Advertisment

ନୂଆ ବୟଫ୍ରେଣ୍ଡଙ୍କ କୋଳରେ ଲେଡି ଗାଗା

ନୂଆଦିଲ୍ଲୀ : ଲଭ୍‌ ଲାଇଫକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି ପପ୍ ଷ୍ଟାର ଲେଡି ଗାଗା। ଇନ୍‌ଷ୍ଟାଗ୍ରାମ୍‌ରେ ନୂଆ ବୟଫ୍ରେଣ୍ଡ ମାଇକେଲ୍‌ ପୋଲାନସ୍କିଙ୍କ ସହିତ ତାଙ୍କର ଏକ ଫଟୋ ଶେଆର୍‌ କରିଛନ୍ତି। ଏଥିରେ ମାଇକେଲ୍‌ ତାଙ୍କୁ କୋଳରେ ଧରିଛନ୍ତି। ଫଟୋଟିକୁ ଶେଆର୍‌ କରି ଲେଡି ଗାଗା ଲେଖିଛନ୍ତି, ‘ମିଆମିରେ ଆମେ ବହୁତ ମଜା କଲୁ। ମୋର ସବୁ ପ୍ରଶଂସକଙ୍କୁ ମୋର ଭଲ ପାଇବା। ଭଲରେ ରୁହନ୍ତୁ।’ ଏକ ଇଭେଣ୍ଟରେ ମାଇକେଲ୍‌ ପୋଲାନସ୍କି ଓ ଲେଡି ଗାଗାଙ୍କର ଦେଖା […]

author-image
Puspanjali Panda
ଅଦ୍ୟତନ ହୋଇଛି
ନୂଆ ବୟଫ୍ରେଣ୍ଡଙ୍କ କୋଳରେ ଲେଡି ଗାଗା

lafy1

ନୂଆଦିଲ୍ଲୀ : ଲଭ୍‌ ଲାଇଫକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି ପପ୍ ଷ୍ଟାର ଲେଡି ଗାଗା। ଇନ୍‌ଷ୍ଟାଗ୍ରାମ୍‌ରେ ନୂଆ ବୟଫ୍ରେଣ୍ଡ ମାଇକେଲ୍‌ ପୋଲାନସ୍କିଙ୍କ ସହିତ ତାଙ୍କର ଏକ ଫଟୋ ଶେଆର୍‌ କରିଛନ୍ତି। ଏଥିରେ ମାଇକେଲ୍‌ ତାଙ୍କୁ କୋଳରେ ଧରିଛନ୍ତି। ଫଟୋଟିକୁ ଶେଆର୍‌ କରି ଲେଡି ଗାଗା ଲେଖିଛନ୍ତି, ‘ମିଆମିରେ ଆମେ ବହୁତ ମଜା କଲୁ। ମୋର ସବୁ ପ୍ରଶଂସକଙ୍କୁ ମୋର ଭଲ ପାଇବା। ଭଲରେ ରୁହନ୍ତୁ।’

Advertisment

ଏକ ଇଭେଣ୍ଟରେ ମାଇକେଲ୍‌ ପୋଲାନସ୍କି ଓ ଲେଡି ଗାଗାଙ୍କର ଦେଖା ହୋଇଥିଲା। ସେବେଠାରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ‘AT&T TV Super Saturday Night'ର ପ୍ରସ୍ତୁତି ପାଇଁ ଲେଡି ଗାଗା ମିଆମି ଯାଇଥିଲେ। ସେଠାରେ ସେ ମାଇକେଲ୍‌ଙ୍କ ସହିତ ବେଶ୍‌ କିଛି ସମୟ ମଜାରେ ବିତାଇଥିଲେ। ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କୁ ଅନେକ ସ୍ଥାନରେ ସ୍ପଟ୍‌ କରାଯାଇଛି।

ମାଇକେଲ୍‌ ପୋଲାନସ୍କି ଜଣେ ଟେକ୍‌ ସିଇଓ। ସେ ଫେସବୁକର ପୂର୍ବତନ ପ୍ରେସିଡେଣ୍ଟ ସିନ୍‌ ପାର୍କରଙ୍କ ସହିତ କାମ କରିସାରିଛନ୍ତି। ସେ ହେଉଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗଙ୍କ ବ୍ୟାଚ୍‌ମେଟ୍। ଦୁହେଁ ଏକା ସଙ୍ଗେ ହାଭାର୍ଡ ୟୁନିଭରସିଟିରେ ପାଠ ପଢ଼ୁଥିଲେ।

Advertisment

ସୂଚନାଯୋଗ୍ୟ, ଲଭ୍‌ ଆଫୟାର୍‌ ନେଇ ଲେଡି ଗାଗା ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ସେ ଲ୍ୟୁକ କାର୍ଲଙ୍କୁ ଡେଟ୍‌ କରିଥିଲେ। ଏହାପରେ ସେ ମଡେଲ୍‌ ଓ ଆକ୍ଟର ଟେଲର କିନ୍ନିଙ୍କୁ ଡେଟ୍ କରିଥିଲେ।