAsRT/?utm_source=ig_web_copy_link

ତେବେ କୋଙ୍କଣା ଓ ରଣବୀର୍‌ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଛାଡ଼ପତ୍ର ଆବେଦନ କରିବା ପୂର୍ବରୁ କାଉନ୍‌ସେଲିଂ ମାଧ୍ୟମରେ ଦୁହିଁଙ୍କର ନିଷ୍ପତ୍ତି ବଦଳାଇବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହା ସଫଳ ହୋଇ ନଥିଲା। ଅନ୍ୟପକ୍ଷରେ ଏକ ସାକ୍ଷାତକାରରେ ରଣବୀର୍‌ ଏ ସବୁ ପାଇଁ ନିଜକୁ ଦୋଷୀ ସଜାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe