Advertisment

କୁଣାଲ୍‌ ଓ ମୌଲୀଙ୍କ ସମ୍ପର୍କରେ ଆସିଲା ନୂଆ ମୋଡ଼

ମୁମ୍ବାଇ: ପ୍ରେମ ସମ୍ପର୍କରେ ଥରେ ତିକ୍ତତା ଆସିଲେ ତାହା ଯୋଡ଼ି ହେବା କଷ୍ଟକର । ଆଉ ପୂର୍ବପରି ସେ ବିଶ୍ୱାସ ଆସେନାହିଁ କି ଦିହେଁ ଦିହିଁକି ପାଇ, ଚାହିଁଲେ ବି ଖୁସି ହୋଇ ପାରନ୍ତି ନାହିଁ। ତେଣୁ ଶେଷରେ ସେହି ସମ୍ପର୍କ ଭାଙ୍ଗି ଦେବାକୁ ପଡ଼ିଥାଏ। ଏହା ଏକ ବାସ୍ତବ କଥା। ଆଉ ଏମିତି କିଛି କଥାକୁ ନେଇ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା   ସିରିଏଲ୍‌ରେ ‘ସିଲ୍‌ ସିଲା ବଦଲ୍‌ତି ରିସ୍ତୋ’ରେ ଏବେ ଆସିଛି ନୂଆ ମୋଡ଼। […]

ଅଦ୍ୟତନ ହୋଇଛି
କୁଣାଲ୍‌ ଓ ମୌଲୀଙ୍କ ସମ୍ପର୍କରେ ଆସିଲା ନୂଆ ମୋଡ଼

kunal

Advertisment

ମୁମ୍ବାଇ: ପ୍ରେମ ସମ୍ପର୍କରେ ଥରେ ତିକ୍ତତା ଆସିଲେ ତାହା ଯୋଡ଼ି ହେବା କଷ୍ଟକର । ଆଉ ପୂର୍ବପରି ସେ ବିଶ୍ୱାସ ଆସେନାହିଁ କି ଦିହେଁ ଦିହିଁକି ପାଇ, ଚାହିଁଲେ ବି ଖୁସି ହୋଇ ପାରନ୍ତି ନାହିଁ। ତେଣୁ ଶେଷରେ ସେହି ସମ୍ପର୍କ ଭାଙ୍ଗି ଦେବାକୁ ପଡ଼ିଥାଏ। ଏହା ଏକ ବାସ୍ତବ କଥା।

Advertisment

ଆଉ ଏମିତି କିଛି କଥାକୁ ନେଇ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା   ସିରିଏଲ୍‌ରେ ‘ସିଲ୍‌ ସିଲା ବଦଲ୍‌ତି ରିସ୍ତୋ’ରେ ଏବେ ଆସିଛି ନୂଆ ମୋଡ଼।

kanal2ଯେଉଁଥିରେ  କୁଣାଲ୍‌ ଓ ନନ୍ଦିନୀଙ୍କ ମଧ୍ୟରେ ବଢ଼ୁଥିବା ଅବୈଧ ପ୍ରେମକୁ ଦେଖି କୁଣାଲ୍‌  ଓ ତାଙ୍କ ପତ୍ନୀ ମୌଲୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ମୌଲୀ ଭିତରେ ଭିତରେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। କାରଣ ସେ ନିଜ ସ୍ୱାମୀଙ୍କୁ ଖୁବ୍‌ ଭଲ ପାଆନ୍ତି। ନିଜ ଜୀବନଠୁବି ଅଧିକ। ସେ ନିଜ ପତ୍ନୀ ଧର୍ମ ପାଳନ କରିବାରେ କେବେ ବି  ଅବହେଳା କରିନାହାନ୍ତି। କିନ୍ତୁ କୁଣାଲ୍‌, ଏବେ ମୌଲୀର ବେଷ୍ଟ୍‌ ଫ୍ରେଣ୍ଡ୍‌ ନନ୍ଦିନୀର ପ୍ରେମରେ ପଡ଼ିଯାଇଛନ୍ତି। ନନ୍ଦିନୀ ବି କୁଣାଲ୍‌ଙ୍କୁ ପ୍ରେମ କରୁଛନ୍ତି।  ଏଭଳି ପରିସ୍ଥିତିରେ ମୌଲୀଙ୍କୁ ତାଙ୍କ ପବିତ୍ର ସମ୍ପର୍କର ଭବିଷ୍ୟତ କିଛି ଦେଖା ଯାଉଆହିଁ।

Advertisment

Untitled-1କାହିଁକିନା କୁଣାଲ୍‌ ମନ ଭିତରେ ଥିବା ମୌଲୀର ସ୍ଥାନ ନନ୍ଦିନୀ ନେଇ ସାରିଛନ୍ତି।

ସେଥିପାଇଁ ସେ ଛାଡ଼ପତ୍ର ନେବାକୁ  ନିଷ୍ପତ୍ତି ନେଇଛନ୍ତି। କହିବାକୁ ଗଲେ ସମ୍ପର୍କ ପୂରା ପୂରି ଭାଙ୍ଗି ଯାଇଛି। ଖାଲି ଔପଚାରିକ ଭାବେ  ଭାଙ୍ଗିବା ବାକି ରହିଛି।

ସମ୍ପର୍କ ଭାଙ୍ଗିବାକୁ ମୌଲୀ ପ୍ରଥମ ପାହାଚରେ ପାଦ ରଖି ସାରିଲାଣି। ଏବେ ଦେଖିବା ବାକି ରହିଲା କୁଣାଲ୍‌ଙ୍କ ପ୍ରତିକ୍ରିୟା କେମିତି ରହିବ।

ସୌଜନ୍ୟ-ଆଜ୍‌ତକ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe