ମୁମ୍ବାଇ: ବଲିଉଡ୍ର ୯୦ ଦଶକର ପ୍ରସିଦ୍ଧ ଗାୟକ ତଥା ମେଲୋଡି କିଙ୍ଗ୍ କୁମାର ସାନୁଙ୍କ ଝିଅ ସ୍ୟାନନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ମଧ୍ୟ ନିଜ ପିତାଙ୍କ ପରି ସଙ୍ଗୀତରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି। ବିଶେଷ କରି ସେ ଆମେରିକୀୟ ଫିଲ୍ମରେ ଗୀତ ଗା’ନ୍ତି ଓ ଲେଖନ୍ତି। ହେଲେ ଏବେ ସେ ବଲିଉଡ୍ରେ ମଧ୍ୟ ଗୀତ ଗାଇଲେଣି। ସେ ହିମେଶ ରେଶମିୟାଙ୍କ ଅପ୍କମିଂ ଫିଲ୍ମରେ ଏକ ଗୀତ ଗାଇଛନ୍ତି। ଏହି ଗୀତକୁ ହିମେଶ ନିଜେ କମ୍ପୋଜ୍ କରିଛନ୍ତି।
ସ୍ୟାନନ୍ ବଲିଉଡ୍ରେ ଗାଇବା ନିଷ୍ପତ୍ତିରେ ସାନୁ ବେଶ୍ ଖୁସି ଅଛନ୍ତି। ଗତବର୍ଷ ବାପଝିଅଙ୍କର ଏକ ଗୀତ ‘ଇଟ୍ସ୍ ମ୍ୟାଜିକାଲ୍’ ଆସିଥିଲା। ଗୀତଟିକୁ ବେଶ୍ ଭଲ ରେସପନ୍ସ ମିଳିଥିଲା। ହେଲେ ଏହି ଗୀତଟିକୁ ଦୁଇଜଣ ଅଲଗା ଅଲଗା ଗାଇଥିଲେ। ଆଉ ଏବେ କୁମାର ସାନୁ ଝିଅ ସହ କେଉଁଭଳି ଗୀତ ଗାଇବେ ନାହିଁ, ସେ କଥା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ଏକ୍ତା କପୁରଙ୍କ ଆଗାମୀ ଫିଲ୍ମ ପାଇଁ ହିମେଶ ରେଶମିୟାଙ୍କ ସହ ସ୍ୟାନନ୍ କୁମାର ଗୀତ ଗାଇଛନ୍ତି। ସେ ୨୦୧୮ରେ ଆମେରିକୀୟ ଗୀତ ‘ଓ ଲଙ୍ଗ୍ ଟାଇମ୍’ରୁ ଡେବ୍ୟୁ କରିଥିଲେ। କୁମାର ସାନୁ ବଲିଉଡ୍ର ଜଣେ ଜଣାଶୁଣା ଗାୟକ। ତେଣୁ ନିଜ ପିତାଙ୍କ ପରି ବଲିଉଡ୍ରେ ନିଜର ମଧ୍ୟ ଏକ ଭଲ ପରିଚୟ ସୃଷ୍ଟି କରିବା ପାଇଁ ସ୍ୟାନନ୍ ଏବେଠୁ ଜୋର୍ସୋର୍ରେ ଲାଗିପଡ଼ିଲେଣି।