Advertisment

ନଖରାମୀ ପାଇଁ ହାତରୁ ଚାଲିଗଲା ବଡ଼ ଫିଲ୍ମ

ମୁମ୍ବାଇ: ସଫଳତା ମିଳିବା ପରେ କିଛି କଳାକାରମାନେ ନିଜକୁ ସମସ୍ତଙ୍କ ଠାରୁ ବଡ଼ ବୋଲି ମାନି ନେଇଥାନ୍ତି।  ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ କିନ୍ତୁ ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସାଉଥ୍ ସୁପରଷ୍ଟାର କୃତି ଖରବନ୍ଦା। କୃତି ନୂଆ ନୂଆ ବଲିଉଡରେ ପାଦ ଦେଇଥିବା ବେଳେ ତାଙ୍କୁ ଗୋଟେ ପରେ ଗୋଟେ ସଫଳତା ମିଳିବାରେ ଲାଗିଛି। ଗତ ମାସରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ହାଉସଫୁଲ୍-୪’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ […]

ନଖରାମୀ ପାଇଁ ହାତରୁ ଚାଲିଗଲା ବଡ଼ ଫିଲ୍ମ

kriti

Advertisment

ମୁମ୍ବାଇ: ସଫଳତା ମିଳିବା ପରେ କିଛି କଳାକାରମାନେ ନିଜକୁ ସମସ୍ତଙ୍କ ଠାରୁ ବଡ଼ ବୋଲି ମାନି ନେଇଥାନ୍ତି।  ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ କିନ୍ତୁ ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସାଉଥ୍ ସୁପରଷ୍ଟାର କୃତି ଖରବନ୍ଦା।

Advertisment

କୃତି ନୂଆ ନୂଆ ବଲିଉଡରେ ପାଦ ଦେଇଥିବା ବେଳେ ତାଙ୍କୁ ଗୋଟେ ପରେ ଗୋଟେ ସଫଳତା ମିଳିବାରେ ଲାଗିଛି। ଗତ ମାସରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ହାଉସଫୁଲ୍-୪’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିବାବେଳେ ଏବେ ତାଙ୍କର ଆଗାମୀ ଫିଲ୍ମ ‘ପାଗଲପନ୍ତି’ ରିଲିଜ୍ ହେବାକୁ ଯାଉଛି। ଟ୍ରେଲରରୁ ଫିଲ୍ମଟି ହିଟ୍ ହେବ ବୋଲି ଲୋକେ ଅନୁମାନ କରୁଛନ୍ତି। ହେଲେ ଏବେ ନିଜର ନଖରା ପାଇଁ କୃତିଙ୍କ ହାତରୁ ଏକ ବଡ଼ ପ୍ରୋଜେକ୍ଟ ଚାଲି ଯାଇଥିବା ଜଣା ପଡ଼ିଛି।

https://www.instagram.com/p/B4xTMWyHxlG/?utm_source=ig_web_copy_link

ଲଗାତାର ସଫଳତା ମିଳୁଥିବାରୁ ତାଙ୍କର ନଖରା ବଢ଼ି ଯାଇଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ତାଙ୍କର ଏଭଳି ଗୁଣ ପାଇଁ ତାଙ୍କୁ ବିଗ୍ ବି’ ଅମିତାଭ ବଚ୍ଚନ ଓ ଅଭିନେତା ଇମ୍ରାନ ହାସମୀଙ୍କ ସହ କାମ କରିବାର ସୁଯୋଗ ହରାଇବାକୁ ପଡ଼ିଛି।  ସୂଚନା ମୁତାବକ, ଫିଲ୍ମ ‘ଚେହେରେ’ କୃତିଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ସେ ଫିଲ୍ମର ସୁଟିଂ ସମୟରେ ଅନେକ ଦୃଶ୍ୟକୁ ନିଜ ହିସାବରେ କରିବାକୁ ଚାହିଁଥିଲେ। ନିର୍ଦ୍ଦେଶକ ତାଙ୍କ ହିସାବରେ କିଛି ଦୃଶ୍ୟ ବଦଳାଇଥିଲେ ମଧ୍ୟ। ହେଲେ ବାରମ୍ବାର ଏଭଳି ହେବାରୁ ତାଙ୍କୁ ଫିଲ୍ମନିର୍ମାତା ବାହାରର ରାସ୍ତା ଦେଖାଇ ଦେଇଥିବା ଜଣା ପଡ଼ିଛି। କେବଳ ଏତିକି ନୁହେଁ ସେ ଶୁଟିଂର ଡେଟ୍‌କୁ ନେଇ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରୁଥିଲେ। କୃତିଙ୍କ ପରେ ର୍ନିମାତା ଏବେ ନୂଆ ଅଭିନେତ୍ରୀ ଖୋଜିବା ଆରମ୍ଭ କରିଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନଜର ଆସିପାରନ୍ତି। ହେଲେ ଏଯାଏଁ ଏ ନେଇ ନିର୍ମାତା କୌଣସି ସୂଚନା ଦେଇନାହାନ୍ତି।

Advertisment

https://www.instagram.com/p/B4oTlogDDFP/?utm_source=ig_web_copy_link

ସୂଚନାଯୋଗ୍ୟ, ଫିଲ୍ମ ‘ଚେହେରେ’ରେ ପ୍ରଥମଥର ପାଇଁ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ଏକାଠି ଅଭିନୟ କରିବେ। ଏହା  ଏକ ମିଷ୍ଟ୍ରି ଥ୍ରୀଲର୍‌, ଯାହାର ନିର୍ଦ୍ଦେଶନା ରୁମି ଜାଫେରୀ ଦେଉଥିବାବେଳେ ଆନନ୍ଦ ପଣ୍ଡିତ ଓ ଅମିତାଭ ବଚ୍ଚନ ଏହାକୁ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୨୪ରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe