Advertisment

ଶୋ’ ଛାଡ଼ିଲେ ନୈନା, କାରଣ ବି କହିଲେ

ମୁମ୍ୱାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ରେ ଅଭି ଓ ପ୍ରଜ୍ଞାଙ୍କ ଝିଅ ଚରିତ୍ରରେ ଅଭିନୟ କରିଥିବା ନୈନା ସିଂହ ଏହି ଶୋ’କୁ ଗୁଡ୍‌ବାଏ କହିଛନ୍ତି। ସେ ନିଜ ଆଡୁ ଶୋ’ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ‘କୁମ୍‌କୁମ୍‌ ଭାଗ୍ୟ’ରେ ୨୦ ବର୍ଷର ଲିପ୍‌ ପରେ ଅଭି ଓ ପ୍ରଜ୍ଞାଙ୍କ ଝିଅ ରିୟା ଭାବରେ ଆସିଥିଲେ ନୈନା। ଲକଡାଉନ ଉଠିବା ପରେ ଖୁବ୍‌ଶୀଘ୍ର ଏହି ଶୋ’ର ପୁନଃ ଶୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ହଠାତ୍‌ ତାଙ୍କର […]

ଶୋ’ ଛାଡ଼ିଲେ ନୈନା, କାରଣ ବି କହିଲେ

p1

Advertisment

ମୁମ୍ୱାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ରେ ଅଭି ଓ ପ୍ରଜ୍ଞାଙ୍କ ଝିଅ ଚରିତ୍ରରେ ଅଭିନୟ କରିଥିବା ନୈନା ସିଂହ ଏହି ଶୋ’କୁ ଗୁଡ୍‌ବାଏ କହିଛନ୍ତି। ସେ ନିଜ ଆଡୁ ଶୋ’ ଛାଡ଼ିବା ନେଇ ଘୋଷଣା କରିଛନ୍ତି।

Advertisment

publive-image

‘କୁମ୍‌କୁମ୍‌ ଭାଗ୍ୟ’ରେ ୨୦ ବର୍ଷର ଲିପ୍‌ ପରେ ଅଭି ଓ ପ୍ରଜ୍ଞାଙ୍କ ଝିଅ ରିୟା ଭାବରେ ଆସିଥିଲେ ନୈନା। ଲକଡାଉନ ଉଠିବା ପରେ ଖୁବ୍‌ଶୀଘ୍ର ଏହି ଶୋ’ର ପୁନଃ ଶୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ହଠାତ୍‌ ତାଙ୍କର ଏଭଳି ନିଷ୍ପତ୍ତି ମେକର୍ସଙ୍କୁ ଅଡୁଆରେ ପକାଇଛି।

ଶୋ’ ଛାଡ଼ିବା ନେଇ ନୈନା କହିଛନ୍ତି, “ଫେବୃଆରୀ ମାସରୁ ମୁଁ କୁମ୍‌କୁମ୍‌ ଭାଗ୍ୟ ଛାଡ଼ିସାରିଛି। କିନ୍ତୁ ଏ ବିଷୟରେ କାହାକୁ ଜଣାଇ ନଥିଲି। ଫ୍ୟାନ୍‌ମାନଙ୍କୁ ଏହି ଖବର ଜଣାଇଦେବା ପାଇଁ ଏବେ ସମୟ ଆସିଯାଇଛି। ମୁଁ ଏହି ଚରିତ୍ରରେ ଖୁସି ନଥିଲି ଏବଂ ମୋତେ ଏହି ଶୋ’ଠାରୁ ଭଲ ଅଫର୍‌ ମଧ୍ୟ ମିଳୁଛି।”

Advertisment

publive-image

ସୂଚନାଯୋଗ୍ୟ, ଟେଲି ଅଭିନେତ୍ରୀ ନୈନା ସିଂହ ଉତ୍ତର ପ୍ରଦେଶର ମୁରାଦାବାଦରେ ରହନ୍ତି। ୨୦୧୭ରେ ସେ ଏମ୍‌ଟିଭିର ଶୋ’ ‘ସ୍ପିଟସ୍‌ଭିଲା’ର ବିଜେତା ହୋଇଥିଲେ। ଏପରିକି ସେ ୨୦୧୮ରେ ଷ୍ଟାର ଫ୍ଲସ୍‌ର ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ୍‌ ସୁପରଷ୍ଟାର’ର ରନର୍ସ ଅପ୍‌ ମଧ୍ୟ ରହିସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe