ଓଜନ ବଢ଼ାଇବେ କୃତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କୃତି ସେନନ୍ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେବା ପରେ ଏବେ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହି ପ୍ରୋଜେକ୍ଟ ପାଇଁ ସେ ଏକ ବଡ଼ ଚ୍ୟାଲେଞ୍ଜ ନେଇଛନ୍ତି। ସୂଚନା ଅନୁଯାୟୀ,  କୃତି ଆଗକୁ ଲକ୍ଷ୍ମଣ ଉତେକରଙ୍କ ଫିଲ୍ମ ‘ମିମି’ରେ ଅଭିନୟ କରିବେ। ଏହି ଫିଲ୍ମର କ୍ୟାରେଟର୍‌ରେ ଫିଟ୍‌ ହେବା ପାଇଁ ତାଙ୍କୁ ୧୫ କିଲୋ ଓଜନ ବଢ଼ାଇବାକୁ ପଡ଼ିବ। ବର୍ତ୍ତମାନ କୃତିଙ୍କ ଓଜନ ୫୬ କିଲୋଗ୍ରାମ ରହିଛି। […]

kriti

kriti

Chinmayee Roy
  • Published: Monday, 13 January 2020
  • Updated: 13 January 2020, 01:25 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କୃତି ସେନନ୍ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେବା ପରେ ଏବେ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହି ପ୍ରୋଜେକ୍ଟ ପାଇଁ ସେ ଏକ ବଡ଼ ଚ୍ୟାଲେଞ୍ଜ ନେଇଛନ୍ତି।

ସୂଚନା ଅନୁଯାୟୀ,  କୃତି ଆଗକୁ ଲକ୍ଷ୍ମଣ ଉତେକରଙ୍କ ଫିଲ୍ମ ‘ମିମି’ରେ ଅଭିନୟ କରିବେ। ଏହି ଫିଲ୍ମର କ୍ୟାରେଟର୍‌ରେ ଫିଟ୍‌ ହେବା ପାଇଁ ତାଙ୍କୁ ୧୫ କିଲୋ ଓଜନ ବଢ଼ାଇବାକୁ ପଡ଼ିବ। ବର୍ତ୍ତମାନ କୃତିଙ୍କ ଓଜନ ୫୬ କିଲୋଗ୍ରାମ ରହିଛି। ହେଲେ ଏହି ରୋଲ୍‌ ପାଇଁ ତାଙ୍କୁ ଆହୁରି ୧୫ କିଲୋ ଓଜନ ବଢ଼ାଇବାକୁ ହେବ। ଅବଶ୍ୟ ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରି ଦେଲେଣି।

https://www.instagram.com/p/B6VcPVCgY92/?utm_source=ig_web_copy_link

କୃତି କହିଛନ୍ତି, ‘ଏବେ ମୁଁ କେବଳ ମୋ ଚରିତ୍ର ‘ମିମି’ ଉପରେ ଧ୍ୟାନ ଦେଉଛି। ଏତେ ଓଜନ ବଢ଼ାଇବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଓ ମୋ ଶରୀର ପାଇଁ ମଧ୍ୟ ଏହା ପୂରା ନୂଆ ହେବ। ଏଥିପାଇଁ ମୋତେ ଶରୀରର ମେଟାବୋଲିଜିମ୍‌ ସହ ଲଢ଼ିବାକୁ ପଡ଼ିବ ଓ କ୍ୟାଲୋରୀକୁ ଶୀଘ୍ର ବଢ଼ାଇବାକୁ ହେବ। ତଥାପି ମୁଁ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛି। କାରଣ ଏହି ରୋଲ୍‌ ମୋ ହୃଦୟର ଅତି ନିକଟତର। ଆଉ ମୁଁ ଏଥିପାଇଁ ସବୁକିଛି କରିପାରିବି।”

https://www.instagram.com/p/B6kZv79gCb0/?utm_source=ig_web_copy_link

ଦିନେଶ ଭିଜନ୍‌ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ ଏଥିରେ କୃତିଙ୍କ ସହ ପଙ୍କଜ ତ୍ରିପାଠୀ ଓ  ସାଇ ତାମହଣକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟିର କାହାଣୀ ସରୋଗେସି ଉପରେ ଆଧାରିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos