Advertisment

'ଶିକାରା' ଦେଖି କାନ୍ଦିଲେ ଆଡଭାନୀ

ମୁମ୍ବାଇ: ଗତକାଲି ରିଲିଜ୍‌ ହୋଇଛି କାଶ୍ମୀର ପଣ୍ଡିତଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ ‘ଶିକାରା’। ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ବି ଜୋର୍‌ ଧରିଛି। ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ସ୍ପେଶାଲ୍‌ ସ୍କ୍ରିନିଂ କରାଯାଇଥିଲା, ଯେଉଁଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନୀ ମଧ୍ୟ ସାମିଲ ହୋଇଥିଲେ। https://www.instagram.com/p/B8RK6b4FYSw/?utm_source=ig_web_copy_link ଫିଲ୍ମଟି ଦେଖିବା ପରେ ଆଡଭାନୀ ନିଜ ଲୁହକୁ ଅଟକାଇ ପାରି ନଥିଲେ। ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କ କରୁଣ କାହାଣୀ ଦେଖି ସେ ବହୁତ […]

ଅଦ୍ୟତନ ହୋଇଛି
'ଶିକାରା' ଦେଖି କାନ୍ଦିଲେ ଆଡଭାନୀ

adbhani

Advertisment

ମୁମ୍ବାଇ: ଗତକାଲି ରିଲିଜ୍‌ ହୋଇଛି କାଶ୍ମୀର ପଣ୍ଡିତଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ ‘ଶିକାରା’। ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ବି ଜୋର୍‌ ଧରିଛି। ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ସ୍ପେଶାଲ୍‌ ସ୍କ୍ରିନିଂ କରାଯାଇଥିଲା, ଯେଉଁଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନୀ ମଧ୍ୟ ସାମିଲ ହୋଇଥିଲେ।

Advertisment

https://www.instagram.com/p/B8RK6b4FYSw/?utm_source=ig_web_copy_link

ଫିଲ୍ମଟି ଦେଖିବା ପରେ ଆଡଭାନୀ ନିଜ ଲୁହକୁ ଅଟକାଇ ପାରି ନଥିଲେ। ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କ କରୁଣ କାହାଣୀ ଦେଖି ସେ ବହୁତ ଦୁଃଖୀ ହୋଇଯାଇଥିଲେ। ଫିଲ୍ମ ନିର୍ମାତା ବିଧୂ ବିନୋଦ୍‌ ଚୋପ୍ରା ନିଜ ସୋଶାଲ୍‌ ମିଡିଆ ପେଜ୍‌ରେ ସ୍ପେଶାଲ୍‌ ସ୍କ୍ରିନିଂର ଏକ ଭିଡିଓ ଶେଆର୍‌ କରିଛନ୍ତି। ଏହି ଭିଡିଓରେ ଆଡଭାନୀଙ୍କୁ କାନ୍ଦୁଥିବା ଦେଖିବାକୁ ମିଳିଛି। ଆଉ ନିଜେ ବିଧୂ ତାଙ୍କୁ ଆଶ୍ୱାସନା ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

https://www.instagram.com/tv/B8Il5UDJ2HA/?utm_source=ig_web_copy_link

‘ଶିକାରା’ରେ ଏକ ପ୍ରେମ କାହାଣୀ ମାଧ୍ୟମରେ ୧୯୮୯ ମସିହାରେ କାଶ୍ମୀରରୁ ପଣ୍ଡିତମାନେ ବିତାଡ଼ିତ ହେବାର କରୁଣ କାହାଣୀକୁ ପ୍ରଦର୍ଶିତ କରାଯାଇଛି। କିପରି କାଶ୍ମୀର ପଣ୍ଡିତଙ୍କୁ ତାଙ୍କ ଜମି ଓ ଘର ଛାଡ଼ିବାକୁ ବାଧ୍ୟ କରାଯାଇଥିଲା ଏବଂ ତା’ପରେ କ’ଣ ସବୁ ଘଟିଥିଲା, ତାହା ଏଥିରେ ଦେଖିବାକୁ ମିଳିଛି। ସିନେମାରେ ଦୁଇ ନବାଗତ ସାଦିଆ ଏବଂ ଆଦିଲ୍ ଖାନ୍ ମୁଖ୍ୟ ଭୂମିକାରେ ଅଛନ୍ତି। ଦୁଇ ଜଣଙ୍କ ଅଭିନୟ ବେଶ୍‌ ପ୍ରଶଂସାଯୋଗ୍ୟ ହୋଇଛି ଓ ଫିଲ୍ମକୁ ଭଲ ରେସପନ୍ସ ମଧ୍ୟ ମିଳୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe