Advertisment

ବନ୍ଦ ହୋଇଯିବ ‘କୁଲ୍‌ଫି କୁମାର ବାଜେବାଲା’

ମୁମ୍ବାଇ: ବନ୍ଦ ହୋଇଯିବ ଶୋ’ ‘କୁଲ୍‌ଫି କୁମାର ବାଜେବାଲା’। ସୂଚନା ଅନୁଯାୟୀ ଏହି ଶୋ’ ୨୦୨୦ ଫେବୃଆରୀ ୭ ସୁଦ୍ଧା ବନ୍ଦ ହୋଇଯିବ। ତେବେ ଏହି ଶୋ’ ବଦଳରେ ସନ୍ଧ୍ୟା ୭ଟାରେ ମହେଶ ଭଟ୍ଟ ଓ ଗୁରଦେବ ଭଲ୍ଲାଙ୍କର ନୂଆ ଶୋ’ ପ୍ରସାରଣ ହେବ। ଆରମ୍ଭରୁ ହିଁ ‘କୁଲଫି କୁମାର ବାଜେବାଲା’କୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ। ହେଲେ ଶୋ’କୁ ବଡ଼ ଝଟକା ସେବେ ଲାଗିଥିଲା ଯେବେ  ଚ୍ୟାନେଲ୍‌ ବାଲା ‘ୟେ ଯାଦୁ ହୈ ଜିନ୍‌ କା’ […]

author-image
Chinmayee Roy
ବନ୍ଦ ହୋଇଯିବ ‘କୁଲ୍‌ଫି କୁମାର ବାଜେବାଲା’

kulfi

ମୁମ୍ବାଇ: ବନ୍ଦ ହୋଇଯିବ ଶୋ’ ‘କୁଲ୍‌ଫି କୁମାର ବାଜେବାଲା’। ସୂଚନା ଅନୁଯାୟୀ ଏହି ଶୋ’ ୨୦୨୦ ଫେବୃଆରୀ ୭ ସୁଦ୍ଧା ବନ୍ଦ ହୋଇଯିବ। ତେବେ ଏହି ଶୋ’ ବଦଳରେ ସନ୍ଧ୍ୟା ୭ଟାରେ ମହେଶ ଭଟ୍ଟ ଓ ଗୁରଦେବ ଭଲ୍ଲାଙ୍କର ନୂଆ ଶୋ’ ପ୍ରସାରଣ ହେବ।

Advertisment

ଆରମ୍ଭରୁ ହିଁ ‘କୁଲଫି କୁମାର ବାଜେବାଲା’କୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ। ହେଲେ ଶୋ’କୁ ବଡ଼ ଝଟକା ସେବେ ଲାଗିଥିଲା ଯେବେ  ଚ୍ୟାନେଲ୍‌ ବାଲା ‘ୟେ ଯାଦୁ ହୈ ଜିନ୍‌ କା’ ସିରିଏଲ୍‌ ପାଇଁ ଶୋ’ର ଟାଇମିଂ ୮ଟା ୩୦ ରୁ ବଦଳାଇ ସନ୍ଧ୍ୟା ୬ଟା ୩୦ କରିଦେଇଥିଲା। ହେଲେ ଯେବେ ଶୋ’ ‘ନମଃ’ ବନ୍ଦ ହେଲା ସେବେ ପୁଣିଥରେ ‘କୁଲଫି କୁମାର ବାଜେବାଲା’ର ଟାଇମିଂ ବଦଳାଇ ସନ୍ଧ୍ୟା ୭ଟା କରିଦିଆଗଲା। କିନ୍ତୁ ବର୍ତ୍ତମାନ ଏହି ଶୋ’ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ଏ ଯାଏଁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

publive-image‘କୁଲଫି କୁମାର ବାଜେବାଲା’ର ପ୍ରସାରଣ ୨୦୧୮ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା। ଦର୍ଶକଙ୍କ ତରଫରୁ ଏହି ଶୋ’କୁ ଭଲ ରେସପନ୍ସ ମଧ୍ୟ ମିଳୁଛି। ନିକଟରେ ଚର୍ଚ୍ଚା ହେଲା ଯେ ଶୋ’ର ଲିଡ୍‌ ଷ୍ଟାର୍‌ ମୋହିତ ମଲିକ୍ ଶୋ’ ଛାଡ଼ିଦେବେ। ହେଲେ ପରବର୍ତ୍ତୀ ସମୟରେ ସେ ସେ ସ୍ପଷ୍ଟ କରିଥିଲେ ଯେ ସେ ଏହି ଶୋ’ ଛାଡ଼ିବେ ନାହିଁ। ତେଣୁ ବର୍ତ୍ତମାନ ହଠାତ୍‌ ଶୋ’ ବନ୍ଦ ହେବା ଖବର ଫ୍ୟାନ୍‌ମାନଙ୍କୁ ନିହାତି ଭାବେ ନିରାଶ କରିଦେବ।

Advertisment