Advertisment

ଟଲିଉଡରେ କମାଲ ଦେଖାଇଲେ କୋରାପୁଟ ଝିଅ

ସୁମନ୍ ଖିଲ ଙ୍କଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି।

Tollywood actress

Tollywood actress

Advertisment

ତେଲୁଗୁ ଫିଲ୍ମରେ କମାଲ ଦେଖାଇଲେ ଓଡ଼ିଆ ଝିଅ ସୁମନ ଖିଲ। କୋରାପୁଟର ଆଦିବାସୀ ଝିଅ ସୁମନଙ୍କୁ ନେଇ ସବୁଠି ଚର୍ଚ୍ଚା। ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି। ଆଉ ସୁମନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Advertisment

ସେମିଳିଗୁଡା ସହର ତଳ ସାହିରେ ରହୁଥିବା ସୁମନ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସୁଟିଂ ସାରି ୬ ମାସ ପରେ ସେ ନିଜ ଘରକୁ ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଲୋକେ। ସୁମନ ସେମିଳିଗୁଡାରୁ ଦଶମ ପଢ଼ିବା ପରେ NIFTରୁ ଫ୍ୟାସନ୍ ଡିଜାଇନ ଓ ମଡେଲିଂ ଶିକ୍ଷା ଲାଭ କରିଛନ୍ତି। ଆଗକୁ ଜିଲ୍ଲାର ପିଲାଙ୍କୁ ତାଲିମ ଦେବା ସହ କୋରାପୁଟ ଅଞ୍ଚଳର ପ୍ରଚାର ପ୍ରସାର ଦିଗରେ କାମ କରିବେ ବୋଲି ସେ କହିଛନ୍ତି।

ସୁମନ ଖିଲ କହିଛନ୍ତି, ୬ମାସ ପରେ ସୁଟିଂ ସାରି ଗାଁକୁ ଫେରିଛି।  ଗାଁକୁ ଫେରିବା ପରେ ମୁଁ ସରପ୍ରାଇଜ ହୋଇଯାଇଥିଲି। ମୋ ଗାଁ ଲୋକ ଓ ମୋ ନିଜର ପରିବାର ଲୋକେ ବାଜା ବଜାଇ, ବାଣ ଫୁଟାଇ ମୋତେ ଫୁଲ ହାର ଦେଇ ଗାଁକୁ ପାଛୋଟି ଆଣିଥିଲେ। ଏପରି ମୋର ସ୍ୱାଗତ କରାଯିବ ବୋଲି ମୁଁ ଆଶା କରି ନଥିଲି। ମୁଁ ବହୁତ ଖୁସି ଅଛି। ମୁଁ ଫ୍ୟାସନ ଲାଇନରେ ଯିବା ପାଇଁ ମୋ ଛୋଟବେଳୁ ଇଚ୍ଛା ଥିଲା। ଓଡ଼ିଆରେ ଯଦି ମୋତେ ପସନ୍ଦ ହେଲା ଭଳି କ୍ୟାରେକ୍ଟର ମିଳିଲା, ତାହାହେଲେ ମୁଁ କରିବି। ହିନ୍ଦୀ ଫିଲ୍ମ  ପାଇଁ କାମ ଚାଲିଛି। ଖୁବ୍ ଶୀଘ୍ର ରିଲିଜ ହେବ।

Advertisment
Koraput Tollywood Actress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe