ଝିଅ ସହ ରୋମାଣ୍ଟିକ୍‌ ଗୀତ ଗାଇବାକୁ ମନାକଲେ କୁମାର୍ ସାନୁ

ମୁମ୍ବାଇ: ବଲିଉଡ୍‌ର ୯୦ ଦଶକର ପ୍ରସିଦ୍ଧ ଗାୟକ ତଥା ମେଲୋଡି କିଙ୍ଗ୍ କୁମାର ସାନୁଙ୍କ ଝିଅ ସ୍ୟାନନ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ମଧ୍ୟ ନିଜ ପିତାଙ୍କ ପରି ସଙ୍ଗୀତରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି। ବିଶେଷ କରି ସେ ଆମେରିକୀୟ ଫିଲ୍ମରେ ଗୀତ ଗା’ନ୍ତି ଓ ଲେଖନ୍ତି। ହେଲେ ଏବେ ସେ ବଲିଉଡ୍‌ରେ ମଧ୍ୟ ଗୀତ ଗାଇଲେଣି। ସେ ହିମେଶ ରେଶମିୟାଙ୍କ ଅପ୍‌କମିଂ ଫିଲ୍ମରେ ଏକ ଗୀତ ଗାଇଛନ୍ତି। ଏହି ଗୀତକୁ ହିମେଶ ନିଜେ କମ୍ପୋଜ୍‌ କରିଛନ୍ତି। […]

sanu

sanu

Chinmayee Roy
  • Published: Saturday, 21 December 2019
  • Updated: 21 December 2019, 03:52 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ୯୦ ଦଶକର ପ୍ରସିଦ୍ଧ ଗାୟକ ତଥା ମେଲୋଡି କିଙ୍ଗ୍ କୁମାର ସାନୁଙ୍କ ଝିଅ ସ୍ୟାନନ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ମଧ୍ୟ ନିଜ ପିତାଙ୍କ ପରି ସଙ୍ଗୀତରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି। ବିଶେଷ କରି ସେ ଆମେରିକୀୟ ଫିଲ୍ମରେ ଗୀତ ଗା’ନ୍ତି ଓ ଲେଖନ୍ତି। ହେଲେ ଏବେ ସେ ବଲିଉଡ୍‌ରେ ମଧ୍ୟ ଗୀତ ଗାଇଲେଣି। ସେ ହିମେଶ ରେଶମିୟାଙ୍କ ଅପ୍‌କମିଂ ଫିଲ୍ମରେ ଏକ ଗୀତ ଗାଇଛନ୍ତି। ଏହି ଗୀତକୁ ହିମେଶ ନିଜେ କମ୍ପୋଜ୍‌ କରିଛନ୍ତି।

ସ୍ୟାନନ୍‌ ବଲିଉଡ୍‌ରେ ଗାଇବା ନିଷ୍ପତ୍ତିରେ ସାନୁ ବେଶ୍‌ ଖୁସି ଅଛନ୍ତି। ଗତବର୍ଷ ବାପଝିଅଙ୍କର ଏକ ଗୀତ ‘ଇଟ୍ସ୍‌ ମ୍ୟାଜିକାଲ୍‌’ ଆସିଥିଲା। ଗୀତଟିକୁ ବେଶ୍ ଭଲ ରେସପନ୍ସ ମିଳିଥିଲା। ହେଲେ ଏହି ଗୀତଟିକୁ ଦୁଇଜଣ ଅଲଗା ଅଲଗା ଗାଇଥିଲେ। ଆଉ ଏବେ କୁମାର ସାନୁ ଝିଅ ସହ କେଉଁଭଳି ଗୀତ ଗାଇବେ ନାହିଁ, ସେ କଥା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ସାନୁଙ୍କୁ ପଚରାଯାଇଥିଲା ଯେ ସେ ନିଜ ଝିଅ ସହ ଗୀତ ଗାଇବେ କି ନାହିଁ। ଏହାର ଜବାବରେ ସେ କହିଥଲେ, ‘‘ଆମେ ‘ଇଟ୍ସ ମ୍ୟାଜିକାଲ୍’ ଗୀତ ଗାଇଥିଲୁ। ମୁଁ ହିନ୍ଦୀରେ ଗାଇଥିଲି ଓ ସେ ଇଂରାଜୀରେ ଗାଇଥିଲା। ମୁଁ ଝିଅ ସହ ରୋମାଣ୍ଟିକ୍‌ ଗୀତ ଗାଇବାକୁ ଚାହେଁ ନାହିଁ। ଆମର ବାପ-ଝିଅର ସମ୍ପର୍କ। ତେଣୁ ଆମେ ଅନ୍ୟ ସିଙ୍ଗରମାନଙ୍କ ସହିତ ରୋମାଣ୍ଟିକ୍ ଗୀତ ଗାଇଲେ ଭଲ ହେବ। ସେ ସୋନୁ ନିଗମ ଓ ଶାନ୍‌ଙ୍କ ସହ ଗୀତ ଗାଇଛି।’

ସୂଚନାଯୋଗ୍ୟ,  ଏକ୍‌ତା କପୁରଙ୍କ ଆଗାମୀ ଫିଲ୍ମ ପାଇଁ ହିମେଶ ରେଶମିୟାଙ୍କ ସହ ସ୍ୟାନନ୍‌ କୁମାର ଗୀତ ଗାଇଛନ୍ତି। ସେ ୨୦୧୮ରେ ଆମେରିକୀୟ ଗୀତ ‘ଓ ଲଙ୍ଗ୍‌ ଟାଇମ୍‌’ରୁ ଡେବ୍ୟୁ କରିଥିଲେ। କୁମାର ସାନୁ ବଲିଉଡ୍‌ର ଜଣେ ଜଣାଶୁଣା ଗାୟକ। ତେଣୁ ନିଜ ପିତାଙ୍କ ପରି ବଲିଉଡ୍‌ରେ ନିଜର ମଧ୍ୟ ଏକ ଭଲ ପରିଚୟ ସୃଷ୍ଟି କରିବା ପାଇଁ ସ୍ୟାନନ୍‌ ଏବେଠୁ ଜୋର୍‌ସୋର୍‌ରେ ଲାଗିପଡ଼ିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story