Advertisment

ପୁଣି ଥରେ ପରଦାକୁ ଫେରୁଛି ‘ଲାଲ୍‌ପାନ୍‌ ବିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍‌ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍‌ ରୋଲ୍‌ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ ବର୍ଷ […]

ଅଦ୍ୟତନ ହୋଇଛି
ପୁଣି ଥରେ ପରଦାକୁ ଫେରୁଛି ‘ଲାଲ୍‌ପାନ୍‌ ବିବି’

25771_VSSUT-Burla-Odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍‌ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍‌ ରୋଲ୍‌ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ ବର୍ଷ ପରେ ପୁଣି ଥରେ ପରଦାକୁ ଫେରୁଛି ‘ଲାଲ୍‌ପାନ୍‌ ବିବି’। ଅବଶ୍ୟ ଏହା ଏକ ଭିନ୍ନ ରୂପରେ ଆସୁଛି।

Advertisment

publive-imageସୂଚନା ଅନୁଯାୟୀ, ବଡ଼ ନୁହେଁ, ଛୋଟ ପରଦା ପାଇଁ ଏହି ନାଁରେ ପ୍ରସ୍ତୁତ ହେଉଛି ଏକ ଚଳଚ୍ଚିତ୍ର। ତରଙ୍ଗ ସିନେ ପ୍ରଡକ୍ସନ୍ସ ଏହି ଟେଲି ଫିଲ୍ମର ନିର୍ମାଣ କରୁଛି।

ଏହି ଟେଲି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶ୍ୱିନୀ ଗଡ଼ନାୟକ। ପିଲାମାନେ ବିଦେଶରେ ରହୁଥିବା ବେଳେ ପରିଣତ ବୟସରେ ବାପା ମା’ମାନେ କିପରି ଅସହାୟ ଅବସ୍ଥାରେ ରହି ସଂଘର୍ଷ କରୁଛନ୍ତି, ତାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି।

Advertisment

ଏହି ଟେଲି ଫିଲ୍ମରେ ମଧ୍ୟ ମହେଶ୍ୱତା ରାୟ ଅଭିନୟ କରିଛନ୍ତି।  ଫିଲ୍ମଟିର ମୁଖ୍ୟ ଚରିତ୍ରରେ ତାଙ୍କ ସହିତ ମିହିର ଦାସ ଅଭିନୟ କରିଛନ୍ତି। ଫିଲ୍ମର ସଂଯୋଜନା ଦାୟିତ୍ୱରେ ଅଛନ୍ତି ଶରତ ନାୟକ ଓ ଏହାର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe