Advertisment

ସର୍‌ପ୍ରାଇଜ୍ ଦେବେ ସଲ୍‌ମାନ୍ ଓ ଲରିସା !

ମୁମ୍ୱାଇ: ବଲିଉଡ୍‌ର ଦବଙ୍ଗ ଷ୍ଟାର୍ ସଲ୍‌ମାନ୍ ଖାନ୍‌ଙ୍କ ସହିତ ଏକ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି ବ୍ରାଜିଲ୍‌ର ମଡେଲ୍‌ ତଥା ଦକ୍ଷିଣୀ ଅଭିନେତ୍ରୀ ଲରିସା ବୋନେସି। ଆଉ ଫଟୋର କ୍ୟାପ୍‌ସନ୍‌ରେ ସେ ସଲ୍‌ମାନ୍‌ଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଏଥିରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ କୌଣସି ପ୍ରୋଜେକ୍ଟରେ ଏ ଦୁଇ ଜଣ ସ୍କ୍ରିନ୍ ଶେଆର୍ କରିପାରନ୍ତି।   View this post on Instagram   I had the greatest pleasure […]

author-image
Puspanjali Panda
ଅଦ୍ୟତନ ହୋଇଛି
ସର୍‌ପ୍ରାଇଜ୍ ଦେବେ ସଲ୍‌ମାନ୍ ଓ ଲରିସା !

larisa

ମୁମ୍ୱାଇ: ବଲିଉଡ୍‌ର ଦବଙ୍ଗ ଷ୍ଟାର୍ ସଲ୍‌ମାନ୍ ଖାନ୍‌ଙ୍କ ସହିତ ଏକ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି ବ୍ରାଜିଲ୍‌ର ମଡେଲ୍‌ ତଥା ଦକ୍ଷିଣୀ ଅଭିନେତ୍ରୀ ଲରିସା ବୋନେସି। ଆଉ ଫଟୋର କ୍ୟାପ୍‌ସନ୍‌ରେ ସେ ସଲ୍‌ମାନ୍‌ଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଏଥିରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ କୌଣସି ପ୍ରୋଜେକ୍ଟରେ ଏ ଦୁଇ ଜଣ ସ୍କ୍ରିନ୍ ଶେଆର୍ କରିପାରନ୍ତି।

Advertisment


ଫଟୋଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଶେଆର୍ କରି ଲରିସା ଲେଖିଛନ୍ତି ଯେ ସଲମାନଙ୍କ କାମ ଓ ଚରିତ୍ରରୁ ବହୁତ କିଛି ଶିଖିବାର ଅଛି। ତାଙ୍କ ସହିତ ଯୋଡ଼ି ହୋଇ ସେ ନିଜକୁ ଭାଗ୍ୟଶାଳୀ ମଧ୍ୟ ମନେ କରୁଛନ୍ତି। ଏହା ସହିତ ସେ ‘କମିଂ ସୁନ୍’ (ଖୁବ୍‌ଶୀଘ୍ର ଆସୁଛି) ବୋଲି ମଧ୍ୟ ଲେଖିଛନ୍ତି। ତେଣୁ ଆଶା କରାଯାଉଛି ସଲ୍‌ମାନ୍ ତାଙ୍କୁ ନେଇ କିଛି ଗୋଟେ ଯୋଜନା କରୁଛନ୍ତି।

Advertisment
View this post on Instagram

Éperdument amoureux 🤍

A post shared by Larissa Bonesi 🌻 (@larissabonesi) on


ବ୍ରାଜିଲର ଏହି ମଡେଲ ଓ ଡ୍ୟାନ୍ସର ‘ଦେଶୀ ବୟେଜ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏଥିରେ ସେ ଅକ୍ଷୟ କୁମାର ଓ ଜନ୍‌ ଅବ୍ରାହମ୍‌ଙ୍କ ସହିତ ‘ସୁବହ ହୋନେ ନା ଦେ’ ଗୀତରେ ନାଚିଥିଲେ। ଟାଇଗର୍ ଶ୍ରଫ୍‌ ଓ ସୂରଜ ପାଞ୍ଚୋଲିଙ୍କ ଭଳି ଅଭିନେତାଙ୍କ ସହିତ ସେ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି। ସେ ଦକ୍ଷିଣ ଭାରତୀୟ ଫିଲ୍ମ ‘ନେକ୍ସଟ୍‌ ଏନି’ ଓ ‘ଥିକ୍କା’ ଭଳି ଫିଲ୍ମରେ କାମ କରିଛନ୍ତି। ସୈଫ୍ ଅଲି ଖାନ୍‌ଙ୍କ ଫିଲ୍ମ ‘ଗୋ ଗୋଆ ଗନ୍‌’ ସେ ଜଣେ ସହ-ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଅଭିନେତ୍ରୀ ଭାବେ କାମ କରିବାରେ ଏହା ହେଉଛି ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ।