Advertisment

ପାକିସ୍ତାନରେ ଶୋ’ କରିବାକୁ ମନା କଲେ କୁମାର ସାନୁ ଓ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ:  ଜାମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରି ସେଠାରେ ଶୋ’ କରିବାକୁ ମନା କରି ଦେଇଛନ୍ତି କଣ୍ଠଶିଳ୍ପୀ କୁମାର ସାନୁ। ସେହିପରି କମେଡିଆନ ରାଜୁ ଶ୍ରୀବାସ୍ତବ ମଧ୍ୟ ଆସନ୍ତା ଡିସେମ୍ବର ୨୫ ତାରିଖରେ ପାକିସ୍ତାନର କରାଚିରେ ହେବାକୁ ଥିବା ଶୋ’  କରିବାକୁ ମନା କରି ଦେଇଛନ୍ତି। ରାଜୁ ଶ୍ରୀବାସ୍ତବ କହିଛନ୍ତି,“ଆମେ ମାନେ କଳାକାର। ଆମେ ମାନେ ବନ୍ଧୁକ ନେଇ ଯାଇପାରିବୁ ନାହିଁ।  କିନ୍ତୁ ସହିଦ ହୋଇଥିବା ଯବାନଙ୍କୁ […]

ଅଦ୍ୟତନ ହୋଇଛି
ପାକିସ୍ତାନରେ ଶୋ’ କରିବାକୁ ମନା କଲେ କୁମାର ସାନୁ ଓ ରାଜୁ ଶ୍ରୀବାସ୍ତବ

kumarsanu

Advertisment

ମୁମ୍ବାଇ:  ଜାମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରି ସେଠାରେ ଶୋ’ କରିବାକୁ ମନା କରି ଦେଇଛନ୍ତି କଣ୍ଠଶିଳ୍ପୀ କୁମାର ସାନୁ।

Advertisment

ସେହିପରି କମେଡିଆନ ରାଜୁ ଶ୍ରୀବାସ୍ତବ ମଧ୍ୟ ଆସନ୍ତା ଡିସେମ୍ବର ୨୫ ତାରିଖରେ ପାକିସ୍ତାନର କରାଚିରେ ହେବାକୁ ଥିବା ଶୋ’  କରିବାକୁ ମନା କରି ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବ କହିଛନ୍ତି,“ଆମେ ମାନେ କଳାକାର। ଆମେ ମାନେ ବନ୍ଧୁକ ନେଇ ଯାଇପାରିବୁ ନାହିଁ।  କିନ୍ତୁ ସହିଦ ହୋଇଥିବା ଯବାନଙ୍କୁ ସମର୍ଥନ ଜଣାଇଏତିକି ତ କରିପାରିବୁ।”

Advertisment

ସେ ଆହୁରି କହିଛନ୍ତି,“ପାକିସ୍ତାନରେ କମେଡି ଶୋ’ କରିବାକୁ ମୋତେ ଡକାଯାଇଥିଲା।  କିନ୍ତୁ ମୁଁ ଶୋ’ କରିବାକୁ ମନା କରି ଦେଇଛି। ଭାରତ ସୀମାରେ ଆତଙ୍କବାଦୀଙ୍କ ସହିତ ଆମ ଯବାନମାନେ ଯୁଦ୍ଧ କରି  ସହିଦ ହେଉଛନ୍ତି। ଯେଉଁ ଦେଶ ଆମ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି ସେହି ଦେଶର ଲୋକଙ୍କୁ ମୁଁ କିପରି ଯାଇ ହସାଇବି?”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe