Advertisment

‘ଚେହେରେ’ କୃତିଙ୍କୁ ରିପ୍ଲେସ୍‌ କଲେ ଏହି ଚର୍ଚ୍ଚିତ ଟେଲି ଅଭିନେତ୍ରୀ

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଇମରାନ୍ ହାସମିଙ୍କ ଫିଲ୍ମ ‘ଚେହେରେ’ରୁ ଅଭିନେତ୍ରୀ କୃତି ଖରବନ୍ଦା ବାହାରିବା ପରେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ଏବେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି। ନିର୍ମାତାଙ୍କୁ ନୂଆ ହିରୋଇନ୍‌ ମିଳିଯାଇଛନ୍ତି। ଆଉ ସେ ହେଉଛନ୍ତି ଟେଲି ଦୁନିଆର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ‘ଚେହେରେ’ର ଲିଡ୍‌ ହିରୋଇନ୍‌ ପାଇଁ ଟେଲି ଅଭିନେତ୍ରୀ କ୍ରିଷ୍ଟଲ୍‌ ଡିସୌଜାଙ୍କୁ ଫାଇନାଲ୍‌ କରାଯାଇଛି। କ୍ରିଷ୍ଟଲ ଏହି ରୋଲ୍‌ ପାଇଁ ଅଡିଶନ୍‌ […]

ଅଦ୍ୟତନ ହୋଇଛି
‘ଚେହେରେ’ କୃତିଙ୍କୁ ରିପ୍ଲେସ୍‌ କଲେ ଏହି ଚର୍ଚ୍ଚିତ ଟେଲି ଅଭିନେତ୍ରୀ

chehere

Advertisment

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଇମରାନ୍ ହାସମିଙ୍କ ଫିଲ୍ମଚେହେରେରୁ ଅଭିନେତ୍ରୀ କୃତି ଖରବନ୍ଦା ବାହାରିବା ପରେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ଏବେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି। ନିର୍ମାତାଙ୍କୁ ନୂଆ ହିରୋଇନ୍‌ ମିଳିଯାଇଛନ୍ତି। ଆଉ ସେ ହେଉଛନ୍ତି ଟେଲି ଦୁନିଆର ଜଣେ ଚର୍ଚ୍ଚିତ ଅଭିନେତ୍ରୀ।

Advertisment

ଚେହେରେ’ର ଲିଡ୍‌ ହିରୋଇନ୍‌ ପାଇଁ ଟେଲି ଅଭିନେତ୍ରୀ କ୍ରିଷ୍ଟଲ୍‌ ଡିସୌଜାଙ୍କୁ ଫାଇନାଲ୍‌ କରାଯାଇଛି। କ୍ରିଷ୍ଟଲ ଏହି ରୋଲ୍‌ ପାଇଁ ଅଡିଶନ୍‌ ଦେଇଥିଲେ ଓ ପାସ୍ ହୋଇଥିଲେ। ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍‌ ଭଲ ଲାଗିଥିଲା। ତେଣୁ ତାଙ୍କୁ ହିଁ ଫାଇନାଲ୍‌ କରାଯାଇଛି। ଏପରିକି ସେ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି।  କ୍ରିଷ୍ଟଲ୍‌ ନିଜ ଡେବ୍ୟୁ ଫିଲ୍ମ 'ଚେହେରେ'ର ଶୁଟିଂ ସେଟ୍‌ରୁ  ଏକ ଫଟୋକୁ ନିଜ ଟ୍ୱିଟର୍‌ ହାଣ୍ଡେଲ୍‌ରେ ଶେଆର କରିଛନ୍ତି। 

https://twitter.com/krystledsouza/status/1198144064866021376

ଏହା ପୂର୍ବରୁ ମୌନି ରୟ ଓ ଅଙ୍କିତା ଲୋଖଣ୍ଡେଙ୍କ ନାଁ ସାମ୍ନାକୁ ଆସିଥିଲା। ନିର୍ଦ୍ଦେଶକ ରୁମି ଜାଫେରୀ ଓ ପ୍ରୟୋଜକଆନନ୍ଦ ପଣ୍ଡିତଙ୍କର ପ୍ରଥମ ପସନ୍ଦ ଥିଲେ ମୌନି। କିନ୍ତୁ ମୌନି ଏବେ ତାଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ରର ଶୁଟିଂରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ।

Advertisment

https://www.instagram.com/p/B4hC590HlZC/?utm_source=ig_web_copy_link

ସୂଚନାଯୋଗ୍ୟ, ଫିଲ୍ମ ‘ଚେହେରେ ପାଇଁ ସର୍ବପ୍ରଥମେକୃତି ଖରବନ୍ଦାଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ସେ ଫିଲ୍ମର ଶୁଟିଂ ସମୟରେ ଅନେକ ଦୃଶ୍ୟକୁ ନିଜ ହିସାବରେ କରିବାକୁ ଚାହିଁଥିଲେ। ନିର୍ଦ୍ଦେଶକ ତାଙ୍କ ହିସାବରେ କିଛି ଦୃଶ୍ୟ ବଦଳାଇଥିଲେ ମଧ୍ୟ। ହେଲେ ବାରମ୍ବାର ଏଭଳି ହେବାରୁ ତାଙ୍କୁ ନିର୍ମାତା ବାହାରର ରାସ୍ତା ଦେଖାଇ ଦେଇଥିଲେ ବୋଲି ଜଣାପଡ଼ିଛି। 

https://www.instagram.com/p/B3GmKwLnhEE/?utm_source=ig_web_copy_link

 ‘ଚେହେରେରେପ୍ରଥମ ଥରପାଇଁଅମିତାଭବଚ୍ଚନଇମ୍ରାନହାସମୀଏକାଠିଅଭିନୟକରିବେଏହାଏକମିଷ୍ଟ୍ରିଥ୍ରୀଲର୍‌, ଯାହାରନିର୍ଦ୍ଦେଶନାରୁମିଜାଫେରୀଦେଉଥିବାବେଳେଆନନ୍ଦପଣ୍ଡିତଅମିତାଭବଚ୍ଚନଏହାକୁମିଳିତଭାବେପ୍ରଯୋଜନାକରୁଛନ୍ତିଫିଲ୍ମଟିଆସନ୍ତାବର୍ଷଏପ୍ରିଲ୨୪ରେରିଲିଜ୍ହେବ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe