Advertisment

ଯେବେ କୁଶାଲଙ୍କୁ ଜେନି ମାଗିଲେ ଲିଫ୍ଟ!

ମୁମ୍ୱାଇ: ଜେନିଫର୍ ଏବଂ କୁଶାଲ୍ ଟିଭି ଦୁନିଆର ଦୁଇଟି ଚର୍ଚ୍ଚିତ ଚେହାରା ତଥା ଏକ ଲୋକପ୍ରିୟ ଯୋଡ଼ି | ‘ଏକ ହାଜାରୋଁ ମେଁ ମେରୀ ବେହେନା ହେ’ ସିରିଏଲରେ ବିରାଟ୍ ଭୂମିକାରେ କୁଶାଲ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଏବଂ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ସେହିପରି ଜେନିଫର୍ ‘ଦିଲ୍ ମିଲ୍ ଗୟା’ ସିରିଏଲରୁ ରିଦ୍ଧିମା ଭୂମିକାରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ | ବର୍ତ୍ତମାନ, ଜେନିଫର ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା […]

ଯେବେ କୁଶାଲଙ୍କୁ ଜେନି ମାଗିଲେ ଲିଫ୍ଟ!

kushal

Advertisment

ମୁମ୍ୱାଇ: ଜେନିଫର୍ ଏବଂ କୁଶାଲ୍ ଟିଭି ଦୁନିଆର ଦୁଇଟି ଚର୍ଚ୍ଚିତ ଚେହାରା ତଥା ଏକ ଲୋକପ୍ରିୟ ଯୋଡ଼ି | 'ଏକ ହାଜାରୋଁ ମେଁ ମେରୀ ବେହେନା ହେ' ସିରିଏଲରେ ବିରାଟ୍ ଭୂମିକାରେ କୁଶାଲ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଏବଂ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ସେହିପରି ଜେନିଫର୍ 'ଦିଲ୍ ମିଲ୍ ଗୟା' ସିରିଏଲରୁ ରିଦ୍ଧିମା ଭୂମିକାରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ |

Advertisment

ବର୍ତ୍ତମାନ, ଜେନିଫର ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା 'ବେହଦ୍ 2' ରେ ନିଜର ଅଭିନୟ କମାଲ୍ ଦେଖାଉଛନ୍ତି। ସେପଟେ କୁଶାଲ ପରଦାଠାରୁ ଦୂରରେ ନିଜ ବ୍ୟବସାୟରେ ସମୟ ଦେଉଛନ୍ତି। ହେଲେ ଦୁହିଁଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରଲ୍ ହେଉଛି। ଭିଡିଓରେ ଜେନି କୁଶାଲଙ୍କୁ  ଲିଫ୍ଟ ମାଗୁଛନ୍ତି। ହେଲେ କୁଶାଲ ତାଙ୍କୁ ଲିଫ୍ଟ ଦେଉଛନ୍ତି କି ନାହିଁ ଦେଖନ୍ତୁ...

https://www.instagram.com/p/B-cOaetBiPE/?utm_source=ig_web_copy_link

ଭିଡିଓଟି ଦର୍ଶକଙ୍କ ବେଶ ମନକୁ ପାଇଛି। ଅନେକେ ଜେନି ଓ କୁଶାଲଙ୍କୁ ପୁଣିଥରେ ଏକାଠି ପରଦା ଉପରେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତେବେ ଏ ଭାଇରାଲ ଭିଡିଓଟି ଉଭୟଙ୍କ ସିରିଏଲ 'ବେହେଦ୍'ର ବୋଲି ଜଣାପଡ଼ିଛି।

Advertisment

ଜେନିଫର୍ ଏବଂ କୁଶାଲ ଦୁହେଁ ପ୍ରଥମ ଥର ପାଇଁ  'ବେହଦ' ସିରିଏଲରେ ଏକାଠି କାମ କରିଥିଲେ। ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ଭଲ ଲାଗିଥିଲା। ଅନ୍ୟପଟେ ଯେତେବେଳେ 'ବେହଦ୍ ୨' ସିରିଏଲ୍ ଆରମ୍ଭ ହୋଇଥିଲା, ଫ୍ୟାନମାନେ କହିଥିଲେ ଯେ, ଜେନିଫରଙ୍କୁ ଅନ୍ୟ ଜଣେ ଅଭିନେତାଙ୍କ ସହ ଦେଖିବା କଷ୍ଟକର। ବେହଦ-୧ ଭଳି ବେହଦ-୨ରେ ବି ଜେନି-କୁଶାଳଙ୍କ ଯୋଡ଼ି ଦେଖିବାକୁ ଦର୍ଶକେ ଖୁବ୍ ଡିମାଣ୍ଡ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe