Advertisment

ଲତା ଜୀଙ୍କ କୋଳରେ କୁନି ଋଷି...

ମୁମ୍ବାଇ: ଆଜି ବଲିଉଡ୍ ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ଘଟିଛି। ଗତକାଲି ଇରଫାନ୍ ଖାନ୍ ଆଉ ଆଜି ଋଷିଙ୍କ ଛାଡ଼ି ଚାଲିଯିବା ଖବର ବଲିଉଡ ପରିବାରକୁ ଦୁଃଖର ସାଗରରେ ଭସାଇ ଦେଇଛି। ଲକଡାଉନ ଭିତରେ ଏଭଳି ଦୁଃଖଦ ପରିସ୍ଥିତିରେ ବଲିଉଡ କଳାକାରମାନେ ଏକାଠି ହୋଇ ଅନ୍ତିମ ବିଦାୟ ଦେବା ବି ସମ୍ଭବପର ହୋଇପାରିଲା ନାହିଁ। ଏଣୁ ସୋଶାଲ ମିଡିଆରେ ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜର ଶୋକ ପ୍ରକାଶ କରି ଋଷିଙ୍କ ଅମର ଆତ୍ମାର ସଦଗତି କାମନା […]

author-image
Pragnya Choudhury
ଲତା ଜୀଙ୍କ କୋଳରେ କୁନି ଋଷି...

lata ji and rishi kapoor

ମୁମ୍ବାଇ: ଆଜି ବଲିଉଡ୍ ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ଘଟିଛି। ଗତକାଲି ଇରଫାନ୍ ଖାନ୍ ଆଉ ଆଜି ଋଷିଙ୍କ ଛାଡ଼ି ଚାଲିଯିବା ଖବର ବଲିଉଡ ପରିବାରକୁ ଦୁଃଖର ସାଗରରେ ଭସାଇ ଦେଇଛି। ଲକଡାଉନ ଭିତରେ ଏଭଳି ଦୁଃଖଦ ପରିସ୍ଥିତିରେ ବଲିଉଡ କଳାକାରମାନେ ଏକାଠି ହୋଇ ଅନ୍ତିମ ବିଦାୟ ଦେବା ବି ସମ୍ଭବପର ହୋଇପାରିଲା ନାହିଁ। ଏଣୁ ସୋଶାଲ ମିଡିଆରେ ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜର ଶୋକ ପ୍ରକାଶ କରି ଋଷିଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Advertisment

ସୋଶାଲ ମିଡିଆରେ ଅନେକ ବିଶିଷ୍ଟ ବ୍ୟକ୍ତି ଋଷିଙ୍କ ବିୟୋଗରେ ଦୁଃଖ ବ୍ୟକ୍ତ କରିଛନ୍ତି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ମଧ୍ୟ ଏନେଇ ଶୋକ ପ୍ରକାଶ କରିବା ସହ ଋଷିଙ୍କ ପିଲାବେଳର ଏକ ଫଟୋ ଶେୟାର କରିଛନ୍ତି।

Advertisment

ଲତା ଜୀ ଲେଖିଛନ୍ତି, "କିଛି ସମୟ ପୂର୍ବେ ଋଷି ମୋର ଆଉ ତାଙ୍କର ଗୋଟିଏ ଫଟୋ ପଠେଇଥିଲେ। ସେହି ଦିନଗୁଡ଼ିକ, ସେହି କଥା ଗୁଡ଼ିକ ମନେପଡ଼ୁଛି। ମୁଁ ଶବ୍ଦହୀନ ହୋଇଯାଇଛି।"

ଲତା ଜୀ ପୁଣି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ, "କ'ଣ କହିବି? କ'ଣ ଲେଖିବି ବୁଝିପାରୁ ନାହିଁ। ଋଷି ଜୀଙ୍କ ଦେହାନ୍ତ ବହୁତ ଦୁଃଖ ଦେଉଛି। ସେ ଯିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବହୁତ କ୍ଷତି ହୋଇଛି। ଏହି ଦୁଃଖ ସହିବା ମୋ ପାଇଁ ବହୁତ କଷ୍ଟକର। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।"

କିଛି ଏଭଳି ଭାବେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ଋଷିଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଫଟୋଟିରେ ଲତା କୁନି ଋଷିଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଫଟୋଟି ନିଶ୍ଚିତ ଭାବେ ଲତା ଜୀଙ୍କୁ ଅଭୂଲା ଦିନର ଯାତ୍ରା କରାଇଥିବ। ଏଠାରେ କହି ରଖୁଛୁ ଯେ, ଲତା ୨୦୧୮ରେ ଅସ୍ଥି ମଜ୍ଜା କର୍କଟରେ ପୀଡ଼ିତ ଥିଲେ। ୧ ବର୍ଷ କାଳ ନ୍ୟୁ-ୟର୍କରେ ଚିକିତ୍ସିତ ହେବା ପରେ ସେ ଭାରତ ଫେରିଥିଲେ।