Advertisment

‘ଲତା ମଙ୍ଗେଶକର ମୋ ଜୀବନ ବଦଳାଇ ଦେଇଥିଲେ’

ମୁମ୍ୱାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଅସୁସ୍ଥ ଅଛନ୍ତି। ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଆଇସିୟୁରେ ରଖାଯାଇଛି। ଏ ଖବର ପାଇବା ମାତ୍ରେ ସାରା ଦେଶର ଲୋକେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି। ସେ ଅସୁସ୍ଥ ହେବାର କିଛି ଦିନ ପୂର୍ବରୁ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଏକ ସାକ୍ଷାତକାରରେ ଲତା ଦିଦିଙ୍କୁ ମନେ ପକାଇଥିଲେ। ସେ କହିଥିଲେ ଯେ ତାଙ୍କ ସଫଳତା […]

ଅଦ୍ୟତନ ହୋଇଛି
‘ଲତା ମଙ୍ଗେଶକର ମୋ ଜୀବନ ବଦଳାଇ ଦେଇଥିଲେ’

sunidhi

Advertisment

ମୁମ୍ୱାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଅସୁସ୍ଥ ଅଛନ୍ତି। ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଆଇସିୟୁରେ ରଖାଯାଇଛି। ଏ ଖବର ପାଇବା ମାତ୍ରେ ସାରା ଦେଶର ଲୋକେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି। ସେ ଅସୁସ୍ଥ ହେବାର କିଛି ଦିନ ପୂର୍ବରୁ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଏକ ସାକ୍ଷାତକାରରେ ଲତା ଦିଦିଙ୍କୁ ମନେ ପକାଇଥିଲେ। ସେ କହିଥିଲେ ଯେ ତାଙ୍କ ସଫଳତା ପଛରେ ଲତା ମଙ୍ଗେଶକରଙ୍କ ବଡ଼ ଯୋଗଦାନ ରହିଛି। ସେ ତାଙ୍କ ଜୀବନ ବଦଳାଇ ଦେଇଥିଲେ।

Advertisment

ଆପଣମାନେ ତ ଜାଣିଥିବେ ଟେଲିଭିଜନ୍‌ ରିଆଲିଟି ଶୋ’ରୁ ସୁନିଧି ବଲିଉଡ୍‌ରେ ପ୍ରବେଶ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ହୋଇଥିବା ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ମେରି ଆୱାଜ୍‌ ସୁନୋ’ରୁ ସୁନିଧି ସମସ୍ତଙ୍କ ପାଖରେ ପରିଚିତ ହୋଇଥିଲେ। ତେବେ ପ୍ରଥମେ ଏହି ଶୋ’ରେ ଭାଗ ନେବାକୁ ସୁନିଧିଙ୍କୁ ତାଙ୍କ ବାପା ଅନୁମତି ଦେଇ ନଥିଲେ। ତେବେ ଯେତେବେଳେ ସେ ଜାଣିଲେ ଯେ ଲତା ମଙ୍ଗେଶକର ଏହି ଶୋ’ରେ ଜଜ୍ ଭାବେ ସାମିଲ ହେବେ, ସେତେବେଳେ ଯାଇ ଏଥିରେ ଭାଗ ନେବାକୁ ସୁନିଧିଙ୍କୁ ଅନୁମତି ଦେଇଥିଲେ।

publive-imageଶୋ’ର ଫାଇନାଲ୍ ଏପିସୋଡ୍ କଥା ମ଼ନେ ପକାଇ ସୁନିଧି କହିଥିଲେ, “ଯେତେବେଳେ ମୋତେ ବିଜେତା ଘୋଷଣା କରାଯାଇଥିଲା ଲତା ମଙ୍ଗେଶକର ଖୁସି ହୋଇ ମୋ ଆଖିରୁ ଲୁହକୁ ପୋଛି ଦେଇଥିଲେ ଓ ଟ୍ରଫି ଦେଇଥିଲେ। ତାହା ସହିତ କୌଣସି ଜିନିଷ ଦରକାର ହେଲେ ତାଙ୍କୁ କହିବାକୁ ବି କହିଥିଲେ। ତାଙ୍କର ଏହି କଥା ମୋ ହୃଦୟକୁ ଛୁଇଁଥିଲା ଏବଂ ଜୀବନସାରା ଆଗକୁ ଯିବା ପାଇଁ ପ୍ରେରଣା ମଧ୍ୟ ଦେଇଥିଲା।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe